Categories: ରାଜ୍ୟ

ସୁସ୍ଥ ହେଲେ ୭୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୨୩।୨ : ଓଡ଼ିଶାରେ ମଙ୍ଗଳବାର ୭୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହୋଇଥିବା କୋଭିଡ୍‌-୧୯ରେ ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ୩,୩୪,୨୪୩ରେ ପହଞ୍ଚିଛି। ବରଗଡ଼ରୁ ୧୪, ଖୋର୍ଦ୍ଧରୁ ୯, ମୟୁରଭଞ୍ଜରୁ ୭, ସମ୍ବଲପୁର ଓ ନୂଆପଡ଼ାରୁ ୬, ବାଲେଶ୍ୱର, ବଲାଙ୍ଗୀର, ଯାଜପୁର ଓ ସୁନ୍ଦରଗଡ଼ରୁ ୫, ଝାରୁସୁଗୁଡ଼ା ଓ ପୁରୀରୁ ୩, ଢେଙ୍କାନାଳ ଓ ସୋନପୁରରୁ ୨, ଅନୁଗୁଳ, କଟକ, କଳାହାଣ୍ଡି, ନୟାଗଡ଼ ଓ ଷ୍ଟେଟ୍‌ ପୁଲରୁ ଜଣେ ଲେଖାଏ ଆରୋଗ୍ୟ ଲାଭ କରିଛନ୍ତି। ଏ ନେଇ ରାଜ୍ୟର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରାଯାଇଛି।