Posted inଫୁରସତ

ବିଲେଇ କୁକୁରଙ୍କ ନାଁରେ ବୃଦ୍ଧା ଜମା କରିଦେଲେ ୨୩ କୋଟି ଟଙ୍କା, କାରଣ ଜାଣିଲେ ଆଖିରେ ଆସିବ ଲୁହ

ଅନେକ ଥର ଏମିତି ଘଟେ ଯେ, ଆମେ ଜୀବନରେ ଯାହା ଭାବୁଥାଉ ତାହା ହୁଏ ନାହିଁ। ଉଦାହରଣ ସ୍ବରୂପ ସମସ୍ତ ମାତାପିତା ଆଶା କରନ୍ତି ଯେ, ସେମାନଙ୍କର ପିଲାମାନେ ବଡ଼ ହୋଇ ସେମାନଙ୍କର ଯତ୍ନ ନେବେ। ଯଦିଓ ସେମାନେ ଏକାଠି ନାହାନ୍ତି, ଅନ୍ତତଃପକ୍ଷେ ସେମାନେ ସେମାନଙ୍କର ମଙ୍ଗଳ ବିଷୟରେ ପଚାରି ବୁଝିବେ। ଯଦି ସେମାନେ ଏହା ନ କରନ୍ତି, ମାତାପିତା କେବଳ ହୃଦୟ ଭାଙ୍ଗି ପଡ଼ନ୍ତି ନାହିଁ ବରଂ ମାନସିକସ୍ତରରେ ମଧ୍ୟ ଦୁଃଖିତ ହୋଇପଡ଼ନ୍ତି। କିଛି ମାତାପିତା ଏହାକୁ ଭାଗ୍ୟ ବୋଲି ଭାବନ୍ତି କିନ୍ତୁ କେତେକ ମାତାପିତା କଠୋର ପଦକ୍ଷେପ ନିଅନ୍ତି।

ଚାଇନାରେ ରହୁଥିବା ଜଣେ ବୃଦ୍ଧାଙ୍କ ସହ ସେମିତି ଏକ ଘଟଣା ଘଟିଛି। ଏହି ଦୁନିଆ ଛାଡ଼ିବା ପୂର୍ବରୁ ସେ ୨୩ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ତାଙ୍କ ପିଲାମାନଙ୍କ ବଦଳରେ ତାଙ୍କ ଘରେ ପାଳିତ କୁକୁର ଏବଂ ବିଲେଇମାନଙ୍କ ନାଁରେ କରିଦେଇଥିଲେ। ଏକ ରିପୋର୍ଟ ଅନୁଯାୟୀ, ମହିଳା ଜଣକ ସାଂଘାଇର ବାସିନ୍ଦା ଥିଲେ ଏବଂ ତାଙ୍କର ଅନେକ ପୋଷା କୁକୁର ଏବଂ ବିଲେଇ ଥିଲେ।

ମହିଳାଙ୍କ ନାମ ଲିୟୁ ଥିଲା। ସେ ତାଙ୍କ ଘରେ ଏକୁଟିଆ ରହୁଥିଲେ। ଏହି ସମୟରେ ତାଙ୍କ ପିଲାମାନେ ତାଙ୍କୁ ଭେଟିବାକୁ କେବେ ଆସି ନ ଥିଲେ କିମ୍ବା ଅସୁସ୍ଥତା ସମୟରେ ମଧ୍ୟ ତାଙ୍କ ସହ ଯୋଗାଯୋଗ କରି ନ ଥିଲେ। ତାଙ୍କ ସହିତ ବଢ଼ିଥିବା କୁକୁର ଓ ବିଲେଇମାନେ ତାଙ୍କ ସହିତ ରହୁଥିଲେ। ଏହି ସମୟରେ ମହିଳା ଜଣକ ତାଙ୍କ ମତ ବଦଳାଇ ୨.୮ ମିଲିୟନରୁ ଅଧିକ ମୂଲ୍ୟର ସମ୍ପତ୍ତି ଅର୍ଥାତ୍‌ ୨୩ କୋଟି ୨୭ ଲକ୍ଷ ୧୬ ହଜାର ଟଙ୍କା ତାଙ୍କ ଗୃହପାଳିତ ପଶୁଙ୍କୁ ହସ୍ତାନ୍ତର କରିଥିଲେ। ଯେତେବେଳେ ତାଙ୍କ ପିଲାମାନେ ଏହା ଜାଣିଲେ, ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ।

