Categories: ଜାତୀୟ

ଭୋଟିଂର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ

କୋଲକାତା,୧୬।୪: ମତଦାନର ୨୪ ଘଣ୍ଟା ପୂର୍ବରୁ ନୁହେଁ ଏବେଠୁ ୭୨ ଘଣ୍ଟା ପୂର୍ବରୁ ବନ୍ଦ ହେବ ପ୍ରଚାର କାର୍ଯ୍ୟ। ରାଜନୈତିକ ଦଳ ସନ୍ଧ୍ୟା ୭ଟାରୁ ସକାଳ ୧୦ଟା ମଧ୍ୟରେ କୌଣସି ପ୍ରକାରର ବୈଠକ କିମ୍ବା ରାଲି କରିପାରିବେ ନାହିଁ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗର ବଳକା ରାଉଣ୍ଡ ନିର୍ବାଚନ ଲାଗି ଏଭଳି ନୂଆ ନିୟମ ଜାରି କରିଛନ୍ତି ନିର୍ବାଚନ କମିଶନ(ଇସି)।

ଶନିବାର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ୫ମ ରାଉଣ୍ଡ ଭୋଟିଂ ହେବ। ୪ର୍ଥ ପର୍ଯ୍ୟାୟ ବିଭିନ୍ନ ସ୍ଥାନ ହିଂସା ଦେଖିବାକୁ ମିଳିଥିଲା। ଏଥିଯୋଗୁ ୫ମ ପର୍ଯ୍ୟାୟ ନିର୍ବାଚନର ପ୍ରଚାର ସମୟକୁ ଗୋଟିଏ ଦିନ କମ୍‌ କରି ଦିଆଯାଇଥିଲା। ଅର୍ଥାତ ୫ମ ପର୍ଯ୍ୟାୟ ମତଦାନର ୭୨ ଘଣ୍ଟା ପୂର୍ବରୁ ଶେଷ ହୋଇଥିଲା ପ୍ରଚାର।

Share