ଏଡ୍‌ସରେ ୭୭ ଲକ୍ଷଙ୍କ ମୃତ୍ୟୁ ଆଶଙ୍କା

ଜେନେଭା, ୧ା୧୨: ଏଚ୍‌ଆଇଭି ବିଶ୍ୱସ୍ତରୀୟ ପ୍ରମୁଖ ସ୍ବାସ୍ଥ୍ୟ ସଙ୍କଟ ପାଲଟିଛି। ଆସନ୍ତା ୧୦ ବର୍ଷ ମଧ୍ୟରେ ବିଶ୍ୱର ପ୍ରାୟ ୭୭ ଲକ୍ଷ ଲୋକଙ୍କ ଏଡ୍‌ସ କିମ୍ବା ଏହାଜନିତ ରୋଗରେ ମୃତ୍ୟୁ ହେବାର ଆଶଙ୍କା ରହିଛି ବୋଲି ଏଚ୍‌ଆଇଭି ଏବଂ ଏଡ୍‌ସ (ୟୁଏନ୍‌ଏଡ୍‌ସ) ଉପରେ ଜାତିସଂଘ ପ୍ରୋଗ୍ରାମର ଏକ ରିପୋର୍ଟ ପ୍ରକାଶ ପାଇଛି। ପ୍ରତିବର୍ଷ ଡିସେମ୍ବର ୧ରେ ବିଶ୍ୱ ଏଡ୍‌ସ ଦିବସ ପାଳନ କରାଯାଉଥିବାବେଳେ ଏହି ବୈଶ୍ୱିକ ସଙ୍ଗଠନ ଏଭଳି ଚେତାବନୀ ଦେଇଛି।
ଏଚ୍‌ଆଇଭିର ଶିକାର ହୋଇ ଏ ପର୍ଯ୍ୟନ୍ତ ବିଶ୍ୱରେ ୩ କୋଟି ୬୬ ଲକ୍ଷ ଲୋକଙ୍କ ଜୀବନ ଯାଇଛି। କେବଳ ୨୦୨୦ରେ ପ୍ରାୟ ୬ ଲକ୍ଷ ୮୦ ହଜାର ଲୋକ ଏଚ୍‌ଆଇଭି ଏବଂ ଏ ସଂକ୍ରାନ୍ତ ରୋଗ ଯୋଗୁ ମୃତ୍ୟୁମୁଖରେ ପଡ଼ିଥିବାବେଳେ ୧୫ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି। ବିଶ୍ୱରେ ପ୍ରାୟ ୩ କୋଟି ୮୦ ଲକ୍ଷ ଜଣ ଏଚ୍‌ଆଇଭି ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ଏଡ୍‌ସ ମଧ୍ୟ ଏକ ମହାମାରୀ ଏବଂ ଏହାକୁ ରୋକିବାକୁ ହୋଇଥିବା ଯୋଜନା ସବୁ ଦିଶାହରା ହୋଇଛି। ଏହା କୋଭିଡ୍‌ଠାରୁ ମଧ୍ୟ ଭୟଙ୍କର ରୂପ ନେବାରେ ଲାଗିଛି। କରୋନା ଆସିବା ପରଠାରୁ ଏଡ୍‌ସ ଆକ୍ରାନ୍ତଙ୍କୁ ଅଣଦେଖା କରାଯିବା ସହ ଏହାକୁ ରୋକିବା ପାଇଁ ପଦକ୍ଷେପ ନିଆଯିବାରେ ଅବହେଳା କରାଯାଉଛି। ବହୁ କମ୍‌ ସଂଖ୍ୟାରେ ଏଡ୍‌ସ ଆକ୍ରାନ୍ତ ଉପଯୁକ୍ତ ଚିକିତ୍ସା ପାଉଛନ୍ତି। ୧୩୦ ଦେଶରେ ଏଚ୍‌ଆଇଭି ଚିକିତ୍ସା ନିମନ୍ତେ ଆକ୍ରାନ୍ତଙ୍କ ନିକଟରେ ଡ୍ରଗ୍ସ ସେବା ୬୫ ପ୍ରତିଶତ ବାଧାପ୍ରାପ୍ତ ହୋଇଛି। ତେବେ କେତେକ ଦେଶରେ ଏଡ୍‌ସ ବିରୋଧୀ ଅଭିଯାନ ଅନେକାଂଶରେ ସଫଳ ହୋଇଛି। ସମସ୍ତ ଦେଶ ଅସମାନତାକୁ ହଟାଇ କୋଭିଡ୍‌-୧୯କୁ ରୋକିବା ସହ ଏଡ୍‌ସ ଓ ଭବିଷ୍ୟତର ମହାମାରୀ ବିରୋଧରେ ଲଢ଼ିବା ପାଇଁ ପ୍ରସ୍ତୁତ ହେବାକୁ ରିପୋର୍ଟରେ ପରାମର୍ଶ ଦିଆଯାଇଛି। ବିଶ୍ୱ ନେତାଙ୍କ ସକ୍ରିୟ ପଦକ୍ଷେପ ବିନା ଏଡ୍‌ସକୁ ହରାଇବା ସହଜ ହେବନାହିଁ। ସମ୍ପ୍ରଦାୟ-ନେତୃତ୍ୱ ଏବଂ ସମ୍ପ୍ରଦାୟ ଭିତ୍ତିକ ଭିତ୍ତିଭୂମି, ଯଥେଷ୍ଟ ମାତ୍ରାରେ ଔଷଧ ଉପଲବ୍ଧ, ଟିକା, ବୈଷୟିକ ଜ୍ଞାନର ବ୍ୟବହାର ବ୍ୟାପକ ହେଲେ ଏଡ୍‌ସ ସହ ଲଢ଼େଇ ସହଜ ହୋଇପାରିବ ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri