୭୫ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ ପାଇଁ ରହିଛନ୍ତି ଜଣେ ମହିଳା ସୂପରଭାଇଜର-ସିଡ଼ିପିଓ: ଖାଲି ପଦବୀ ପୂରଣ ଦାବି

କର୍ଲାମୁଣ୍ଡା,୫।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୧୨ଟି ପଞ୍ଚାୟତରେ ରହିଛି ୬୨ଟି ରାଜସ୍ବ ଗ୍ରାମ। ଶିଶୁ, ଗର୍ଭବତୀ, ପ୍ରସୂତୀ, କିଶୋରୀ ବାଳିକାମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଆଇସିଡିଏସ ଯୋଜନାରେ ଏହି ବ୍ଲକରେ ରହିଛି ୭୫ଟି ଅଙ୍ଗନୱାଡି କେନ୍ଦ୍ର। ତେବେ ଅଙ୍ଗନୱାଡି କେନ୍ଦ୍ର ଗୁଡ଼ିକର ତଦାରଖ ତଥା ପରିଦର୍ଶନ ପାଇଁ ଆବଶ୍ୟକ ପଦବୀ ଖାଲି ପଡ଼ିଥିବା ଦେଖିବାକୁ ମିଳିଛି।
ସୂଚନା ମତେ, ସିଡ଼ିପିଓ କଳ୍ପଲତା ତ୍ରିପାଠୀ ଓ ଜଣେ ମାତ୍ର ସୂପରଭାଇଜର ରହିଛନ୍ତି। ଠିକ ସେହପରି କିରାଣୀ ଅଶୋକ କୁମାର ସାହୁଙ୍କ ଅବସର ପରେ କିରାଣୀ ପଦବୀ ଖାଲି ରହିଛି। ଫଳରେ ଜଣେ ମାତ୍ର ସୁପରଭାଇଜରଙ୍କ ଉପରେ ୭୫ଟି ଅଙ୍ଗନୱାଡି କେନ୍ଦ୍ରର ପରିଦର୍ଶନ, ତଦାରଖ ଓ ପ୍ରଶାସନିକ ଦାୟିତ୍ୱ ପଡ଼ୁଥିବାରୁ କ୍ଷେତ୍ରସ୍ତରରେ କାର୍ଯ୍ୟର ସଫଳତା ଓ ନିୟମିତ ମନିଟରିଂରେ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଉଛି। ଖାଲି ପଡ଼ିଥିବା ସୁପରଭାଇଜର ଓ କିରାଣୀ ପଦବୀକୁ ଶୀଘ୍ର ପୂରଣ କରିବା ପାଇଁ ଜିଲା ପ୍ରସାଶନ ପଦକ୍ଷେପ ନେବାର ଆବଶ୍ୟକ ରହିଛି। ଏନେଇ ସିଡ଼ିପିଓ କଳ୍ପଲତା ତ୍ରିପାଠୀଙ୍କୁ ପଚାରିବାରୁ ପଦବୀ ଗୁଡିକ ଖାଲି ରହିଛି, ଶୀଘ୍ର ପୂରଣ ପାଇଁ ଚିଠି କରିଛୁ ବୋଲି କହିଛନ୍ତି।

 

Dharitri – Odisha’s No.1 Odia Daily