Categories: ଜାତୀୟ

ଜୁନ୍‌ ୨୪ ସୁଦ୍ଧା ପରୀକ୍ଷା ହେଲାଣି ୭୫ ଲକ୍ଷ ନମୁନା: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୨୫।୬: କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢି ଚାଲିଥିବା ବେଳେ ଏହାର ନମୁନା ପରୀକ୍ଷା ଯେତେଶୀଘ୍ର ହୋଇ ପାରିବ ସେତେଶୀଘ୍ର ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ସହ ଚିକିତ୍ସା ମଧ୍ୟ କରାଯାଇ ପାରିବ ବୋଲି କୁହାଯାଉଛି। ତେଣୁ ଦେଶରେ ଏବେ ନମୁନା ପରୀକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଇଣ୍ଡିଆନ୍‌ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌) ଗୁରୁବାର କହିଛି ଏବେ ପର୍ଯ୍ୟନ୍ତ ଦେଶରେ ପାଖାପାଖି ୭୫ ଲକ୍ଷ ନମୁନା ପରୀକ୍ଷା ସରିଲାଣି। ଗତ ୨୪ ଘଣ୍ଟାରେ ୨,୦୭,୮୭୧ ନମୁନା ପରୀକ୍ଷା କରାଯାଇଥିବା ଦର୍ଶାଇଛି ଆଇସିଏମ୍‌ଆର୍‌। ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ପାଖାପାଖି ୧ହଜାର ଲ୍ୟାବରେ ଟେଷ୍ଟ କରାଯାଉଥିବା ବେଳେ ଜୁନ୍‌ ୨୪ ସୁଦ୍ଧା ୭୫,୬୦,୭୮୨ ନମୁନା ପରୀକ୍ଷା କରାଯାଇସାରିଲାଣି। ଆଗକୁ ଦିନକରେ ପାଖାପାଖି ୩ ଲକ୍ଷ ନମୁନା ଟେଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏହା କରୋନା ମହାମାରୀକୁ ଦୂରେଇ ଦେବାରେ ସହାୟକ ହେବ ବୋଲି କୁହାଯାଉଛି।

Share