୭୫ ବର୍ଷର ଫର୍ଦ୍ଦ ପାଠ

ମଣିଷ ସୃଷ୍ଟି ହେବା କାଳରୁ ବିଜ୍ଞାନ ସହ ତା’ର ପରିଚୟ। ଅଥଚ ଅଧିକାଂଶ ବ୍ୟକ୍ତି ବିଜ୍ଞାନ ପ୍ରତି ବୀତସ୍ପୃହ। ମାତ୍ର ଜନସାଧାରଣଙ୍କ ମନୋଭାବର ପ୍ରସାର କରିବା ଏବଂ ସେମାନଙ୍କ ଜୀବନର ମାନଦଣ୍ଡରେ ଉନ୍ନତି ଆଣିବା ପାଇଁ ବିଜ୍ଞାନ ହିଁ ପ୍ରଧାନ ଅବଲମ୍ବନ। ତେଣୁ ସମାଜର ତଥା ରାଷ୍ଟ୍ରର ସମୃଦ୍ଧି ନିମିତ୍ତ ବିଜ୍ଞାନର ସାମାଜିକୀକରଣ ଲୋଡ଼ା। ସାଧାରଣ ଜନତାଙ୍କ ଶିକ୍ଷାର ସ୍ତର ସୀମିତ। ତାହା ସାଙ୍ଗକୁ ଆଗେ ବିଜ୍ଞାନ ବିଷୟଟି ମାଟ୍ରିକ ଶ୍ରେଣୀରେ ପଢ଼ାଯାଉ ନ ଥିଲା। ବିଜ୍ଞାନ ବିଷୟଟି ଅତ୍ୟନ୍ତ କ୍ଳିଷ୍ଟ ଓ ତାହା ଆଦୌ ସହଜବୋଧ ନୁହେଁ-ଏହି ପ୍ରକାର ଏକ ଧାରଣା ବଳବତ୍ତର ରହିଛି ସେମାନଙ୍କର ମାନସିକତାରେ। ଅବଶ୍ୟ ସେମାନଙ୍କର ଏଭଳି ଧାରଣା ଅମୂଳକ ନୁହେଁ। ସୂତରାଂ ସେମାନଙ୍କଠାରେ ବିଜ୍ଞାନ ପ୍ରତି ଅନୁରାଗ ଜନ୍ମେଇବା ନିମିତ୍ତ ଲୋଡ଼ା ନିରବଚ୍ଛିନ ଆନ୍ତରିକ ଉଦ୍ୟମ ଏବଂ ଏହା ନିଶ୍ଚିତ ଭାବରେ ଏକ ବିରାଟ ଆହ୍ବାନ। ହେଲେ ଆପଣମାନେ ଜାଣି ଆଶ୍ୱସ୍ତ ହେବେ ଯେ ଏହି ଆହ୍ବାନକୁ ସାକାର କରିବା ପାଇଁ ବିଗତ ୭୫ ବର୍ଷ ଧରି ସକ୍ରିୟ ରହି ଆସିଛି ‘ବିଜ୍ଞାନ ପ୍ରଚାର ସମିତି’। ମାତ୍ର କ’ଣ ରହିଛି ଏହି ସମିତିର ପୂର୍ବ ଏବଂ ସାମ୍ପ୍ରତିକ ବୃତ୍ତାନ୍ତ?
