ବୋତଲରେ ବନ୍ଦ କରି ୭୪ ବିଲୁପ୍ତ ପ୍ରଜାତି ଶୁଆ ଚୋରା ଚାଲାଣ: ବନ୍ଦର ଅଧିକାରୀଙ୍କ ହାତରେ ପଡ଼ିଲା ଧରା

ପାପୁଆ,୨୧।୧୧: ଇଣ୍ଡୋନେସିଆର ପାପୁଆ ବନ୍ଦରରେ ପ୍ଲାଷ୍ଟିକ୍‌ ବୋତଲରେ ବନ୍ଦ ଥିବା ୭୪ ବିଲୁପ୍ତ ପ୍ରଜାତିର ଶୁଆ ଚୋରା ଚାଲାଣ ହେଉଥିବା ସମୟରେ ଧରା ପଡ଼ିଛି। ବନ୍ଦର ଅଧିକାରୀମାନେ ବୋତଲରୁ ଶୁଆଗୁଡ଼ିକୁ ବାହାର କରିଥିଲେ। ସେଥିମଧ୍ୟରୁ ୬୪ ଜୀବିତ ଥିବାବେଳେ ୧୦ଟି ଶୁଆଙ୍କର ମୃତ୍ୟୁ ଘଟିଛି। ଇଣ୍ଡୋନେସିଆରେ ବିଭିନ୍ନ ବିଲୁପ୍ତ ପ୍ରଜାତିର ପକ୍ଷୀ ମିଳିଥାନ୍ତି। ଏହାକୁ କିଛି ଲୋକ ବାହାର ଦେଶକୁ ଚୋରା ଚାଲାଣ କରୁଥିବା ବନ୍ଦର ଅଧିକାରୀମାନେ ପ୍ରକାଶ କରିଛନ୍ତି। ଉଦ୍ଧାର କରାଯାଇଥିବା ଶୁଆଗୁଡ଼ିକୁ କେଉଁ ଦେଶକୁ ଚୋରା ଚାଲାଣକରାଯାଉଥିଲା ତାହା ଜଣାପଡ଼ି ନାହିଁ। ଏକ ବାକ୍ସ୍‌ରୁ ଶବ୍ଦ ବାହାରୁଥିବାରୁ ଜାହାଜ କର୍ମଚାରୀ ଏନେଇ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ପହଞ୍ଚି ବାକ୍ସ୍‌ ଖୋଲିଥିଲେ। ସେଥିରେ ଶୁଆଗୁଡ଼ିକୁ ପ୍ଲାଷ୍ଟିକ ବୋତଲରେ ବନ୍ଦ କରାଯାଇଥିବା ଦେଖିବାକୁ ମିିଳିଥିଲା।

Share