Categories: ଫୁରସତ

୭୦ ବର୍ଷରେ ପ୍ରଥମ ଥର ପାଇଁ ମା’ ହେଲେ ଏହି ମହିଳା; ପ୍ରସବ ପରେ ଡାକ୍ତର…

ପ୍ରତିଦିନ ଦୁନିଆରେ କିଛି ନା କିଛି ଅଜବ ଘଟଣା ଘଟେ। ସେଥିରୁ କିଛି ଉପରେ ବିଶ୍ୱାସ କରିବା କଷ୍ଟକର ହୋଇପଡେ। ଗୁଜରାଟରେ ଏବେ ସେଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ୭୦ ବର୍ଷୀୟ ମହିଳା ପ୍ରଥମ ଥର ପାଇଁ ମା’ ହୋଇଛନ୍ତି। ଯେଉଁ ବୟସରେ ଲୋକେ ଜେଜେମା’-ଆଈ ହୁଅନ୍ତି ସେହି ବୟସରେ ସେ ମା’ ହୋଇ ସମସ୍ତଙ୍କୁ ଚମକାଇଛନ୍ତି।

ବୃଦ୍ଧାଜଣଙ୍କ ହେଉଛନ୍ତି ଜିଭୁବେନ୍‌ ବଲାଭାଇ ରବାରୀ। ତାଙ୍କ ବୟସ ଏବେ ୭୦ ବର୍ଷ। ସେ କ୍ଷୀର ବିକି ପରିବାର ପ୍ରତିପୋଷଣ କରନ୍ତି। ଦୀର୍ଘ ୪୫ ବର୍ଷ ଧରି ଉଭୟେ ସନ୍ତାନ ପ୍ରାପ୍ତିର ଆଶା ରଖିଥିଲେ। ମାତ୍ର ସଫଳ ହୋଇ ନ ଥିଲେ। ଏବେ କିନ୍ତୁ ସେ ମା’ ହୋଇ ବେଶ ଖୁସି ଅଛନ୍ତି।

ଯାହା ସୂଚନା ରହିଛି, ଦମ୍ପତ୍ତି ନିକଟରେ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ସହ ସମ୍ପର୍କ କରିଥିଲେ। ଡାକ୍ତର ତାଙ୍କୁ ଆଇଭିଏଫ୍‌ ଜରିଆରେ ସନ୍ତାନ ପ୍ରସବ ନେଇ ଉପାୟ କହିଥିଲେ। ବୟସାଧିକ ଯୋଗୁ ତାହା ଅସମ୍ଭବ ପରି ଲାଗିଥିଲା। ଡାକ୍ତରଙ୍କ ମନା କରିବା ସତ୍ତ୍ୱେ ଜିଭୁବେନ୍‌ ଜିଦ୍‌ରେ ଅଟଳ ରହିଥିଲେ। ପ୍ରଥମେ ଇଞ୍ଜେକ୍ସନ ଦ୍ୱାରା ତାଙ୍କର ପିରିଅଡ୍ସ ଆରମ୍ଭ କରାଯାଇଥିଲା। ପରେ ଅନେକ ଡାକ୍ତରୀ ଚିକିତ୍ସା ପରେ ପିଲାର ଏମ୍ରିଓକୁ ଛଡ଼ା ଯାଇଥିଲା। ଏହାର ୧୫ ଦିନ ପରେ ସେ ଗର୍ଭବତୀ ଥିବା ଡାକ୍ତର ଜାଣିପାରିଥିଲେ। ପରବର୍ତ୍ତୀ ସମୟରେ କିନ୍ତୁ ତାଙ୍କୁ ଅନେକ କଠିନ ସମୟ ଦେଇ ଗତି କରିବାକୁ ପଡ଼ିଥିଲା। ରକ୍ତଚାପ ଅଧିକ ରହୁଥିବାରୁ ୮ମ ମାସରେ ତାଙ୍କର ଡେଲିଭରି ହୋଇଯାଇଥିଲା। ଏବେ ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଡାକ୍ତର କହିଛନ୍ତି। ହେଲେ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାଛଡ଼ା ଡାକ୍ତରମାନେ ମଧ୍ୟ ଏହାକୁ ନେଇ ଆଶ୍ଚର୍ଯ୍ୟ ହୋଇଥିବା ପ୍ରକାଶ କରିଛନ୍ତି।

Share