ଜନ୍ମ: ବିଜ୍ଞାନ ପ୍ରଚାର ସମିତିର ଶୁଭ ଜନ୍ମବାସର ୧୯୪୯ ମସିହା ଅଗଷ୍ଟ ୭ ତାରିଖ। ସେହିଦିନ ଅପରାହ୍ନରେ ଡା. ଗୋପାଳଚନ୍ଦ୍ର ପଟ୍ଟନାୟକଙ୍କ କଟକ ମେଡିକାଲ କଲେଜସ୍ଥିତ ବାସଭବନରେ ସ୍ଥାପିତ ହୋଇଥିଲା ବିଜ୍ଞାନ ପ୍ରଚାର ସମିତି। ଡାକ୍ତର ଏବଂ ଅଧ୍ୟାପକ ମିଶି ନଅ ଜଣ ଥିଲେ ଏହି ସମିତିର ସ୍ଥାପୟିତା ସଦସ୍ୟ। ସେଦିନ ସମାବେଶରେ ସଭାପତିତ୍ୱ କରିଥିଲେ ଅର୍ଥନୀତି ବିଶାରଦ ଡ. ସଦାଶିବ ମିଶ୍ର। ଯୁଗ୍ମ ସମ୍ପାଦକ ଭାବରେ ମନୋନୀତ ହୋଇଥିଲେ ରସାୟନ ବିଜ୍ଞାନୀ ଡ. ଗୋକୁଳାନନ୍ଦ ମହାପାତ୍ର ଏବଂ ମନୋବିଜ୍ଞାନୀ ଡ. ରାଧାନାଥ ରଥ। ସମିତିର ସେହି ନବରତ୍ନ ସମ୍ପ୍ରତି ଦିବଂଗତ।
ଲକ୍ଷ୍ୟ-ଉଦ୍ଦେଶ୍ୟ: ଯେଉଁ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ନେଇ ଏହି ସମିତି ଗଠିତ ହୋଇଥିଲା ତାହା ହେଲା-ବିଜ୍ଞାନ ଆଧାରିତ ପ୍ରବନ୍ଧ ପାଠ ଓ ଆଲୋଚନା, ବିଜ୍ଞାନ ବିଷୟକ ପତ୍ରିକା ଓ ପୁସ୍ତକ ପ୍ରକାଶନ, ବିଜ୍ଞାନ ସମ୍ବନ୍ଧୀୟ ବକ୍ତୃତା ସିମ୍ପୋଜିୟମ୍‌ର ଆୟୋଜନ ଏବଂ ଅନ୍ୟ କୌଣସି ମାଧ୍ୟମରେ ଉପଯୋଗ କରି ବିଜ୍ଞାନର ବାର୍ତ୍ତା ପ୍ରଚାର ଓ ପ୍ରସାର। ହେଲେ ସମିତି ଦ୍ୱାରା ବିଜ୍ଞାନ ସଂକ୍ରାନ୍ତ ଯାବତୀୟ କାର୍ଯ୍ୟ କେବଳ ଓଡ଼ିଆ ଭାଷାରେ ହିଁ ସମ୍ପାଦିତ ହେବ ବୋଲି ସର୍ତ୍ତ ରହିଲା। ବିଜ୍ଞାନକୁ ଜନାଭିମୁଖୀ କରାଇବା ସମିତିର ଏକମାତ୍ର ଉଦ୍ଦେଶ୍ୟ ହୋଇଥିବାରୁ ବିଜ୍ଞାନ ତଥ୍ୟଗୁଡ଼ିକର ପରିବେଷଣ ଭାଷାକୁ ବୋଧଗମ୍ୟ ଏବଂ ଶୈଳୀକୁ ଆକର୍ଷଣୀୟ କରିବା ଉପରେ ସର୍ବାଧିକ ଗୁରୁତ୍ୱାରୋପ କରିବା ପାଇଁ ସ୍ଥିର ହେଲା।
ସଫଳତା : ପ୍ରତି ମାସର ଦ୍ୱିତୀୟ ଓ ଚତୁର୍ଥ ରବିବାର ଅପରାହ୍ନରେ ଏହି ସମିତିର ଅଧିବେଶନ ଅନୁଷ୍ଠିତ ହୋଇ ଆସୁଅଛି। ସଦସ୍ୟମାନେ ଓଡ଼ିଆ ଭାଷାରେ ଲିଖିତ ବିଜ୍ଞାନ ପ୍ରବନ୍ଧମାନ ପାଠ କରନ୍ତି ଓ ପ୍ରବନ୍ଧ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୁଏ। ବର୍ତ୍ତମାନ ଏହି ସମିତିର ସଭ୍ୟ ସଂଖ୍ୟା ୩୦୦ରୁ ଊର୍ଦ୍ଧ୍ୱ। ଏ ଯାବତ୍‌ ୧୮୦୦ରୁ ଊର୍ଦ୍ଧ୍ୱ ଅଧିବେଶନ ଅନୁଷ୍ଠିତ ହୋଇ ୪୦୦୦ରୁ ଅଧିକ ପ୍ରବନ୍ଧ ପଠିତ ହୋଇ ଗୃହୀତ ହୋଇଛି। ଏହାବ୍ୟତୀତ ସଭ୍ୟମାନେ ସ୍ବରଚିତ ପ୍ରବନ୍ଧଗୁଡ଼ିକୁ ପୁସ୍ତକ ଆକାରରେ ମଧ୍ୟ ପ୍ରକାଶ କରିଥାଆନ୍ତି। ଏହି ସମିତି ଆନୁକୂଲ୍ୟରେ ପ୍ରକାଶିତ ହୋଇଛି ୬୦ରୁ ଅଧିକ ବିଭିନ୍ନ ବିଷୟକ ଜନପ୍ରିୟ ବିଜ୍ଞାନ ପୁସ୍ତକ। ‘ବିଜ୍ଞାନାଲୋକ’ ହେଉଛି ସମିତିର ମୁଖପତ୍ର। ବିଜ୍ଞାନଭିତ୍ତିକ ଆଲୋଚନା ସମୟରେ ଛାତ୍ରୀଛାତ୍ରମାନେ ସମିତି ସଭ୍ୟଙ୍କ ସହ ଭାବ ଆଦାନପ୍ରଦାନ କରିଥାଆନ୍ତି। ତା’ ସହ ଏହି ସମିତିର ପ୍ରତିଷ୍ଠା ଦିବସରେ ଜନପ୍ରିୟ ବିଜ୍ଞାନ ଲେଖକ, ଗବେଷକ ପରିବେଶ ବିଜ୍ଞାନୀ, ବାଗ୍ମୀ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧିତ ଏବଂ ପୁରସ୍କୃତ କରାଯାଇଆସୁଅଛି। ସମିତିର ପୂର୍ବସୂରୀମାନଙ୍କର ସମିତି ପ୍ରତି ଅବଦାନକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ସମିତି ଆନୁକୂଲ୍ୟରେ ପ୍ରଦତ୍ତ ହୋଇଆସୁଥିବା ପ୍ରମୁଖ ସମ୍ମାନଗୁଡ଼ିକ ମଧ୍ୟରେ ରହିଛି ‘ଡ. ଗୋକୁଳାନନ୍ଦ ମହାପାତ୍ର ସ୍ମାରକୀ ସମ୍ମାନ ଏବଂ ଡ. କୁଳମଣି ସାମଲ ସ୍ମାରକୀ ସମ୍ମାନ।
ସୂଚନାଯୋଗ୍ୟ, ବିଜ୍ଞାନ ପ୍ରଚାର ସମିତି ସଭ୍ୟମାନଙ୍କ ଉଦ୍ୟମରେ ଓଡ଼ିଶା ବିଜ୍ଞାନ ଏକାଡେମୀ ଏକ ବେସରକାରୀ ଅନୁଷ୍ଠାନ ରୂପେ ଜନ୍ମ ନେଇଥିଲା ଏବଂ ପରେ ଓଡ଼ିଶା ସରକାର ଏହାକୁ ନିଜ ହାତକୁ ନେଇଯାଇଥିଲେ। ଏହା ସ୍ବୀକାର୍ଯ୍ୟ ଯେ, ବିଜ୍ଞାନ ପ୍ରଚାର ସମିତିର ପ୍ରତିଷ୍ଠାତା ପ୍ରଫେସର ଗୋକୁଳାନନ୍ଦ ମହାପାତ୍ରଙ୍କ ମହନୀୟ ଦୂରଦୃଷ୍ଟିର ଏକ ସମୁଜ୍ଜ୍ୱଳ ସ୍ବାକ୍ଷର ଏବଂ ବିଜ୍ଞାନକୁ ସାର୍ବଜନୀନ କରେଇବାରେ ସମିତିର ଅବଦାନ ଅତୁଳନୀୟ।

ଡା. ନିତ୍ୟାନନ୍ଦ ସ୍ବାଇଁ

‘ଅଭୀପ୍‌ସା’, ସେକ୍ଟର-୬,
ପ୍ଲଟ ନଂ-୧୧୩୧, ସିଡିଏ କଟକ-୧୪
ମୋ: ୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri