୭୫ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ରାୟଗଡା,୨୬।୧:(ଆଷିଶ ରଞ୍ଜନ ପଣ୍ଡା): ରାୟଗଡାସ୍ଥିତ ଜିସିଡି ପଡିଆ ଠାରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଜିଲାସ୍ତରୀୟ ଉତ୍ସବରେ ଜିଲାପାଳ ସ୍ବଧାଦେବ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହାପରେ ସମବେତ ପ୍ୟାରେ ଅଭିବାଦନ ଗ୍ରହଣ କରିଥିଲେ ଜିଲାପାଳ। ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କାର୍ଯ୍ୟକ୍ରମରେ ନିଜ ଅଭିଭାଷଣ ରଖି ଜିଲାପାଳ କହି ଦେଶ ସ୍ବାଧୀନତା ପାଇଁ ସ୍ବାଧୀନତା ସଂଗ୍ରାମୀମାନଙ୍କ ବଳିଦାନ ଓ ତ୍ୟାଗକୁ ସ୍ମରଣ କରିଥିଲେ। ଏଥିସହ ଜିଲାର ପ୍ରଗତି ପାଇଁ ଯୁବପିଢିଙ୍କୁ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ। ଜିଲାପାଳ ସ୍ବଧା ସିଂ । ଏହି କାର୍ଯ୍ୟକ୍ରମରେ ପୋଲିସ ଠାରୁ ଆରମ୍ଭ କରି ବିଭିନ୍ନ ସ୍କୁଲ ଓ କଲେଜର ଏନସିସି କ୍ୟାଡେଟମାନେ ପରେଡ ପ୍ରଦର୍ଶନ କରିଥିଲେ। ସେହିଭଳି ବିଭିନ୍ନ ସ୍କୁଲର ଛାତ୍ରୀଛାତ୍ରମାନେ ସାଂସ୍କୃତିକ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଛାତ୍ରୀଛାତ୍ରମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏସପି ବିବେକାନନ୍ଦ ଶର୍ମା, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ବ୍ଲକ ଅଧ୍ୟକ୍ଷା ଟୁନି ହୁଇକା, ଉପାଧ୍ୟକ୍ଷ ହରପ୍ରସାଦ ହେପୃକା, ଅତିରିକ୍ତ ଜିଲାପାଳ ଭାସ୍କର ରଇତ, ଅତିରିକ୍ତ ଜିଲାପାଳ ରାମେଶ୍ୱର ପ୍ରଧାନ, ଜିଲା ପରିଷଦ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ କହଁର, ଉପଜିଲାପାଳ କଲ୍ୟାଣି ସଂଘମିତ୍ରା ଦେବୀ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଓ ଅନ୍ୟାନ୍ୟ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଏମ୍‌ପି ସପ୍ତଗିରି ଉଲାକାଙ୍କ ବଡ଼ ସୂଚନା: ଏହି ସବୁ ରୁଟ୍‌ରେ ବସିବ…

ରାୟଗଡା,୧୯।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ ହୋଇଥିଲେ ହେଁ ଟ୍ରେନ ଯାତାୟାତ ସିଗନାଲ ବ୍ୟବସ୍ଥା ସମେତ ଅନ୍ୟାନ୍ୟ ଟେକ୍ନିକାଲ ବ୍ୟବସ୍ଥାର କଣ୍ଟ୍ରୋଲ ବର୍ତ୍ତମାନ...

୬ ମାସ ପରେ ଖୋଲିଲା ମଝିଘରିଆଣିଙ୍କ ମନ୍ଦିର ହୁଣ୍ଡି: ବାହାରିଲା ଏତେ କୋଟି ଟଙ୍କା ସହ ବିଦେଶୀ…

ରାୟଗଡା, ୧୯।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ହୁଣ୍ଡି ସୋମବାର ଖୋଲାଯାଇ ଗଣତି କରାଯାଇଛି। ଉକ୍ତ ୯...

ଖୋଲିଲା ମା’ ମଝି ଘରିଆଣୀ ମନ୍ଦିର ହୁଣ୍ଡି, ଚାଲିଛି ଗଣତି

ରାୟଗଡ଼ା,୧୯ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ହୁଣ୍ଡି ସୋମବାର ଖୋଲାଯାଇ ଗଣତି ଆରମ୍ଭ କରାଯାଇଛି। ଏଥିରେ ବିଭିନ୍ନ...

କାର ଦୁର୍ଘଟଣାରେ ଆଖିବୁଜିଲେ ବନ ବିଭାଗ ଅଧିକାରୀ

କଲ୍ୟାଣସିଂହପୁର,୧୬।୧(ଦୀପକ କୁମାର ପରିଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବନ ବିଭାଗ ଅଧିକାରୀ ଚନ୍ଦନ ଗମାଙ୍ଗଙ୍କ ଶୁକ୍ରବାର ରାତିରେ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ କଲ୍ୟାଣସିଂହପୁରରୁ ରାୟଗଡା...

ଦାଦନ ଖଟିବାକୁ ଯାଇ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, ବିଧାୟକ କହିଲେ କମ୍ପାନୀ ଅଛି…

ରାୟଗଡ଼ା/ଟିକିରି,୧୫/୧(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ କୁମାର ବେହେରା): ବକ୍ସାଇଟ ଖଣି ଗନ୍ତାଘର ଭାବେ ବିଶ୍ୱ ପରିଚିତ କାଶୀପୁର ବ୍ଲକର ଜଣେ ୨୫ବର୍ଷୀୟ ଯୁବକ ଦାଦନ ଖଟିବାକୁ ଯାଇ...

ପରଲୋକରେ ସମାଜସେବୀ ସକଳାବାତ୍ତୁଳା ଲକ୍ଷ୍ମଣ ମୂର୍ତ୍ତି, ଝୁରି ହେଉଛନ୍ତି ଅଞ୍ଚଳବାସୀ

ଗୁଣୁପୁର, ୧୫।୧(ସଂକେତ ପାତ୍ର): ଗୁଣୁପୁର ଅଞ୍ଚଳର ପ୍ରସିଦ୍ଧ ଜମିନ୍ଦାର ତଥା ବ୍ୟବସାୟୀ ଏବଂ ସାମାଜିକ କ୍ଷେତ୍ରରେ ପରିଚିତ ବ୍ୟକ୍ତିତ୍ୱ ସକଳାବାତ୍ତୁଳା ଲକ୍ଷ୍ମଣ ମୂର୍ତ୍ତିଙ୍କର ଗୁରୁବାର ଅପରାହ୍ନ...

ବିଜୟ ଶୋଭାଯାତ୍ରା ସମୟରେ ଅଘଟଣ: ବାଣ ଫୁଟାଇବା ବେଳେ କନଷ୍ଟେବଳ ଗୁରୁତର

ରାୟଗଡ଼ା,୧୪।୧(ଆଶିଷ ରଞ୍ଜନ ପଣ୍ଡା) – ଆଜିକୁ ଦୁଇ ଦିନ ତଳେ ପୋଲିସ ରାୟଗଡ଼ା ହାବିଲଦାର ଓ କନଷ୍ଟେବଳ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜୟୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri