ଦିଲ୍ଲୀକୁ ଯୋଗାଇ ଦିଆଯାଇଛି ୭୩୦ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ୍‌: କେନ୍ଦ୍ର

ନୂଆଦିଲ୍ଲୀ,୬।୫: କରୋନା ମହାମାରୀ ସଂକ୍ରମଣ ସଙ୍କଟ ସମୟରେ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଦେଖାଦେଇଥିବା ଅକ୍ସିଜେନ୍‌ ଅଭାବ ମାମଲାରେ କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟରେ ନିଜର ଉତ୍ତର ରଖିଛନ୍ତି। କେନ୍ଦ୍ର ସରକାର କହିଛନ୍ତି ଯେ, ଆବଶ୍ୟକତାଠାରୁ ଅଧିକ ପରିମାଣର ଅକ୍ସିଜେନ୍‌ ଦିଲ୍ଲୀକୁ ଯୋଗାଇ ଦିଆଯାଇଛି। ଦିଲ୍ଲୀକୁ ୭୩୦ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ୍‌ ଯୋଗାଇ ଦିଆଯାଇଛି। ବର୍ତ୍ତମାନ ଦିଲ୍ଲୀର ହସ୍ପିଟାଲରେ ଅକ୍ସିଜେନ୍‌ ପ୍ରର୍ଯ୍ୟାପ୍ତ ପରିମାଣରେ ମହଜୁଦ୍‌ ଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋଲିସିଟର ଜେନେରାଲ ତୁଷାର ମେହଟ୍ଟା କୋର୍ଟଙ୍କୁ ଅବଗତ କରାଇଛନ୍ତି। ଯଦି ଦିଲ୍ଲୀକୁ ଏଭଳି ଅସ୍କିଜେନ୍‌ ଯୋଗାଣ କରାଯିବ ତେବେ ପରବର୍ତ୍ତୀ ସମୟରେ ଅନ୍ୟ ରାଜ୍ୟଗୁଡ଼ିକରେ ଏହାର ଅଭାବ ସୃଷ୍ଟି ହେବାର ଆଶଙ୍କା ରହିଛି।

Share