Posted inଜାତୀୟ

ଦିନକରେ ୭୮ ଏମ୍‌ପି ନିଲମ୍ବିତ

ନୂଆଦିଲ୍ଲୀ,୧୯ା୧୨: ବିଶୃଙ୍ଖଳିତ ଆଚରଣ ପାଇଁ ପାର୍ଲାମେଣ୍ଟର ଉଭୟ ଗୃହରୁ ସୋମବାର ୭୮ ବିରୋଧୀ ସଦସ୍ୟଙ୍କୁ ନିଲମ୍ବନ କରାଯାଇଛି। ଗତ ସପ୍ତାହରେ ପାର୍ଲାମେଣ୍ଟ ସୁରକ୍ଷାରେ ବିଭ୍ରାଟକୁ ନେଇ ବିରୋଧୀ ଏମ୍‌ପିମାନେ ଗୃହରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ବିବୃତି ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତ ଗୁରୁବାର ଅନୁରୂପ କାରଣରୁ ୧୪ ଏମପିଙ୍କୁ ମଧ୍ୟ ନିଲମ୍ବନ କରାଯାଇଥିଲା। ଫଳରେ ଚଳିତ ଅଧିବେଶନରେ ମୋଟ ନିଲମ୍ବିତ ସଦସ୍ୟଙ୍କ ସଂଖ୍ୟା ୯୨ରେ ପହଞ୍ଚିଛି।

ପାର୍ଲାମେଣ୍ଟ ସୁରକ୍ଷା ତ୍ରୁଟିକୁ ନେଇ ସୋମବାର ଗୃହରେ ପ୍ଲାକାର୍ଡ ଦେଖାଇ ସ୍ଲୋଗାନ ଦେଉଥିବା ଅଧୀର ରଞ୍ଜନ ଚୌଧୁରୀ, ଟି.ଆର୍‌. ବାଲୁ ଏବଂ ସୌଗତ ରାୟଙ୍କ ସମେତ ୩୩ ଜଣଙ୍କୁ ଲୋକ ସଭାରୁ ନିଲମ୍ବନ କରାଯାଇଛି। ବିରୋଧୀ ସଦସ୍ୟମାନେ ଗୃହ କାର୍ଯ୍ୟ ଚଳାଇ ନ ଦେଇ ଶାହାଙ୍କ ବିବୃତି ଦାବି କରିଥିଲେ। ଡିଏମ୍‌କେର ୧୦, ତୃଣମୂଳ କଂଗ୍ରେସର ୯, କଂଗ୍ରେସର ୮ ଏବଂ ଆଇୟୁଏମ୍‌ଏଲ୍‌, ଜେଡିୟୁ ତଥା ଆର୍‌ଏସ୍‌ପିରୁ ଜଣେ ଲେଖାଏ ଏମ୍‌ପି ଶୀତ ଅଧିବେଶନର ଅବଶିଷ୍ଟ କାର୍ଯ୍ୟଦିବସ ପାଇଁ ନିଲମ୍ବିତ ହୋଇଥିବାବେଳେ କଂଗ୍ରେସର ଅନ୍ୟ ୩ ଏମ୍‌ପିଙ୍କୁ ସ୍ବାଧିକାର କମିଟି ରିପୋର୍ଟ ଆସିବା ପର୍ଯ୍ୟନ୍ତ ନିଲମ୍ବନ କରାଯାଇଛି। ୩୩ ଜଣଙ୍କୁ ନିଲମ୍ବନ କରାଯିବା ପରେ ଲୋକ ସଭାକୁ ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଅପରାହ୍ନ ୩ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ଗୃହରେ ଅଧ୍ୟକ୍ଷତା କରୁଥିବା ଭାଜପା ଏମ୍‌ପି ରାଜେନ୍ଦ୍ର ଅଗ୍ରଓ୍ବାଲ ବିଶୃଙ୍ଖଳା ସୃଷ୍ଟି କରୁଥିବା ୩୩ ବିରୋଧୀ ସଦସ୍ୟଙ୍କ ନାଁ ପଢ଼ିଥିଲେ। ସେମାନଙ୍କ ମଧ୍ୟରୁ ୩୦ ଜଣଙ୍କୁ ଶୀତ ଅଧିବେଶନର ଅବଶିଷ୍ଟ ଦିନ ପାଇଁ ନିଲମ୍ବନ କରାଯିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ ପ୍ରସ୍ତାବ ଆଣିଥିଲେ। ସେହିପରି କଂଗ୍ରେସର କେ. ଜୟକୁମାର, ବିଜୟ ବସନ୍ଥ ଏବଂ ଅବଦୁଲ ଖାଲେକଙ୍କ ଆଚରଣ ଯାଞ୍ଚ ପାଇଁ ଲୋକ ସଭା ସ୍ବାଧିକାର କମିଟିକୁ ପଠାଯାଇଥିବାରୁ ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେମାନଙ୍କୁ ନିଲମ୍ବନ କରିବା ପାଇଁ ମନ୍ତ୍ରୀ ଅନ୍ୟ ଏକ ପ୍ରସ୍ତାବ ଆଣିଥିଲେ।

