ଭାରତ ସ୍ବାଧୀନତାରେ ବାଲେଶ୍ୱରର ଅବଦାନ ଅତୁଳନୀୟ କହିଲେ ମନ୍ତ୍ରୀ

ବାଲେଶ୍ୱର ଅଫିସ ୧୫।୮: ବାଲେଶ୍ୱର ଜିଲା ପୋଲିସ ରିଜର୍ଭ ପଡ଼ିଆରେ ସୋମବାର ଜିଲାସ୍ତରୀୟ ୭୬ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଯୋଗଦେଇ ଭାରତ ସ୍ବାଧୀନତାରେ ବାଲେଶ୍ୱର ଜିଲାର ଭୂମିକାକୁ ସ୍ମରଣ କରାଇଥିଲେ। ବାଘାଯତୀନଙ୍କ ବିପ୍ଳବଠାରୁ ଲବଣ ସତ୍ୟାଗ୍ରହ, ଗଡ଼ଜାତ ମିଶ୍ରଣରୁ ଆରମ୍ଭ କରି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ବାଲେଶ୍ୱରର ଅବଦାନ ଅତୁଳନୀୟ ବୋଲି ସେ ମତ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲା ସ୍ବାସ୍ଥ୍ୟ କର୍ମଚାରୀ, ଆଶା, ଅଙ୍ଗନଓ୍ବାଡି କର୍ମୀ, ସଫେଇ କର୍ମଚାରୀ, ଅଗ୍ନିଶମ କର୍ମଚାରୀ ପ୍ରମୁଖ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଥିଲା। ବର୍ତ୍ତମାନ ଦେଶ ମହାମାରୀ କରୋନା ସହିତ ଲଢ଼େଇ କରୁଛି। ଏନେଇ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କୋଭିଡ୍‌-୧୯ ନିୟମ ଅନୁଯାୟୀ ସ୍ବାଧୀନତା ଦିବସ ପାଳନ କରାଯାଇଛି। ବାଲେଶ୍ୱର ବିଧାୟକ, ପୋଲିସ ଆରକ୍ଷୀ ଅଧୀକ୍ଷକ, ଅତିରିକ୍ତ ଜିଲାପାଳଙ୍କ ସମେତ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।