ୟୁକ୍ରେନ୍‌ରୁ ଫେରିଲେ ଆଉ ୭୭ ଓଡ଼ିଆ ଛାତ୍ରୀଛାତ୍ର

ଭୁବନେଶ୍ୱର,୭।୩(ବ୍ୟୁରୋ): ୟୁକ୍ରେନ୍‌ରୁ ଆଉ ୭୭ ଜଣ ଓଡ଼ିଆ ଛାତ୍ରୀଛାତ୍ର ସୋମବାର ଫେରିଛନ୍ତି । ଦିଲ୍ଲୀରୁ ସ୍ବତନ୍ତ୍ର ଏୟାର ଏସିଆ ବିମାନ ଯୋଗେ ଛାତ୍ରୀଛାତ୍ରମାନେ ଆସି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ଭାରତ ସରକାରଙ୍କ ଅପରେସନ ଗଙ୍ଗା ଦ୍ୱାରା ସେମାନେ ସୁରକ୍ଷିତ ଭାବେ ୟୁକ୍ରେନ୍‌ରୁ ଭାରତ ଫେରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୨୭୭ ଜଣ ଛାତ୍ରଛାତ୍ରୀ ୟୁକ୍ରେନରୁ ଓଡ଼ିଶାକୁ ଫେରିଲେଣି ।