ଯେହେତୁ ଚାଇନାରେ ପଶୁମାନଙ୍କ ନାମରେ ସମ୍ପତ୍ତି ସିଧାସଳଖ ଟ୍ରାନ୍ସଫର୍‌ ହୋଇପାରିବ ନାହିଁ। ତେଣୁ ସେ ଜଣେ ପଶୁ ଡାକ୍ତରଙ୍କ ସହ ଯୋଗାଯୋଗ କରିଥିଲେ। ସେମାନଙ୍କର ଯତ୍ନ ନେବା ଦାୟିତ୍ୱ ତାଙ୍କ ଉପରେ। ସୋସିଆଲ ମିଡିଆରେ ଯିଏ ଏହି କାହାଣୀ ପଢୁଛନ୍ତି, ସେ କହିଛନ୍ତି ବୃଦ୍ଧା ଜଣକ ନିରାଶ ଏବଂ ଦୁଃଖିତ ଥିବାରୁ ଏପରି କରିଛନ୍ତି। ଯାହା କରିଛନ୍ତି ଠିକ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଖୋଲିଲା ହୀରାକୁଦର ୪ ଗେଟ

ସମ୍ବଲପୁର,୯ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ରବିବାର ପୁଣି ଥରେ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରିବା ଆରମ୍ଭ କରିଛି।…

ବରଗଡ଼ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବ ଓକିଲ ସଂଘ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଅସନ୍ତୋଷ ବଢ଼ି ଚାଲିଛି । ଗତ କିଛିଦିନ ତଳେ ବରଗଡ଼ ସହରସ୍ଥିତ କୋର୍ଟ ସମ୍ମୁଖ ରାସ୍ତାରେ…

ପାଣି ଘେରରେ ଗାଁ, ଦୁର୍ଦ୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ

ହାଟଡିହୀ/ଛେନାପଦୀ,୯l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଅସରାଏ ବର୍ଷା ହେଲେ ଲୋକଙ୍କ ଦୁଃଖ ବଢିଯାଉଛି l କିନ୍ତୁ ସ୍ଥାନୀୟ ଲୋକ ପ୍ରତିନିଧି କିମ୍ବା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେବା…

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ମୁକାବିଲା ପାଇଁ ଆହ୍ବାନ, ଏକାଠି ହେଲେ ବିଭିନ୍ନ ସଂଗଠନ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହର ସମେତ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇ ପଡିଛି । ଏହାକୁ ନେଇ ସ୍ଥାନୀୟ ନାଗରିକମାନେ ନିଜକୁ ଅସୁରକ୍ଷିତ…

ଗାଡ଼ି ଧକ୍କାରେ ଚାଲିଗଲା ପାର୍ଥଙ୍କ ଜୀବନ, ମୃତଦେହ ଜବତ କରି ପୋଲିସ…

ଦିଗପହଣ୍ଡି,୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ପୋଲିସ ରବିବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ…

ବିଜେଡିରୁ ନିଲମ୍ବିତ ହେଲେ ଶାରଦା ପ୍ରସାଦ ସ୍ୱାଇଁ, ସାଧାରଣ ସମ୍ପାଦକ କହିଲେ….

ଭବାନୀପାଟଣା,୯।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବିଜେଡିର ସକ୍ରିୟ ସଦସ୍ୟ ଶାରଦା ପ୍ରସାଦ(ବାବୁଲି) ସ୍ୱାଇଁଙ୍କୁ ରବିବାର ବିଜେଡି ନିଲମ୍ବିତ କରିଛି । ଦଳ ବିରୋଧୀ କାର୍ଯ୍ୟ…

ପାଲେଷ୍ଟାଇନ୍ ରାଷ୍ଟ୍ର ହେବାକୁ ଦେବି ନାହିଁ: ନେତାନ୍ୟାହୁ

ଜେରୁଜେଲମ୍‌, ୯ା୮: ଗାଜା ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତିଙ୍କ ପ୍ରସ୍ତାବିତ ୧୫-ସୂତ୍ରୀ ‘ବୋର୍ଡ ଅଫ୍ ପିସ୍’ ଯୋଜନାକୁ ନେଇ ଇସ୍ରାଏଲ୍ ପକ୍ଷରୁ ଆପତ୍ତି ସାମ୍ନାକୁ ଆସିଛି। ଇସ୍ରାଏଲ୍…

ଦାଦନ ଖଟିବାକୁ ଯାଇ ହଜି ଯାଇଥିଲେ ଘାସିରାମ, ଉଦ୍ଧାର ପରେ ବଖାଣିଲେ ଲୋମ ଟାଙ୍କୁର ସତ…

ଥୁଆମୂଳ ରାମପୁର,୯।୮(ଦୁର୍ଗା କୀର୍ତ୍ତି): ନିଖୋଜ ଦାଦନ ଶ୍ରମିକ ଘାସିରାମ ମାଝୀଙ୍କୁ ନେଇ ସୃଷ୍ଟି ହୋଇଥିବା ଆଶଙ୍କା ଶେଷ ହୋଇଛି। କେରଳରେ ଭୟ, ଭାଷାଗତ ସମସ୍ୟା ଓ ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri