ବିକଶିତ ରାଷ୍ଟ୍ର ଗଠନରେ ଭାଗିଦାରୀ ହେବାକୁ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଆହ୍ବାନ

ପାଟଣା,୨୬।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ରବିବାର ମୁଖ୍ୟାଳୟ ଷ୍ଟାଡିୟମରେ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳଚନ୍ଦ୍ର ନାଏକ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମେବେତ ୨୯ଟି ପ୍ୟାରେଡ ଗ୍ରୁପରୁ ଅଭିବାଦନ ଗ୍ରହଣ କରିଥିଲେ। ଉଦ୍‌ବୋଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବପନର ବିକଶିତ ଭାରତ ଗଠନକୁ ସାକାର କରିବା ପାଇଁ ସମସ୍ତେ ଗୁଣ୍ଡିଚିମୂଷା ଭଳି କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷା ଶୁକାନ୍ତି ନାଏକ, ବଡ ପାଟଣା ସରପଞ୍ଚ ବିନତି ବାନରା, ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷ ବିଦ୍ୟାଧର ଦାଶ, ପାଟଣା ବିଡିିଓ ମାନସ କୁମାର ଦଣ୍ଡପାଟ, ବିଇଓ ପୂର୍ଣ୍ଣଚନ୍ଦ୍ର ଅମାନ୍ତ, ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ପାଟଣା ବ୍ଲକ ଓଡ଼ିଶା ପ୍ରଶାସନିକ ସେବାରେକୃତ କାର୍ଯ୍ୟ ହୋଇଥିବା ବ୍ୟକ୍ତି ଓ କରୋନା କାଳରେ ଉଲ୍ଲେଖନୀୟ ସେବା ପାଇଁ ୨ ଜଣ ଓ ଜଣେ ସଫଳ ଚାଷୀଙ୍କୁ ମୁଖ୍ୟ ଅତିଥି ବିଧାୟକ ସମ୍ବର୍ଦ୍ଧିତ କରିଥିଲେ। ତୁରୁମୁଙ୍ଗାର ଓଏଏସ୍‌ ବିକାଶ ସାହୁଙ୍କ ପାଇଁ ତାଙ୍କ ବାପା ପ୍ରଦୀପ କୁମାର ସାହୁ, ତଣ୍ଡ ଗ୍ରାମ ର ପ୍ରିୟଦର୍ଶୀ ନାୟକଙ୍କ ପାଇଁ ତାଙ୍କ ବାପା ଭାଗବତ ନାୟକ, କୁଠା ଘର ଗ୍ରାମ ର ପ୍ରମୋଦ କୁମାର ମହାନ୍ତ, ବରୁଡ଼ି ପଶିର ସୁଚିଶ୍ମିତା ନାଏକ ଓ କରୋନା କାଳ ରେ ଦୁଃସ୍ତ ଲୋକଙ୍କୁ ସେବା ଯୋଗାଇ ଦେଇଥିବାରୁ ଉଲ୍ଲେଖନୀୟ ସେବା ପାଇଁ ପାଟଣାର ଖବରଦାତା ତଥା ସାମାଜିକକର୍ମୀ ବିଜୟରତ୍ନ ପତି ଓ ଜିଲା ଭାଜପା ଯୁବମୋର୍ଚ୍ଚା ସଭାପତି ସବୀରଦାଶ ଓ ସଫଳ ମାଣ୍ଡିଆ ଚାଷୀ ସଞ୍ଜୁଲତା ମହାନ୍ତଙ୍କୁ ମାନପତ୍ର, ଅଙ୍ଗ ବସ୍ତ୍ର, ପୁଷ୍ପ ଗୁଚ୍ଛଦେଇ ମୁଖ୍ୟଅତିଥି ସମ୍ବର୍ଦ୍ଧିତ କରିଥିଲେ। ଆୟୋଜିତ ସଭାକୁ ଶିକ୍ଷକ ପାର୍ଥସାରଥି ବେଜ ସଂଯୋଜନା କରିଥିବା ବେଳେ ପ୍ୟାରେଡକୁ କ୍ୟାପଟେନ ଧର୍ମେନ୍ଦ୍ର କୁମାର ସାହୁ, ସାଂସ୍କୃତିକ କାର୍ଯ୍ୟକ୍ରମକୁ କମଳା କାନ୍ତ ପତି ସଂଯୋଜନା କରିଥିଲେ। ପ୍ୟାରେଡରେ ବିଚାରକଭାବେ ଥାନା ଅଧୀକାରୀ ମାନସ କୁମାର ମହାକୁଡ, ରେଞ୍ଜର ବନ ବିହାରୀ ସର୍ଦାର, ଅଗ୍ନିଶମ ଅଧିକାରୀ ଗୌର ମୋହନ ହେମ୍ରମ, ଯୋଗ ଦେଇଥିଲେ। ତହସିଲରେ ତହସିଲଦାର ଲୀଳାବତୀ ନାୟକ, ବ୍ଲକରେ ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ପାଟଣା ମହାବିଦ୍ୟାଳୟରେ ଅଧ୍ୟକ୍ଷ ବିରେନ୍ଦ୍ର କୁମାର ସାହୁ, ପାଟଣା ଥାନାରେ ମାନସ କୁମାର ମହାକୁଡ, ତୁରୁମୁଙ୍ଗା ଥାନାରେ ଏସ୍‌ଆଇ କିଶୋର ଚନ୍ଦ୍ର ପାତ୍ର, ପାଟଣା ଗୋଷ୍ଠୀ ସ୍ବାାସ୍ଥ୍ୟ କେନ୍ଦ୍ରରେ ଡା. ଶୁଭେନ୍ଦୁ ସାଗର କୁମାର ନାଏକ, ରେଞ୍ଜ କାର୍ଯ୍ୟାଳୟରେ ବନ ବିହାରୀ ସର୍ଦାର, ମୁକ୍ତି ତୀର୍ଥ ବ୍ଲବ ସ୍ବାମରେ ଭାଗୀରଥି ଦାଶ, ଅଗ୍ନିଶମ କାର୍ଯ୍ୟାଳରେ ଷ୍ଟେସନ ପରିଚାଳକ ଗୌର ମୋହନ ହେମ୍ରମ, ତୁରୁମୁଙ୍ଗା ଶିଶୁ ବିଦ୍ୟା ମନ୍ଦିରରେ ବିଧାୟକ ନାଏକ, ପାଟଣା ଶିଶୁ ବିଦ୍ୟା ମନ୍ଦିରରେ ପରିଚାଳନା କମିଟି ସଭାପତି ଅରବିନ୍ଦ ଦାଶ ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri