ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ: ୫ରୁ ନୃତ୍ୟ, ସଙ୍ଗୀତର ମହାକୁମ୍ଭ

ଭୁବନେଶ୍ୱର,୨୭।୮(ବ୍ୟୁରୋ):ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତର ମହାକୁମ୍ଭ ‘ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ’ ଆସନ୍ତା ସେପ୍ଟେମ୍ବର ୫ ରୁ ୧୧ ତାରିଖ ପର୍ଯ୍ୟନ୍ତ ୭ଦିନ ଧରି ରବୀନ୍ଦ୍ରମଣ୍ଡପଠାରେ ଆୟୋଜିତ ହେବ। ନୃତ୍ୟାନୁଷ୍ଠାନ ‘ସୃଜନ’ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବରେ ଏଥର ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ସହ ଦେଶର ବିଭିନ୍ନ ପ୍ରାନ୍ତର ଶାସ୍ତ୍ରୀୟ ସଙ୍ଗୀତ, ଗଜଲ ଓ ମ୍ୟୁଜିକାଲ ଫ୍ୟୁଜନ୍‌ ଆକର୍ଷଣ ରହିବ। ସବୁବର୍ଷ ପରି ଏବର୍ଷ ମଧ୍ୟ ନୃତ୍ୟ ଏବଂ ସଙ୍ଗୀତ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବ। ଚଳିତବର୍ଷ ୨୫ବର୍ଷରେ ପଦାର୍ପଣ କରିଥିବା ଏହି ପୁରସ୍କାର ଉତ୍ସବ ଏଥର ରୌପ୍ୟ ଜୟନ୍ତୀ ପାଳନ କରୁଥିବାବେଳେ ୫ଜଣଙ୍କୁ ‘ନାଲ୍‌କୋ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର’ ଏବଂ ୫ଜଣ ଯୁବ କଳାକାରଙ୍କୁ ‘ନାଲ୍‌କୋ ଗୁରୁ କେଳୁଚରଣ ମହାପାତ୍ର ଯୁବପ୍ରତିଭା ସମ୍ମାନ’ ପ୍ରଦାନ କରାଯିବ। ବିଶିଷ୍ଟ ତବଲା ବାଦକ ଗୁରୁ ହରମୋହନ ଖୁଣ୍ଟିଆ, ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଗୁରୁ ଦୁର୍ଗାଚରଣ ରଣବୀର, ନୃତ୍ୟ ସମାଲୋଚକ ତଥା ଲେଖକ ପଦ୍ମ୍ମଶ୍ରୀ ଡ. ସୁନୀଲ କୋଠାରୀ, ନୃତ୍ୟ ସମୀକ୍ଷିକା ଲୀଲା ଭେଙ୍କଟରମଣ ଏବଂ ଖ୍ୟାତନାମା ଆର୍ଟ ଫଟୋଗ୍ରାଫର ଅବିନାଶ ପଶ୍ରିଚାଙ୍କୁ ୨୦୧୯ ମସିହା ଲାଗି ନାଲ୍‌କୋ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ସ୍ବରୂପ ସେମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ଅର୍ଥରାଶି ସହ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରାଯିବ। ସେହିଭଳି ଓଡ଼ିଶୀ ନୃତ୍ୟଶିଳ୍ପୀ ସ୍ବପ୍ନକଳ୍ପା ଦାସଗୁପ୍ତା, ରାହୁଲ ଆଚାର୍ଯ୍ୟ ଓ ରାଜଶ୍ରୀ ପ୍ରହରାଜ, ସତ୍ରୀୟା ନୃତ୍ୟଶିଳ୍ପୀ ଅନ୍ବେଷା ମହାନ୍ତ ଏବଂ ଓଡ଼ିଶୀ ସଙ୍ଗୀତଶିଳ୍ପୀ ସତ୍ୟବ୍ରତ କାଠଙ୍କୁ ଏହିବର୍ଷ ଲାଗି ନାଲ୍‌କୋ ଗୁରୁ କେଳୁଚରଣ ମହାପାତ୍ର ଯୁବପ୍ରତିଭା ସମ୍ମାନ ପ୍ରଦାନ କରାଯିବ। ସେମାନଙ୍କୁ ୨୫ହଜାର ଟଙ୍କା ଲେଖାଏ ଅର୍ଥରାଶି ପ୍ରଦାନ କରାଯିବ ବୋଲି ‘ସୃଜନ’ର ନିର୍ଦ୍ଦେଶକ ରତିକାନ୍ତ ମହାପାତ୍ର ଓ ଦେବୀପ୍ରସାଦ ମିଶ୍ର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

୭ ଦିନରେ ୪୦୦ କଳାକାରଙ୍କ କଳା ପ୍ରଦର୍ଶନ
୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ଏଥର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ। ୭ଦିନରେ ଦେଶ ବିଦେଶର ୪୦୦ରୁ ଊର୍ଦ୍ଧ୍ୱ କଳାକାର ଏହି ମଞ୍ଚରେ ନୃତ୍ୟ ଏବଂ ସଙ୍ଗୀତ ପରିବେଷଣ କରିବେ। ଉଦ୍‌ଘାଟନୀ ସନ୍ଧ୍ୟାରେ ଖ୍ୟାତନାମା କଣ୍ଠଶିଳ୍ପୀ ଅନୁପ ଜଲୋଟାଙ୍କ କଣ୍ଠରୁ ଗଜଲ ଶୁଣିବାକୁ ମିଳିବ। ଏହାସହ ଗୁରୁ ମୀରା ଦାସଙ୍କ ‘ଗୁଞ୍ଜନ ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସମବେତ ଓଡ଼ିଶୀ ପରିବେଷଣ କରାଯିବ। ଦ୍ୱିତୀୟ ସନ୍ଧ୍ୟାରେ ଅନ୍ତର୍ଜାତୀୟ ସ୍ତରୀୟ ବାଦ୍ୟଶିଳ୍ପୀଙ୍କ ଦ୍ୱାରା ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଫ୍ୟୁଜନ୍‌ ପରିବେଷଣ ହେବ। ଏହିଦିନର ଅନ୍ୟତମ ଆକର୍ଷଣ ରହିବ ଗୁରୁ ପୀତାମ୍ବର ବିଶ୍ୱାଳଙ୍କ ‘ସୁରଭି’ ଏବଂ ଗୁରୁ ଅରୁଣା ମହାନ୍ତିଙ୍କ ‘ଓଡ଼ିଶୀ ଡ୍ୟାନ୍ସ ଏକାଡେମୀ’ ଦ୍ୱାରା ପରିବେଷିତ ହେବାକୁ ଥିବା ଦଳଗତ ଓଡ଼ିଶୀ ନୃତ୍ୟ। ୩ୟ ସନ୍ଧ୍ୟାରେ ପ୍ରଥମଥର ପାଇଁ ଭୁବନେଶ୍ୱରବାସୀ ଏକକ ସାରଙ୍ଗୀ ବାଦନ ଦେଖିବାର ଅବସର ପାଇବେ। ବମ୍ବେର ଉସ୍ତାଦ୍‌ ସବୀର୍‌ ଖାନ୍‌ଙ୍କ ସାରଙ୍ଗୀ ସହ ତାଳଦେବେ ତବଲାବାଦକ ଈଶାନ ଘୋଷ। ଏହାସାଙ୍ଗକୁ ଆମେରିକାରେ ରହୁଥିବା ଗୁରୁଜୀଙ୍କ ଶିଷ୍ୟା ନୀହାରିକା ମହାନ୍ତି ଏକକ ଓଡ଼ିଶୀ ଏବଂ ଗୁରୁ ବିଚିତ୍ରାନନ୍ଦ ସ୍ବାଇଁଙ୍କ ‘ରୁଦ୍ରାକ୍ଷ ଫାଉଣ୍ଡେଶନ୍‌’ର କଳାକାରମାନେ ସମବେତ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ। ୪ର୍ଥ ସନ୍ଧ୍ୟାରେ କଲିକତାର ଇନ୍ଦ୍ରାଣୀ ମୁଖାର୍ଜୀ ହିନ୍ଦୁସ୍ଥାନୀ ସଙ୍ଗୀତ, ଗୁରୁ ଜ୍ୟୋତ୍ସ୍ନାରାଣୀ ସାହୁଙ୍କ ‘ସୁରମନ୍ଦିର’ ଏବଂ ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କ ‘ତ୍ରିଧାରା’ ପକ୍ଷରୁ ଦଳଗତ ଓଡ଼ିଶୀ ପରିବେଷଣ କରାଯିବ। ୫ମ ସନ୍ଧ୍ୟାରେ କଲିକତାର ମହିଳା ସରୋଦ ବାଦିକା ଦେବସ୍ମିତା ଭଟ୍ଟାଚାର୍ଯ୍ୟ ସରୋଦ ବାଦନ କରିବେ ଏବଂ ଗୁରୁ ନିରଞ୍ଜନ ରାଉତଙ୍କ ‘ନୂପୁର’ ଏବଂ ଗୁରୁ ଇଲିଆନା ଚିତାରିସ୍ତିଙ୍କ ‘ଆର୍ଟ ଭିଜନ’ ପକ୍ଷରୁ ଦଳଗତ ଓଡ଼ିଶୀ ନୃତ୍ୟ ମଞ୍ଚସ୍ଥ କରାଯିବ। ୬ଷ୍ଠ ସନ୍ଧ୍ୟାରେ ଗୁରୁ ଡ. ବିଜୟ କୁମାର ଜେନା ଓଡ଼ିଶୀ ସଙ୍ଗୀତ ପରିବେଷଣ କରିବେ। ଅଶୋକ ଓ ବନ୍ଦିତା ଘୋଷାଲଙ୍କ ଦ୍ୱାରା ଦ୍ୱୈତ ଓଡ଼ିଶୀ ଏବଂ ଗୁରୁ ଦୁର୍ଗାଚରଣ ରଣବୀରଙ୍କ ‘ନୃତ୍ୟାୟନା’ ଅନୁଷ୍ଠାନ ଦ୍ବାରା ଦଳଗତ ଓଡ଼ିଶୀ ପ୍ରଦର୍ଶିତ ହେବ। ଶେଷ ସନ୍ଧ୍ୟାରେ ଗଙ୍ଗା ପ୍ରଦୂଷଣକୁ ଆଧାର କରି ‘ସୃଜନ’ ତରଫରୁ ଗୁରୁ ରତିକାନ୍ତ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନୃତ୍ୟନାଟିକା ‘ନମାମିଗଙ୍ଗେ’ ପରିବେଷିତ ହେବ। ଉଦ୍‌ଯାପନୀ ଉତ୍ସବରେ ଅତିଥିଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଯୋଗଦେଇ ପୁରସ୍କାର ବିତରଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri