Categories: ଫୁରସତ

ପେଟ ପୋଷିବା ପାଇଁ ୭୫ ବଷୀୟା ବୃଦ୍ଧା କରୁଛନ୍ତି ଏମିତି: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବୃଦ୍ଧ ବୟସରେ ଲୋକେ ଆଶାବାଡ଼ିର ସାହାରା ନେଇଥାନ୍ତି। ହେଲେ ଜଣେ ୭୫ ବର୍ଷୀୟା ବୃଦ୍ଧା ଆଶାବାଡି ସହ ଏମିତି ମାର୍ଶଲ ଆର୍ଟ କରି ଦେଖାଇଛନ୍ତି, ଯାହାକୁ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ ହେବା ସହ ତାଙ୍କ ପ୍ରଶଂସକ ପାଲଟିଲେଣି। ପେଟ ପୋଷିବା ପାଇଁ ଏହି ବୃଦ୍ଧା ରାସ୍ତା ଉପରେ ନିଜ କଳାର ପ୍ରଦର୍ଶନ କରୁଛନ୍ତି। କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ରେ ମଧ୍ୟ ସେ ଏପରି କରିବାକୁ ବାଧ୍ୟ ହେଉଛନ୍ତି। ବୋଧହୁଏ ଏହା ବ୍ୟତିତ ତାଙ୍କ ପାଖରେ ଅନ୍ୟ କୌଣସି ଉପାୟ ନାହିଁ। ତାଙ୍କର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହତିନ୍ଦର ସିଂହ ନାମକ ଜଣେ ବ୍ୟକ୍ତି ଏହି ଭିଡିଓକୁ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପସନ୍‌ ଲେଖିଛନ୍ତି, ପୁଣେର ୭୫ ବର୍ଷୀୟା ବୃଦ୍ଧା, ନିଜର ପେଟ ପୋଷିବା ପାଇଁ ରାସ୍ତା ଉପରେ ମାର୍ଶଲ ଆର୍ଟ କରୁଛନ୍ତି। ତାଙ୍କ ବିଷୟରେ ଯଦି କେହି କିଛି ଜାଣିଛନ୍ତି ଦୟାକରି ସମ୍ପର୍କ କରନ୍ତୁ ବୋଲି ସେ ଲେଖିଛନ୍ତି।

Share