Posted inଫୁରସତ

୫ ହଜାର କି.ମି. ଦୂରରେ ରହି ଡାକ୍ତରଙ୍କ ଅସ୍ତ୍ରୋପଚାର

ସାଂଘାଇ: ଆଧୁନିକ ଟେକ୍ନୋଲୋଜି ବ୍ୟବହାର କରି ସମ୍ପ୍ରତି ଜଣେ ଡାକ୍ତର ବହୁ ଦୂରରେ ଥାଇ ମଧ୍ୟ ରୋଗୀଙ୍କ ଅସ୍ତ୍ରୋପଚାର କରିପାରୁଥିବାର ଏକ ଭିଡିଓ ସାମ୍‌ନାକୁ ଆସିଛି। ଚାଇନାର ଲୁଓ କ୍ୱିଙ୍ଗ୍‌କ୍ୱାନ ନାମକ ଜଣେ ସର୍ଜନଙ୍କ ନେତୃତ୍ୱରେ ଏହି ବିରଳ ଅସ୍ତ୍ରୋପଚାରକୁ ସଫଳତାର ସହ କରାଯାଇଛି। ସେ ୫ ହଜାର କିଲୋମିଟର ଦୂରରେ ରହି ରୋଗୀଙ୍କ ଫୁସ୍‌ଫୁସ୍‌ରେ ଥିବା ଟ୍ୟୁମରକୁ ବାହାର କରିପାରିଛନ୍ତି।
ମ୍ୟୁନିସିପାଲିଟି ସୂଚନା କାର୍ଯ୍ୟାଳୟର ଏକ ବିବୃତି ଅନୁଯାୟୀ, ବ୍ୟାପକ କ୍ଲିନିକାଲ୍‌ ଅନୁସନ୍ଧାନ ଏବଂ ଘରୋଇ ନିର୍ମିତ ୫ଜି ସର୍ଜିକାଲ୍‌ ରୋବୋକୁ ବ୍ୟବହାର କରି ସାଂଘାଇ ଚେଷ୍ଟ ହସ୍ପିଟାଲର ଡାକ୍ତରମାନେ ଏହି ସଫଳତା ହାସଲ କରିଛନ୍ତି। ନିଜର କେତେଜଣ ସହକର୍ମୀଙ୍କ ସାହାଯ୍ୟରେ ବିଶିଷ୍ଟ ସର୍ଜନ ଡାକ୍ତର ଲୁଓ କ୍ୱିଙ୍ଗ୍‌କ୍ୱାନ୍‌ ଏହି ଅସ୍ତ୍ରୋପଚାରର ନେତୃତ୍ୱ ନେଇଥିଲେ। ସ୍ବଦେଶୀ ନିର୍ମିତ ସର୍ଜିକାଲ ରୋବୋଗୁଡିକର ସାମର୍ଥ୍ୟକୁ ପ୍ରଦର୍ଶିତ କରିବା ପାଇଁ ଏହି ଅସ୍ତ୍ରୋପଚାରର ସଫଳତା ଏକ ମାଇଲ୍‌ଖୁଣ୍ଟ ସଦୃଶ ହୋଇଥିବା ଡାକ୍ତର ଲୁଓ କହିଛନ୍ତି। ସେ ସାଂଘାଇସ୍ଥିତ ନିଜ କାର୍ଯ୍ୟାଳୟରୁ ନିଜ ସହକର୍ମୀଙ୍କ ସହ ଏକ ରୋବୋ ସହଯୋଗରେ ଅସ୍ତ୍ରୋପଚାର କରୁଥିବାବେଳେ ରୋଗୀଜଣକ ୫ ହଜାର କି.ମି. ଦୂରରେ ପଶ୍ଚିମ ଚାଇନା ଜିନ୍‌ଜିଆନ୍‌ ପ୍ରଦେଶର କାଶ୍‌ଗର୍‌ସ୍ଥିତ ଏକ ଚିକିତ୍ସାଳୟରେ ଥିଲେ। ଏକ ଘଣ୍ଟା ମଧ୍ୟରେ ପୂରା ଅପରେଶନ୍‌ ସମାପ୍ତ ହେବା ସହ ରୋଗୀଙ୍କ ଫୁସ୍‌ଫୁସ୍‌ ମଧ୍ୟରୁ ଟ୍ୟୁମରକୁ ବାହାର କରିଦିଆଯାଇଥିଲା। ଏହି ଅପ୍ରତ୍ୟାଶିତ ପ୍ରକ୍ରିୟାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri