Posted inଜାତୀୟ

ବିଶ୍ୱରେ ୭୫ ଲକ୍ଷ ଟିବି ଆକ୍ରାନ୍ତ : ନିରାକରଣରେ ଓଡ଼ିଶା ଦ୍ବିତୀୟ

ଜେନେଭା,୯ା୧୧: ୨୦୨୨ରେ ବିଶ୍ୱର ପ୍ରାୟ ୭.୫ ନିୟୁତ (୭୫ ଲକ୍ଷ) ଲୋକ ଯକ୍ଷ୍ମାରୋଗରେ ଆକ୍ରାନ୍ତ ହୋଇଥିଲେ। ଟ୍ୟୁବରକୁଲୋସିସ୍‌ (ଟିବି)କୁ ନେଇ ୧୯୯୫ରେ ତଥ୍ୟ ସଂଗ୍ରହ ଆରମ୍ଭ ହେବା ପରଠୁ ଏହା ସର୍ବାଧିକ ବୋଲି ବୁଧବାର ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଜାରି ୨୦୨୩ ଗ୍ଲୋବାଲ ଟିବି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
୧୯୨ଟି ଦେଶ ଓ ଭୂଖଣ୍ଡରୁ ସଂଗୃହୀତ ତଥ୍ୟକୁ ଭିତ୍ତିକରି ପ୍ରକାଶ ପାଇଥିବା ଉକ୍ତ ରିପୋର୍ଟ ଅନୁସାରେ ଏତେ ସଂଖ୍ୟକ ଲୋକ ଟିବି ଆକ୍ରାନ୍ତ ହୋଇଥିଲେ ମଧ୍ୟ ଅନେକ ରାଷ୍ଟ୍ରରେ ସ୍ବାସ୍ଥ୍ୟସେବା ସମ୍ପର୍କିତ ନିୟମ ଯୋଗୁ ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। କୋଭିଡ୍‌-୧୯ ମହାମାରୀ ଯୋଗୁ ଅଚଳାବସ୍ଥା ସୃଷ୍ଟି ହେବା ପରେ ୨୦୨୨ରେ ଟିବି ନିଦାନ ଓ ଚିକିତ୍ସାରେ ଉନ୍ନତି ଆସିଥିଲା। ଫଳରେ ସାରା ବିଶ୍ୱରେ ଟିବି ରୋଗୀଙ୍କ ଆରୋଗ୍ୟ ହାର ମଧ୍ୟ ବଢ଼ିଥିଲା। ତେବେ ନୂଆ ଲକ୍ଷ୍ୟ ହାସଲ ପାଇଁ ତ୍ୱରିତ ଉଦ୍ୟମର ଆବଶ୍ୟକତା ରହିଥିବା ଏଥିରେ କୁହାଯାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୨୦ ଓ ୨୦୨୧ରେ ନୂଆକରି ଟିବି ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ହ୍ରାସ ପାଇଥିଲା। ସେମାନଙ୍କ ମଧ୍ୟରୁ ୬୦% ଭାରତ, ଇଣ୍ଡୋନେସିଆ ଓ ଫିଲିପାଇନ୍ସର। ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ ଟେଡ୍‌ଡ୍ରୋସ୍‌ ଆଧାନୋମ୍‌ ଘେବ୍ରେୟେସସ୍‌ ଏନେଇ ଏକ ବିବୃତିରେ କହିଛନ୍ତି, ଆମ ପୂର୍ବପୁରୁଷମାନେ ଅନେକ ଶତାବ୍ଦୀ ଧରି ଟିବିରେ ପଡ଼ି ପ୍ରାଣ ହରାଇଥିଲେ। ଏହି ରୋଗ ସମ୍ପର୍କରେ ସେମାନଙ୍କ କୌଣସି ଧାରଣା ନ ଥିଲା। ଟିବିର କାରଣ ଓ ନିରାକରଣ ସମ୍ପର୍କରେ ସେମାନେ ଅଜ୍ଞ ଥିଲେ। ଆଜି ଆମ ପାଖରେ ଜ୍ଞାନ ଓ ସାଧନ ଅଛି, ଯାହା ସମ୍ପର୍କରେ ପୂର୍ବରୁ ଆମେ କଳ୍ପନା ମଧ୍ୟ କରିପାରୁ ନ ଥିଲେ। ଆମ ନିକଟରେ ରାଜନୈତିକ ପ୍ରତିଶ୍ରୁତିବଦ୍ଧତା ରହିଛି। ଆମେ ଏପରି ଏକ ସୁଯୋଗ ପାଇଛେ, ଯାହା ମାନବ ଜାତିର ଇତିହାସରେ କେବେ ମିଳି ନ ଥିଲା ବୋଲି ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ କହିଛନ୍ତି।
ସାରା ବିଶ୍ୱରେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ୨୦୨୨ରେ ୧୦.୬ ନିୟୁତ ଲୋକଙ୍କ ମୃତ୍ୟୁ ଘଟିଥିଲା, ଯାହାକି ୨୦୨୧ର ୧୦.୩ ନିୟୁତଠାରୁ ଅଧିକ। ୨୦୨୨ରେ ଭୌଗୋଳିକ ଦୃଷ୍ଟିରୁ ଟିବି ସଂକ୍ରମିତ ହୋଇଥିବା ଅଧିକାଂଶ ଲୋକ ଡବ୍ଲ୍ୟୁଏସ୍‌ଓ ରିଜିୟନ୍ସ ଅଫ୍‌ ସାଉଥ୍‌-ଇଷ୍ଟ୍‌ ଏସିଆ (୪୬%), ଆଫ୍ରିକା (୨୩%) ଓ ପଶ୍ଚିମ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର (୧୮%) ଥିଲେ। ପୂର୍ବ ଭୂମଧ୍ୟସାଗରୀୟ ଅଞ୍ଚଳରେ (୮.୧%), ଆମେରିକାସ୍‌ (୩.୧%) ଏବଂ ୟୁରୋପରେ ସର୍ବନିମ୍ନ ୨.୨ ପ୍ରତିଶତ ଲୋକ ଟିବିରେ ଆକ୍ରାନ୍ତ ହୋଇଥିଲେ। ୨୦୨୨ରେ ଟିବିଜନିତ (ଏଚ୍‌ଆଇଭି ସଂକ୍ରମିତଙ୍କ ସମେତ) ମୋଟ ମୃତ୍ୟୁସଂଖ୍ୟା ୧.୩ ନିୟୁତ ରହିଥିଲା, ଯାହାକି ୨୦୨୧ର ୧.୪ ନିୟୁତ ତୁଳନାରେ କମ୍‌। ୨୦୨୦-୨୦୨୨ ସମୟରେ କୋଭିଡ୍‌-୧୯ ଯୋଗୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅଚଳାବସ୍ଥା ଦେଖାଦେଇଥିଲା। ଫଳରେ ପୂର୍ବ ତୁଳନାରେ ପ୍ରାୟ ୫୦ ଲକ୍ଷ ଅଧିକ ଲୋକଙ୍କ ଟିବି ମୃତ୍ୟୁ ଘଟିଥିଲା। ଏଚ୍‌ଆଇଭିଠାରୁ ମଧ୍ୟ ଏହା ଅଧିକ ଘାତକ ପ୍ରମାଣିତ ହୋଇଥିଲା।
ମଲ୍ଟିଡ୍ରଗ୍‌-ରେଜିଷ୍ଟାଣ୍ଟ ଟିବି (ଏମ୍‌ଡିଆର୍‌-ଟିବି) ଏକ ଜନସ୍ବାସ୍ଥ୍ୟ ସଙ୍କଟ ଭାବେ ଛିଡ଼ା ହୋଇଛି। ୨୦୨୨ରେ ପ୍ରାୟ ୪୧୦,୦୦୦ ଲୋକ ମଲ୍ଟିଡ୍ରଗ-ରେଜିଷ୍ଟାଣ୍ଟ ବା ରିଫାମ୍ପିସିନ୍‌-ରେଜିଷ୍ଟାଣ୍ଟ ଟିବି (ଏମ୍‌ଡିଆର୍‌/ଆର୍‌ଆର୍‌-ଟିବି) ରୋଗରେ ସଂକ୍ରମିତ ହୋଇଥିଲେ। ସୋମନଙ୍କ ମଧ୍ୟରୁ ପ୍ରତି ୫ ଜଣରେ ଜଣେ ଚିକିତ୍ସା ସୁବିଧା ପାଇପାରିଥିଲେ। ତେବେ ଟିବି ନିଦାନ ବ୍ୟବସ୍ଥା, ଔଷଧ ଓ ଟିକା ବିକଶିତ ହେବା ପରେ ଏହି କ୍ଷେତ୍ରରେ କିଛି ଉନ୍ନତି ପରିଲକ୍ଷିତ ହୋଇଛି। ଏହାସତ୍ତ୍ୱେ ଏଭଳି ଚିକିତ୍ସାରେ ସୁଧାର ଆଣିବା ଲାଗି ଉପଯୁକ୍ତ ନିବେଶ ହୋଇପାରୁ ନାହିଁ। ୨୦୧୮ରେ ରଖାଯାଇଥିବା ଲକ୍ଷ୍ୟ ୨୦୨୨ରେ ପୂରଣ ହୋଇ ନ ଥିଲା। ୨୦୧୫ରୁ ୨୦୨୨ ମଧ୍ୟରେ ଟିବିଜନିତ ମୃତ୍ୟୁରେ ୧୯% ହ୍ରାସ ଘଟିଥିଲା। ୨୦୨୫ ସୁଦ୍ଧା ୭୫% ଟିବିମୃତ୍ୟୁ କମ୍‌ କରିବା ପାଇଁ ଧାର୍ଯ୍ୟ ଲକ୍ଷ୍ୟ ବହୁ ଦୂରରେ ରହିଥିବା ଏଥିରୁ ବୁଝାପଡ଼ୁଛି।

ନିରାକରଣରେ ଓଡ଼ିଶା ଦ୍ବିତୀୟ

ଯକ୍ଷ୍ମା ବା ଟିବି ରୋଗ ନିରାକରଣରେ ସାରା ଦେଶରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଛି। ଇଣ୍ଡିଆ ଟିବି ରିପୋର୍ଟ ୨୦୨୩ ଅନୁସାରେ ୫୦ଲକ୍ଷ ଉପରେ ଲୋକସଂଖ୍ୟା ଥିବା ରାଜ୍ୟ ମଧ୍ୟରେ ହିମାଚଳପ୍ରଦେଶ ପ୍ରଥମ ସ୍ଥାନରେ ଥିବାବେଳେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ଗତବର୍ଷ ଓଡ଼ିଶା ତୃତୀୟ ସ୍ଥାନରେ ଥିଲା। ରୋଗ ଚିହ୍ନଟ ପାଇଁ ଆନୁଆଲ ସ୍କ୍ରିନିଂ କରିବାରେ ଓଡ଼ିଶା ବହୁ ଉପରକୁ ଯାଇଛି। ୨୦୧୮ରେ ୨.୬ଲକ୍ଷ ଲୋକଙ୍କ ସ୍କ୍ରିିନିଂ କରାଯାଇଥିବାବେଳେ ୨୦୨୨ରେ ତାହା ୧୨ଲକ୍ଷ ଟପିଯାଇଥିଲା। ତେବେ ଏଥିମଧ୍ୟରୁ ୬୦ହଜାର ଟିବି ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସ୍ବାସ୍ଥ୍ୟ ବିଭାଗର ସୂଚନାନୁସାରେ, ୨୦୧୮ରେ ୨,୬୭,୩୧୧ ନମୁନା ପରୀକ୍ଷା ହୋଇଥିବାବେଳେ ୪୮,୪୯୦ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨,୬୨୬ ଜଣଙ୍କ ମୃତ୍ୟୁ ଘଟିଥିଲା। ରାଜ୍ୟ ସରକାରଙ୍କ ବଳିଷ୍ଠ ପଦକ୍ଷେପ ଯୋଗୁ ନମୁନା ପରୀକ୍ଷା ବଢ଼ିବା ସହିତ ଉତ୍ତମ ସ୍ବାସ୍ଥ୍ୟସେବା ସୁବିଧା ଯୋଗୁ ମୃତ୍ୟୁହାର ମଧ୍ୟ କମିଛି। ୨୦୨୨ରେ ୧୨,୦୫,୨୦୪ ନମୁନା ପରୀକ୍ଷା ହୋଇଥିଲା। ସେଥିମଧ୍ୟରୁ ୬୦,୪୩୯ଜଣଙ୍କ ଠାରେ ପିଜିଟିଭ୍‌ ଚିହ୍ନଟ ହୋଇଥିଲା ଏବଂ ୨,୬୮୮ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୧୮ରେ ମୃତ୍ୟୁହାର ୫.୪% ଥିବାବେଳେ ୨୦୨୨ରେ ତାହା ୪.୪% ହୋଇଯାଇଛି। ରାଜ୍ୟରେ ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ ଏବଂ କନ୍ଧମାଳରେ ଏହି ରୋଗୀ ଅଧିକ ଚିହ୍ନଟ ହେଉଛନ୍ତି। ତେବେ ରାଜ୍ୟକୁ ଯକ୍ଷ୍ମା ମୁକ୍ତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। କିପରି ଶୀଘ୍ର ଚିହ୍ନଟ ହୋଇପାରିବ ସେଥିପାଇଁ ସ୍ବାସ୍ଥ୍ୟ ବିଭାଗ ସବୁ ବ୍ଲକ୍‌ରେ ମଲିକ୍ୟୁଲାର ଡାଇଗ୍ନୋଷ୍ଟିକ୍‌ ସୁବିଧା କରିବା ପାଇଁ ଯୋଜନା କରିଛି। ସେହିଭଳି ୫୬୫ ମଡେଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଟିବି ଡାଇଗ୍ନୋଷ୍ଟିକ ସେଣ୍ଟର ସ୍ଥାପନ କରିବା ଏବଂ ଟିବି ଆକ୍ଟିଭିଟି ଅଧିକ କରିବା ପାଇଁ ମଧ୍ୟ ବିଭାଗ ଏବେ କାର୍ଯ୍ୟ କରୁଛି। ୨୦୨୫ ସୁଦ୍ଧା ଓଡ଼ିଶାକୁ ସମ୍ପୂର୍ଣ୍ଣ ଯକ୍ଷ୍ମା ମୁକ୍ତ କରିବାକୁ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ନେଉଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?