Categories: ଜାତୀୟ

୭୦୦ ଚାଷୀ ଶହୀଦ୍‌ ହୋଇଛନ୍ତି, ସରକାର କ୍ଷମା ମାଗିଛନ୍ତି କି, ରାହୁଲଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୭।୧୨: ସଂସଦର ଶୀତ ଅଧିବେଶନରେ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଛି। ମଙ୍ଗଳବାର କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଲୋକ ସଭାରେ କହିଛନ୍ତି କୃଷି ବିଲ୍‌ ନେଇ ଆନ୍ଦୋଳନ କରୁଥିବା ଚାଷୀଙ୍କ ମଧ୍ୟରୁ ୭୦୦ ଜଣ ଶହୀଦ୍‌ ହୋଇଛନ୍ତି। ଏନେଇ ସରକାର କ୍ଷମା ମାଗିଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି।

କ୍ଷମା ମାଗିବା ଦୂରର କଥା, କେନ୍ଦ୍ରୀୟ କୃଷିମନ୍ତ୍ରୀଙ୍କ ପାଖରେ ଶହୀଦ୍‌ ଚାଷୀଙ୍କ ତାଲିକା ମଧ୍ୟ ନାହିଁ ବୋଲି ରାହୁଲ କଟାକ୍ଷ କରିଛନ୍ତି। ଶହୀଦ୍‌ ଚାଷୀଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ସହିତ ନିଯୁକ୍ତି ସୁଯୋଗ ଯୋଗାଇବା ଲାଗି ରାହୁଲ ଦାବି କରିଛନ୍ତି।

Share