ରାଜ୍ୟରେ ପୁଣି ଚିହ୍ନଟ ହେଲେ ୭୩୦ କରୋନା ପଜିଟିଭ; ୩୧୬୦୦୧ରେ ପହଞ୍ଚିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର, ୨୫।୧୧(ବ୍ୟୁରୋ): ରାଜ୍ୟରେ ବୁଧବାର ପୁଣି ୭୩୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୬୦୦୧ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନୂଆ ୭୩୦ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୯ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୧୧ ଲୋକାଲ କେସ୍‌ ରହିଛି।
ନୂଆ ୭୩୦ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳ ୪୪, ବାଲେଶ୍ୱର ୫୩, ବରଗଡ଼ ୨୧ , ଭଦ୍ରକ ୭, ବଲାଙ୍ଗୀର ୪୦, ବୌଦ୍ଧ ୧, କଟକ ୪୯ , ଦେବଗଡ଼ ୪, ଢେଙ୍କାନାଳ ୭, ଗଜପତି ୪, ଗଞ୍ଜାମ ୧୨, ଜଗତ୍‌ସିଂହପୁର ୨୪, ଯାଜପୁର ୨୫ , ଝାରସୁଗୁଡ଼ା ୨୫, କଳାହାଣ୍ଡି ୩୩ , କନ୍ଧମାଳ ୧, କେନ୍ଦ୍ରାପଡ଼ା ୧୪, କେନ୍ଦୁଝର ୪୦, ଖୋର୍ଦ୍ଧା ୬୫, କୋରାପୁଟ ୫, ମାଲକାନଗିରି ୩, ମୟୂରଭଞ୍ଜ ୬୮, ନବରଙ୍ଗପୁର ୭ , ନୟାଗଡ଼ ୮, ନୂଆପଡ଼ା ୪୬, ପୁରୀ ୨୯, ରାୟଗଡ଼ା ୮, ସମ୍ବଲପୁର ୯ ସୋନପୁର ୯, ସୁନ୍ଦରଗଡ଼ ୫୭ ଏବଂ ଷ୍ଟେଟ ପୋଲରୁ ୧୨ ଜଣ ରହିଛନ୍ତି।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୩୧୬୦୦୧ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୮୮୭ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ୩୦୭୩୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।