ରାଜ୍ୟ ସଭାରେ ମଧ୍ୟ ଅନୁରୂପ କାରଣରୁ ସୋମବାର ୪୫ ବିରୋଧୀ ଏମ୍‌ପିଙ୍କୁ ନିଲମ୍ବନ କରାଯାଇଛି। ସେମାନଙ୍କ ମଧ୍ୟରେ କଂଗ୍ରେସ ଏମ୍‌ପି ପ୍ରମୋଦ ତିଓ୍ବାରୀ, ଜୟରାମ ରମେଶ, କେ.ସି. ବେଣୁଗୋପାଳ, ରଣଦୀପ ସିଂ ସୁର୍ଜଓ୍ବୋଲା, ସମାଜବାଦୀ ପାର୍ଟି ଏମ୍‌ପି ରାମଗୋପାଳ ଯାଦବ ପ୍ରମୁଖ ରହିଛନ୍ତି। ୩୪ ଜଣଙ୍କୁ ଶୀତ ଅଧିବେଶନର ଅବଶିଷ୍ଟ କାର୍ଯ୍ୟଦିବସ ପାଇଁ ନିଲମ୍ବନ କରାଯାଇଥିବାବେଳେ ୧୧ଜଣଙ୍କୁ ସେମାନଙ୍କ ଆଚରଣ ସମ୍ପର୍କିତ ସ୍ବାଧିକାର କମିଟି ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ଗୃହକାର୍ଯ୍ୟରୁ ଦୂରେଇ ରହିବାକୁ କୁହାଯାଇଛି। ନିଲମ୍ବନ ନେଇ ଗୃହର ନେତା ପୀୟୂଷ ଗୋୟଲ ଆଣିଥିବା ପ୍ରସ୍ତାବ ଗୃହୀତ ହେବା ପରେ ସେମାନଙ୍କୁ ନିଲମ୍ବିତ କରାଯାଇଥିଲା। ସ୍ବାଧିକାର କମିଟିକୁ ୩ ମାସ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଥିବାରୁ ୧୧ଏମ୍‌ପି ସେତେଦିନ ପର୍ଯ୍ୟନ୍ତ ଗୃହକାର୍ଯ୍ୟରେ ଯୋଗଦେଇପାରିବେ ନାହିଁ। ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ୍‌ ଧନ୍‌କର ନିଲମ୍ବନ ହେବାକୁ ଥିବା ସଦସ୍ୟମାନଙ୍କ ନାଁ ପଢ଼ିବା ପରେ ଧ୍ୱନିମତରେ ପ୍ରସ୍ତାବ ଗୃହୀତ ହୋଇଥିଲା।

