ସିଜେଆଇଙ୍କୁ ଚିଠି ଲେଖିଲେ ୭୭୨ ଓକିଲ

ନୂଆଦିଲ୍ଲୀ,୨୦ା୮: ଦେଶର ୭୭୨ ଓକିଲ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (ସିଜେଆଇ) ଏସ୍‌.ଏ. ବୋବ୍‌ଡେଙ୍କୁ ପତ୍ର ଲେଖିଛନ୍ତି। ନିକଟରେ ନ୍ୟାୟପାଳିକା ପ୍ରତି ଭୟ ସୃଷ୍ଟି କରିଥିବା ତତ୍ତ୍ୱ ଉପରେ ସେମାନେ ଏଥିରେ ଚିନ୍ତାବ୍ୟକ୍ତ କରିଛନ୍ତି। ସ୍ବାକ୍ଷର କରିଥିବା ଉକ୍ତ ପତ୍ରରେ ଲେଖିଛନ୍ତି, ଆମେ ଆଇନଜୀବୀମାନେ ବର୍ତ୍ତମାନର ସ୍ଥିତିରେ ନ୍ୟାୟପାଳିକାକୁ ଡରାଇବା ଓ ଧମକାଇବା ପ୍ରବୃତ୍ତିକୁ ନେଇ ଚିନ୍ତିତ। ଭାରତ ସେହି ବିଚାରପତିମାନଙ୍କ ବିରୋଧରେ ସଂସ୍ଥାଗତ ବ୍ୟବଧାନର ଏକ ଶୃଙ୍ଖଳା ଦେଖିବାକୁ ପାଇଛି, ଯାହା ସେମାନଙ୍କ ସହ ଅସହମତ ହେବା ପାଇଁ ପ୍ରସ୍ତୁତ ନୁହେଁ। ନ୍ୟୟପାଳିକାକୁ ନିଜ ଭୂମିକା ପ୍ରଭାବୀ ଢଙ୍ଗାରେ ତୁଲାଇବାକୁ ହେଲେ ନିଜ ଗରିମା ଓ ଅଧିକାରର ସୁରକ୍ଷା କରିବାକୁ ପଡ଼ିବ। ଯେତେବେଳେ ଆଇନଜୀବୀମାନଙ୍କ ରାଜନୈତିକ ଉଦ୍ଦେଶ୍ୟ ଅଦାଲତଙ୍କ ରାୟ ଯୋଗୁ ପୂରଣ ହୋଇପାରୁନାହିଁ ସେତେବେଳେ ସେମାନେ ସୁପ୍ରିମକୋର୍ଟ ଓ ବିଚାରପତିମାନଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଉଛନ୍ତି।