Posted inଜାତୀୟ

ଡେଟିଂ ଆପ୍‌ରେ ୭୦୦ ମହିଳାଙ୍କୁ ଠକେଇ

ନୂଆଦିଲ୍ଲୀ, ୫।୧: ଜାତୀୟ ରାଜଧାନୀ ଦିଲ୍ଲୀର ଶାକାରପୁର ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଠକେଇ ଘଟଣା ସାମ୍‌ନାକୁ ଆସିଛି। ନଏଡ଼ାର ଏକ ଘରୋଇ କମ୍ପାନୀରେ ଆଶାୟୀମାନଙ୍କୁ ନିଯୁକ୍ତି ଦେଉଥିବା ତୁଷାର ସିଂ ବିଷ୍ଟ ବିଭିନ୍ନ ଡେଟିଂ ଏବଂ ମେସେଜିଂ ଆପ୍‌ ମାଧ୍ୟମରେ ୭୦୦ରୁ ଅଧିକ ମହିଳାଙ୍କୁ ଠକିଥିବାରୁ ଶନିବାର ପୋଲିସ ତାଙ୍କୁ ଗିରଫ କରିଛି। ନିଜକୁ ଜଣେ ଆମେରିକୀୟ ମଡେଲ ଭାବେ ପରିଚୟ ଦେଇ ସେ ମହିଳାମାନଙ୍କ ସହ ବନ୍ଧୁତା ସ୍ଥାପନ କରୁଥିଲେ। ଏହାପରେ ବିଭିନ୍ନ ଆଳ ଦେଖାଇ ତୁଷାର ମହିଳାମାନଙ୍କୁ ସେମାନଙ୍କ ପ୍ରାଇଭେଟ ଫଟୋ ମାଗୁଥିଲେ। ଫଟୋ ମିଳିଯିବା ପରେ ତୁଷାର ଏହାକୁ ଭାଇରାଲ କରିଦେବେ କହି ମହିଳାମାନଙ୍କୁ ବ୍ଲାକ୍‌ମେଲିଂ କରି ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କା ଆଦାୟ କରୁଥିଲେ। ବିଭିନ୍ନ ଡେଟିଂ ଆପ୍‌ ପ୍ରୋଫାଇଲରେ ତୁଷାର ବ୍ରାଜିଲର ଜଣେ ମଡେଲଙ୍କର ଫଟୋ ଲଗାଇ ନିଜକୁ ଆମେରିକୀୟ ଫ୍ରିଲାନ୍ସ ମଡେଲ ଭାବେ ପରିଚୟ ଦେଉଥିଲେ। ବିଶେଷକରି ସେ ୧୮ରୁ ୩୦ ବର୍ଷ ବୟସର ମହିଳାମାନଙ୍କୁ ଟାର୍ଗେଟ କରୁଥିଲେ। ଏକ ପ୍ରୋଜେକ୍ଟ ପାଇଁ ଭାରତ ଆସିଛନ୍ତି ବୋଲି କହି ତୁଷାର ମହିଳାମାନଙ୍କୁ ଫସାଉଥିଲେ।
ଗତ ୧୩ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଦ୍ୱିତୀୟ ବର୍ଷର ଜଣେ ସ୍ନାତକୋତ୍ତର ଛାତ୍ରୀ ଠକାମିର ଶିକାର ହୋଇ ସାଇବର ଥାନାରେ ଅଭିଯୋଗ କରିବା ପରେ ଏହି ମାମଲା ତାଙ୍କ ଚାଲବାଜୀ ସାମ୍‌ନାକୁ ଆସିଥିଲା। ଦିଲ୍ଲୀ ପୋଲିସର ଏକ ଟିମ୍‌ ଶନିବାର ପୂର୍ବ ଦିଲ୍ଲୀର ଶକରପୁର ଅଞ୍ଚଳରୁ ତୁଷାରଙ୍କୁ ଗିରଫ କରି ମାମଲାର ପର୍ଦ୍ଦାଫାଶ କରିଛି। ଗତ ୩ ବର୍ଷ ଧରି ନଏଡାର ଏକ ପ୍ରାଇଭେଟ କମ୍ପାନୀରେ ତୁଷାର ଜଣେ ଟେକ୍ନିକାଲ ରିକ୍ରୁଟର
ଭାବେ କାର୍ଯ୍ୟ କରୁଥିଲେ।

ସେ ଦିନରେ ଉକ୍ତ କମ୍ପାନୀ ପାଇଁ କାର୍ଯ୍ୟ କରୁଥିବାବେଳେ ରାତିରେ ଆମେରିକୀୟ ମଡେଲ ସାଜି ବୁମ୍ବଲ, ସ୍ନାପଚାଟ ଆଦି ଡେଟିଂ ଆପ୍‌ଗୁଡ଼ିକରେ ମହିଳାମାନଙ୍କୁ ବ୍ଲାକ୍‌ମେଲିଂ କରୁଥିଲେ। ପୋଲିସ ତୁଷାର ବ୍ୟବହାର କରୁଥିବା ସ୍ମାର୍ଟ ଫୋନକୁ ଜବତ କରିଛି, ଯେଉଁଥିରେ ସେ ଫେକ୍‌ ଆଇଡି ଚଳାଇ ମହିଳାମାନଙ୍କୁ ବ୍ଲାକମେଲିଂ କରୁଥିଲେ। ସେହିପରି ଅଭିଯୁକ୍ତଙ୍କ ନିକଟରୁ ୧୩ଟି ବ୍ୟାଙ୍କର କ୍ରେଡିଟ୍‌ କାର୍ଡ ଏବଂ ତାଙ୍କ ମୋବାଇଲରୁ ବିଭିନ୍ନ ଆପତ୍ତିଜନକ ଡେଟା ମଧ୍ୟ ପୋଲିସ ଜବତ କରିଛି। ମହିଳାମାନଙ୍କ ସହ ବନ୍ଧୁତା ସ୍ଥାପନ ପାଇଁ ତୁଷାର ଏକ ଭର୍ଚ୍ଚୁଆଲ ଇଣ୍ଟରନ୍ୟାଶନାଲ ମୋବାଇଲ ନମ୍ବର ବ୍ୟବହାର କରୁଥିଲେ ବୋଲି ଦିଲ୍ଲୀ ପୋଲିସ କହିଛି। ସେ ବିଭିନ୍ନ ଡେଟିଂ ଏବଂ ମେସେଜିଂ ପ୍ଲାଟ୍‌ଫର୍ମଗୁଡ଼ିକରେ ନିଜର ଫେକ୍‌ ପ୍ରୋଫାଇଲ ପ୍ରସ୍ତୁତ କରି ମହିଳାମାନଙ୍କୁ ଫସାଉଥିଲେ। କେବଳ ବୁମ୍ବଲ ଆପ୍‌ ମାଧ୍ୟମରେ ୫୦୦ରୁ ଅଧିକ ଏବଂ ସ୍ନାପ୍‌ଚାଟ ଏବଂ ହ୍ବାଟ୍ସଆପ୍‌ ଆପ୍ଲିକେଶନ ମାଧ୍ୟମରେ ୨୦୦ରୁ ଅଧିକ ମହିଳାଙ୍କ ସହ ଚାର୍ଟିଂ କରିଥିବା ନେଇ ତୁଷାର ପୋଲିସ ସମ୍ମୁଖରେ ସ୍ବୀକାର କରିଛନ୍ତି। ଘଟଣାକୁ ନେଇ ତଦନ୍ତ ଜାରି ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ବସ୍‌ ମୁହାଁମୁହିଁ, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ…

ମୋହନା,୧୯ା୩(ମନ୍ମଥ ମିଶ୍ର): ଘରୋଇ ଯାତ୍ରୀବାହୀ ବସ୍‌ ସହ ମୁଖ୍ୟମନ୍ତ୍ରୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ…

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

ତଣ୍ଟି ଚିପି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ପୋଲସରା,୧୯।୩: ଗଞ୍ଜାମ ଜିଲା ପୋଚାଲୁଣ୍ଡି ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାରିବାରିକ କଳହରୁ ସ୍ତ୍ରୀଙ୍କ ତଣ୍ଟି ଚିପି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

କ୍ରସ୍‌ ଭୋଟିଂ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌…

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି କଣ୍ଟେଇପଲ୍ଲୀ ଭିଏସ୍‌ଏସ୍‌

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା।…

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri