ରେକର୍ଡ କଲେ ଦିଲ୍ଲୀର କିଶୋର: ୨୦ ଦିନରେ ଦିଆଗଲାଣି ୭୫ ପ୍ରତିଶତ ଟିକା

ନୂଆଦିଲ୍ଲୀ,୨୫ ।୧: କରୋନା ଟିକାକରଣକୁ ନେଇ ଦିଲ୍ଲୀର କିଶୋରମାନେ ରେକର୍ଡ କରିଛନ୍ତି । ପ୍ରାୟ ୨୦ ଦିନ ମଧ୍ୟରେ ୭୫ ପ୍ରତିଶତ କିଶୋର କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ ନେଇ ସାରିଲେଣି । ଏବେ ଦିଲ୍ଲୀରେ ଟିକାକରଣକୁ ୩୭୨ ଦିନ ପୂରଣ ହୋଇଛି । ହେଲେ ଭ୍ୟାକ୍ସିନ ନେବାକୁ ସବୁଠାରୁ ଅଧିକ ଆଗ୍ରହ ପ୍ରକାଶ କରିଛନ୍ତି କିଶୋର । ଏମିତିକି ୩ରୁ ୨୩ ଜାନୁୟାରୀ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ୭ ଲକ୍ଷରୁ ଅଧିକ କିଶୋର କରୋନା ଟିକାର ପ୍ରଥମ ଡୋଜ ନେଇ ସାରିଲେଣି । ଆସନ୍ତା ସପ୍ତାହରୁ ଏମାନଙ୍କ ପାଇଁ ଦ୍ୱିତୀୟ ଡୋଜ ମିଳିଯିବ ବୋଲି କୁହାଯାଉଛି । ଏହାପରେ କିଶୋରମାନଙ୍କ ଟିକାକରଣ ସମ୍ପୂର୍ଣ୍ଣ ହେବ । ଏପଟେ କିନ୍ତୁ ବୁଷ୍ଟର ଡୋଜ ନେବାରେ ଦିଲ୍ଲୀ ପଛରେ ପଡିଯାଇଛି ବୋଲି କୁହାଯାଉଛି ।

Share