ବାତ୍ୟା ଆଶ୍ରୟସ୍ଥଳକୁ ୭୭୫୪ ସ୍ଥାନାନ୍ତର

କେନ୍ଦ୍ରାପଡ଼ା ଅଫିସ,୨୫ା୫: ବାତ୍ୟା ୟାସ୍‌ ଅତି ଭୟଙ୍କର ଭାବେ ମାଡ଼ି ଆସୁଛି। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ କେନ୍ଦ୍ରାପଡ଼ା ଜିଲା ପ୍ରଭାବିତ ହେବ। ପାଣିପାଗ ବିଶେଷଜ୍ଞଙ୍କ ଏହି ଆକଳନକୁ ଦୃଷ୍ଟିରେ ରଖାଯାଇ ଜିଲା ପ୍ରଶାସନ ପକ୍ଷରୁ ବିପଦ ମଧ୍ୟରେ ଥିବା ଜିଲାବାସୀଙ୍କୁ ସୋମବାରଠାରୁ ସ୍ଥାନାନ୍ତର କରାଯାଉଛି। ମଙ୍ଗଳବାର ସକାଳ ୬ ଟା ସୁଦ୍ଧା ଜିଲାର ୫୮ ବାତ୍ୟା ଆଶ୍ରୟସ୍ଥଳକୁ ମୋଟ ୭,୭୫୪ ଜଣ ସ୍ଥାନାନ୍ତର ହୋଇଥିବା ଜିଲା ଜରୁରୀକାଳୀନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମହାକାଳପଡ଼ା ବ୍ଲକ ଅଞ୍ଚଳର ସର୍ବାଧିକ ୧୦୧ ଆଶ୍ରୟସ୍ଥଳକୁ ୪୪୩୫ ଜଣଙ୍କୁ ସ୍ଥାନାନ୍ତର କରାଯରା ଯାଇଛି।
ସେହିପରି ଆଳିର ଆଶ୍ରୟସ୍ଥଳୀରେ ୩୨ ଜଣ, ଡେରାବିଶରେ ୪ ଆଶ୍ରୟସ୍ଥଳୀରେ ୨୨୧ ଜଣ, ଗରଦପୁରରେ ୩ ଆଶ୍ରୟସ୍ଥଳୀରେ ୪୪ ଜଣ, କେନ୍ଦ୍ରାପଡ଼ାରେ ୨୨ ଆଶ୍ରୟସ୍ଥଳୀରେ ୬୨୨ଜଣ, ମାର୍ଶାଘାଇରେ ୧୪ ଆଶ୍ରୟସ୍ଥଳୀରେ ୧୯୧ ଜଣ, ପଟ୍ଟାମୁଣ୍ଡାଇରେ ୨ ଆଶ୍ରୟସ୍ଥଳୀରେ ୭୭ ଜଣ, ରାଜକନିକାରେ ୧୬ ଆଶ୍ରୟସ୍ଥଳୀରେ ୭୨୧ ଜଣ, ରାଜନଗରରେ ୩୬ ଆଶ୍ରୟସ୍ଥଳୀରେ ୧୧୭୭ ଜଣ, କେନ୍ଦ୍ରାପଡା ପୌରାଞ୍ଚଳରେ ୪ ଆଶ୍ରୟସ୍ଥଳୀରେ ୧୫୬ ଜଣ ଓ ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ୨ ଆଶ୍ରୟସ୍ଥଳୀରେ ୪୮ ଜଣ ରହିଛନ୍ତି। ମଧ୍ୟାହ୍ନ ସୁଦ୍ଧା ଜିଲାର ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହେବ ବୋଲି ଜିଲା ଜରୁରୀକାଳୀନ ଅଧିକାରୀ ସମ୍ବିତ କୁମାର ଶତ୍‌ପଥୀ ସୂଚନା ଦେଇଛନ୍ତି।