Categories: ଜାତୀୟ

ବିମାନର ଜରୁରୀ ଅବତରଣ ପରେ ୭୫ କି.ମି. କାରରେ ଗଲେ ଶିବରାଜ

ଭୋପାଳ,୧୬।୧: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ମନାଓ୍ବରରୁ ଧର ଯାଉଥିବାବେଳେ ଯାନ୍ତ୍ରୀକ ତ୍ରୁଟି ଯୋଗୁ ହେଲିକପ୍ଟରକୁ ଜରୁରୀ ଅବତରଣ କରାଯାଇଥିବା ସୂଚନା ମିଳିଛି।

ହେଲିକପ୍ଟରଟି ମନାଓ୍ବରରୁ ଉଡ଼ାଣ ଭରିବାର କିଛି ସମୟ ପରେ ହେଲିକପ୍ଟରେ ତ୍ରୁଟି ଥିବା ପାଇଲଟ ଜାଣିବାକୁ ପାଇଥିଲେ। ଏହାପରେ ହେଲିକପ୍ଟରକୁ ପୁଣିଥରେ ମନାଓ୍ବର ଫେରାଇ ନେଇଥିଲେ। ଦଳୀୟ ରାଲିକୁ ସମ୍ବୋଧନ କରିବା ସକାଶେ ଶିବରାଜ କାର୍‌ ଯୋଗେ ମନାଓ୍ବରରୁ ୭୫ କି.ମି. ଦୂର ଧର ଯାଇଥିବା ସ୍ଥାନୀୟ ଏସ୍‌ଡିଓପି ପ୍ରକାଶ କରିଛନ୍ତି।

Share