୨୦୦୧ ପାର୍ଲାମେଣ୍ଟ ଆକ୍ରମଣର ବର୍ଷ ପୂର୍ତ୍ତି ବେଳେ ଗତ ୧୩ ତାରିଖରେ ଦୁଇଜଣ ସନ୍ଦିଗ୍ଧ ପବ୍ଲିକ୍‌ ଗ୍ୟାଲେରିରୁ ଲୋକ ସଭା ଚାମ୍ବର ମଧ୍ୟକୁ ଡେଇଁ ସଂସଦ ସୁରକ୍ଷାରେ ବିଭ୍ରାଟ ସୃଷ୍ଟି କରିଥିଲେ। ସେମାନେ ଗୃହ ଭିତରେ ଧୂଅଁା ବମ୍‌ ଫୁଟାଇବାରୁ ଆତଙ୍କ ଖେଳିଯାଇଥିଲା। ସୁରକ୍ଷାରେ ତ୍ରୁଟି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଲାଗି ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ନିର୍ଦ୍ଦେଶ ଦେବା ସହ ପ୍ରସଙ୍ଗକୁ ରାଜନୀତୀକରଣ ନ କରିବାକୁ ସମସ୍ତ ସଦସ୍ୟଙ୍କୁ ନିବେଦନ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ଜୋଷୀ ଲୋକ ସଭାରେ ଉକ୍ତ ପ୍ରସଙ୍ଗରେ ବିବୃତି ରଖିଥିଲେ। ତେବେ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହାଙ୍କବିବୃତି ଦାବିରେ ବିରୋଧୀ ସଦସ୍ୟମାନେ ଗୃହକୁ ଅଚଳ କରି ରଖିଛନ୍ତି।

ପ୍ରକାଶ ଯେ, ପାର୍ଲାମେଣ୍ଟର ଉଭୟ ଗୃହରେ ଦାବି ଉପସ୍ଥାପନ ସମୟରେ ହଟ୍ଟଗୋଳ ଏବଂ ପ୍ଲାକାର୍ଡ ପ୍ରଦର୍ଶନ କରିବା ଅଭିଯୋଗରେ ଏକାଧିକବାର ବିରୋଧୀ ସଦସ୍ୟ ନିଲମ୍ବିତ ହୋଇଛନ୍ତି। ୨୦୨୨ରେ ଗୃହରେ ହଟ୍ଟଗୋଳ କରିବା ଅଭିଯୋଗରେ ଲୋକ ସଭାର ୪ ଏବଂ ରାଜ୍ୟ ସଭାର ୧୯ଜଣ ଏପରି କି ମୋଟ ୨୩ଜଣଙ୍କୁ ନିଲମ୍ବନ କରାଯାଇଥିଲା। ୨୦୨୧ରେ ଶୀତ ଅଧିବେଶନ ଚାଲିଥିବାବେଳେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ ପାଇଁ ରାଜ୍ୟ ସଭାର ୧୨ ଏମ୍‌ପି ନିଲମ୍ବିତ ହୋଇଥିଲେ। ୨୦୨୦ରେ ଲୋକ ସଭା ଏବଂ ରାଜ୍ୟ ସଭାର ୧୯ଜଣ ଏମ୍‌ପି ନିଲମ୍ବିତ ହୋଇଥିବାବେଳେ ୨୦୧୯ରେ ଲୋକ ସଭାର ୪୫ଜଣ ଏମ୍‌ପି ନିଲମ୍ବିତ ହୋଇଥିଲେ। ସେହିପରି ୨୦୧୫ରେ ୨୫ ଲୋକ ସଭା ଏମ୍‌ପି, ୨୦୧୪ରେ ୧୪ ଲୋକ ସଭା ଏମ୍‌ପି ନିଲମ୍ବିତ ହୋଇଥିବାବେଳେ ୨୦୧୨ରେ ୮ ଏବଂ ୨୦୧୦ରେ ୭ଜଣ ରାଜ୍ୟ ସଭା ଏମ୍‌ପି ନିଲମ୍ବିତ ହୋଇଥିଲେ।
ସୋମବାର ଉଭୟ ଗୃହର ୭୮ଜଣ ଏମ୍‌ପିଙ୍କୁ ନିଲମ୍ବନ କରାଯିବାପରେ ବିରୋଧୀଦଳଗୁଡ଼ିକ ପକ୍ଷରୁ ତ୍ରୀବ୍ର ନିନ୍ଦା କରାଯାଇଛି। ଏହାକୁ ଗଣତନ୍ତ୍ର ପାଇଁ ବିପଦ ବୋଲି କୁହାଯାଇଛି। କଂଗ୍ରେସ ଏମ୍‌ପି ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ପୂର୍ବରୁ ଯେଉଁ ଏମ୍‌ପିମାନଙ୍କୁ ନିଲମ୍ବନ କରାଯାଇଥିଲା ସେମାନଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ଆମେ ଦାବି କରିଥିଲୁ। ଏଥିସହ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗୃହକୁ ଆସି ବିବୃତି ରଖିବାକୁ କହିଥିଲୁ। ଶାହା ଟିଭି ଚ୍ୟାନେଲକୁ ବିବୃତ୍ତି ଦେଉଛନ୍ତି, ହେଲେ ପାର୍ଲାମେଣ୍ଟର ସୁରକ୍ଷା ପ୍ରସଙ୍ଗରେ ଗୃହରେ ବିବୃତି ରଖିପାରୁନାହାନ୍ତି। କେନ୍ଦ୍ର ସରକାର ଗର୍ବ ଏବଂ ଅହଂକାରର ପାହାଡ଼ ଉପରେ ବସିଛନ୍ତି ବୋଲି ଚୌଧୁରୀ କହିଛନ୍ତି। ଏହି ପ୍ରସଙ୍ଗରେ ବିଜେଡି ଏମ୍‌ପି ଭର୍ତ୍ତୃହରି ମହତାବ କହିଛନ୍ତି , ଗତ ସପ୍ତାହ ଧରି ବିରୋଧୀମାନେ ଗୃହରେ କରିଆସୁଥିବା ହଟ୍ଟଗୋଳର ଫଳ ହେଉଛି ନିଲମ୍ବନ ଆଦେଶ। ଟିଏମ୍‌ସି ଏମ୍‌ପି ସୁଦୀପ ବନ୍ଦୋପାଧ୍ୟାୟ କହିଛନ୍ତି, ଭାଜପା ସରକାର ସଂସଦୀୟ ଗଣତନ୍ତ୍ରରେ ବିରୋଧୀ ବ୍ୟବସ୍ଥାକୁ ଚାପିଦେବାକୁ ଚେଷ୍ଟା କରୁଛନ୍ତି। ଏହି ଘଟଣା ଆସନ୍ତା ଇଣ୍ଡିଆ ବୈଠକରେ ଆଲୋଚନା କରାଯିବ ବୋଲି ସୁଦୀପ କହିଛନ୍ତି। କଂଗ୍ରେସ ଏମ୍‌ପି କେ.ସି. ବେଣୁଗୋପାଳ କହିଛନ୍ତି, ଗୃହ କେବଳ ଗୋଟିଏ ଲକ୍ଷ୍ୟରେ ଚାଲିଛି, ତାହା ହେଉଛି ବିରୋଧୀଙ୍କ ସ୍ବରକୁ ଚାପିଦେବା। ଆଉ ଯିଏ ବିରୋଧ କଲା ତାକୁ ନିଲମ୍ବନ କରିବା। ଆମେ ଜାଣିଛୁ ଯେ, ଗୃହରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଏବଂ ବିତର୍କ ହୁଏ, ହେଲେ ଏବେ କେବଳ ଏମ୍‌ପିଙ୍କୁ ନିଲମ୍ବିତ କରିବାରେ କେନ୍ଦ୍ର ସରକାର ଲାଗିପଡ଼ିଛନ୍ତି ବୋଲି ବେଣୁଗୋପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସଙ୍ଗଠନରେ ବଡ଼ ଧରଣର ଅଦଳବଦଳ, ବଦଳିଲେ ୪ ରାଜ୍ୟର ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୮।୫: ଗୁରୁବାର (୨୮ ମଇ) , ଭାଜପା ଚାରୋଟି ରାଜ୍ୟରେ ରାଜ୍ୟ ସଭାପତି ବା ପଦେଶ ଅଧ୍ୟକ୍ଷ ପରିବର୍ତ୍ତନ ଘୋଷଣା କରିଛି। ଦିଲ୍ଲୀରେ, ବୀରେନ୍ଦ୍ର ସଚଦେବଙ୍କ ସ୍ଥାନରେ…

CBSE ମୂଲ୍ୟାୟନ ପ୍ରସଙ୍ଗ: ପାଲଟା ଆକ୍ରମଣ କଲେ ଧର୍ମେନ୍ଦ୍ର ପ୍ରଧାନ, ରାହୁଲ ଗାନ୍ଧୀ ହତାଶ….

ନୂଆଦିଲ୍ଲୀ,୨୮ା୫: CBSEର ଅନ୍-ସ୍କ୍ରିନ୍ ମାର୍କିଂ ସିଷ୍ଟମକୁ ନେଇ ସାରା ଦେଶରେ ଚାଲିଥିବା ରାଜନୈତିକ ଉତ୍ତେଜନା ମଧ୍ୟରେ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିରୋଧୀ ଦଳ ନେତା…

କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ସିଦ୍ଧରାମାୟା? କହିଲେ ସବୁଠାରୁ ବଡ଼ କାରଣ

ବେଙ୍ଗାଲୁରୁ,୨୮।୫: କର୍ନାଟକ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ କଂଗ୍ରେସ ନେତା ସିଦ୍ଧରାମାୟା ଶେଷରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳଙ୍କ ସଚିବଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଭାବବିହ୍ବଳ ହେଲେ ସିଦ୍ଦାରାମାୟା, କହିଲେ ମୁଁ କେବେ ବି…

ବେଙ୍ଗାଲୁରୁ,୨୮ା୫: କର୍ନାଟକର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସିଦ୍ଦାରାମାୟା ଭାବବିହ୍ବଳ ହୋଇପଡ଼ିଛନ୍ତି। ସେ ତାଙ୍କ ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି, ଦଳର ହାଇକମାଣ୍ଡ ମୋତେ ଯାହା କହିଥିଲେ, ମୁଁ…

କାନାଡାରେ ଭାରତୀୟ ଛାତ୍ରୀଙ୍କୁ ଛୁରୀ ଭୁସି ହତ୍ୟା, କାନ୍ଦବୋବାଳିରେ ଫାଟି ପଡୁଛି…

ନୂଆଦିଲ୍ଲୀ,୨୮ା୫: କାନାଡା ମାଟିରେ ଜଣେ ଭାରତୀୟ ମହିଳାଙ୍କ ହତ୍ୟା ସହିତ ଜଡିତ ଆଉ ଏକ ମାମଲା ସାମ୍ନାକୁ ଆସିଛି। ଗୁଜରାଟର ଜଣେ ୨୨ ବର୍ଷୀୟ ମହିଳାଙ୍କୁ ଛୁରି…

ATM ଟଙ୍କା ଉଠାଇବା ଫେଲ୍‌ ହେଲେ ଦୈନିକ ୧୦୦ ଟଙ୍କା କ୍ଷତିପୂରଣ: RBI ବଦଳାଇଲା ୫ଟି ବଡ଼ ନିୟମ

ମୁମ୍ବାଇ,୨୮।୫: ଯଦି ଆପଣ ବ୍ୟାଙ୍କ ଋଣର ଇଏମଆଇ (EMI) ପରିଶୋଧ କରୁଛନ୍ତି, ଏଟିଏମ (ATM) ବ୍ୟବହାର କରୁଛନ୍ତି କିମ୍ବା ମୋବାଇଲ ବ୍ୟାଙ୍କିଙ୍ଗ ଜରିଆରେ ଅନଲାଇନ କାରବାର କରୁଛନ୍ତି,…

୨୫ ଦିନରେ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା, ବିଧାୟକ ଅସ୍ଥାୟୀ ମଣ୍ଡପରେ ପହଞ୍ଚି…

ଛତ୍ରପୁର,୨୮ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଛତ୍ରପୁରର ଆରାଧ୍ୟ ଦେବୀ ମା’ ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଲାଗି ଉଠୁଛି ପଡୁଛି ସାରା ସହର। ଗୁରୁବାର ଯାତ୍ରାର ୨୫ଦିନ ଅବସରରେ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସିଦ୍ଦାରାମାୟା

ବେଙ୍ଗାଲୁରୁ,୨୮ା୫: କର୍ନାଟକର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ସିଦ୍ଦାରାମାୟା। ବେଙ୍ଗାଲୁରୁ ରାଜଭବନ ଯାଇ ସେ ଇସ୍ତଫା ଦେଇଛନ୍ତି। ଏନେଇ ସିଦ୍ଦାରାମାୟା ଏକ ପ୍ରେସ୍‌ମିଟ୍‌ କରି ସୂଚନା ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri