ରାଜଧାନୀରେ ୭୦ହଜାର ମୁହାଁ ସଂକ୍ରମଣ

ଭୁବନେଶ୍ୱର, ୨୪।୫ (ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରରେ କରୋନା ସ୍ଥିତି ଜଟିଳ ଲାଗିଛି। ଉଭୟ ସଂକ୍ରମଣ ଓ ମୃତ୍ୟୁ ବଢ଼ି ଚାଲିଛି। ଦୈନିକ ହଜାରେ ଉପରେ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଏକାଧିକ ଜୀବନ ଯାଉଛି। ସ୍ଥିତି ଏପରି ହୋଇଛି ସହରରୁ ୬୦ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ ହୋଇ ସାରିଲେଣି। ଆଉ ଦିନେ ଦୁଇଦିନ ମଧ୍ୟରେ ଏହା ୭୦ ହଜାରକୁ ଛୁଇଁବାର ଆଶଙ୍କା କରାଯାଉଛି। ଚଳିତ ବର୍ଷ ଜାନୁୟାରୀ ୧ରେ ମହାନଗରରେ ସଂକ୍ରମିତଙ୍କ ସଖ୍ୟା ୩୧ ହଜାର ୬୪୭ରେ ପହଞ୍ଚତ୍ଥିଲା। ଫେବୃୟାରୀ ୧ରେ ୩୧ହଜାର ୮୭୭ ଓ ମାର୍ଚ୍ଚ ୧ରେ ୩୧ହଜାର ୯୯୧ ରହିଥିଲା। ୨ ମାସରେ ମାତ୍ର ୩୪୪ ବଢ଼ିଥିଲା। ତେବେ ଏହାପରଠାରୁ ସଂକ୍ରମଣରେ ଦ୍ରୁତ ବୃଦ୍ଧି ଘଟିଥିବାବେଳେ ମେ’ରେ କରୋନା ତାହାର ଭୟାବହତା ଦେଖାଇଛି। ମାସ ଆରମ୍ଭରେ ମୋଟ ୪୫ ହଜାର ୫୦୮ଜଣ ସଂକ୍ରମିତ ହୋଇଥିବାବେଳେ ମାତ୍ର ୧୫ଦିନ ମଧ୍ୟରେ ଏହି ସଂଖ୍ୟା ୬୦ ହଜାର ୨୮୧ ଛୁଇଁଥିଲା। ତେବେ ଗତ ୨୪ ଘଣ୍ଟାରେ ଆଉ ୧୦୪୧ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଏବେ ମହାନଗରରେ ସଂକ୍ରମଣ ୬୮ହଜାର ୯୯୭ରେ ପହଞ୍ଚତ୍ଛି।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ପଟିଆରୁ ସର୍ବାଧିକ ୬୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ଖଣ୍ଡଗିରିରୁ ୪୯, ନୟାପଲ୍ଲୀରୁ ୪୪, ପୁରୁଣା ଭୁବନେଶ୍ୱରରୁ ୪୪, ଡୁମୁଡୁମାରୁ ୩୫, ସାମନ୍ତରାପୁରରୁ ୧୮, ସୁନ୍ଦରପଦାରୁ ୧୭, ଶୈଳଶ୍ରୀ ବିହାରରୁ ୨୫, ଟଙ୍କପାଣି ରୋଡ୍‌, ୟୁନିଟ-୮ ଓ ୟୁନିଟ-୪ରୁ ୧୧ଜଣ ଲେଖାଏଁ, ରସୁଲଗଡରୁ ୧୯, ଚନ୍ଦ୍ରଶେଖରପୁରରୁ ୨୮, ବିଜେବି ନଗରରୁ ୧୭, ଲକ୍ଷ୍ମୀସାଗରରୁ ୧୮, ଭରତପୁରରୁ ୧୬, ବରମୁଣ୍ଡାରୁ ୨୮, ନୀଳାଦ୍ରି ବିହାରରୁ ୨୨, ବଡଗଡରୁ ୨୬, ଝାରପଡାରୁ ୧୯, ଆଇଆର୍‌ସି ଭିଲେଜରୁ ୧୩, ମଞ୍ଚେଶ୍ୱରରୁ ଓ ଚିନ୍ତାମଣିଶ୍ୱରରୁ ୧୪ଜଣ ଲେଖାଏ, ଜୟଦେବ ବିହାରରୁ ୧୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଆଉ ୪ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବାରୁ ଏହି ସଂଖ୍ୟା ୩୧୪କୁ ବୃଦ୍ଧି ପାଇଛି। ସେପଟେ ୯୪୧ଜଣ ସୁସ୍ଥ ହୋଇଥିବାବେଳେ ଆରୋଗ୍ୟ ସଂଖ୍ୟା ୫୫,୮୧୦ରେ ପହଞ୍ଚଛି। ଏବେ ୧୨ହଜାର ୮୫୨ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri