ଅନୁଗୋଳର ୭୦ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ଅନୁଗୋଳ ଅଫିସ/ ଆଠମଲ୍ଲିକ, ୧୮ା୮: ମହାନଦୀ ବନ୍ୟାରେ ପ୍ରଭାବିତ ହୋଇଛି ଅନୁଗୋଳ ଓ ଆଠମଲ୍ଲିକ ବ୍ଲକ। ହଜାର ହଜାର ଲୋକ ପାଣି ଘେରରେ ଥିବାବେଳେ ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ରିଲିଫ ବଣ୍ଟନ କାର୍ଯ୍ୟ ଜାରି ରହିଛି। ପ୍ରଶାସନିକ ଅଧିକାରୀମାନେ ବୋଟ୍‌ ମାଧ୍ୟମରେ ବିଭିନ୍ନ ଗାଁ ବୁଲି ସ୍ଥିତି ତଦାରଖ କରୁଛନ୍ତି। ହେଲେ ୭୦ଟି ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ରହିଥିବା ଜଣାପଡିଛି। ହୀରାକୁଦରୁ ୪୦ଟି ଗେଟ୍‌ ଦେଇ ଛଡ଼ାଯାଇଥିବା ବନ୍ୟା ଜଳ ମହାନଦୀରେ ପ୍ରବାହିତ ହେଉଥିବାରୁ ବନ୍ୟାଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ତେବେ ପ୍ରଶାସନ ପକ୍ଷରୁ ୫୭୩ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ଗୃହପାଳିତ ପ୍ରାଣୀଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଗତ ଶନିବାର ରାତିରୁ ମହାନଦୀରେ ବନ୍ୟାପାଣି ପ୍ରବେଶ କରିବା ପରେ ଅନୁଗୋଳ ବ୍ଲକର ଟିକରପଡା ପଞ୍ଚାୟତର ଟିକରପଡା, ମଝିପଡା, ଗଇଁଦି ଓ ବେହେରାସାହିର ଲୋକମାନେ ପାଣି ଘେରରେ ରହିଛନ୍ତି। ଅନୁଗୋଳ ବ୍ଲକର ୩୭୫ ଲୋକଙ୍କୁ ଉଦ୍ଧାର କରାଯାଇ ଆଶ୍ରୟ ସ୍ଥଳରେ ରଖାଯାଇଛି। ସେମାନଙ୍କ ପାଇଁ ଡଙ୍ଗାରେ ଖାଦ୍ୟ ସାମଗ୍ରୀ ନିଆଯାଇ ପ୍ରଦାନ କରାଯାଉଛି। ବାହ୍ୟ ଜଗତରୁ ବିଚ୍ଛିନ୍ନ ଥିବା ଲୋକଙ୍କୁ ଶୁଖିଲା ଖାଦ୍ୟରେ ଚୁଡା, ଚିନି ଓ ବିସ୍କୁଟ ଆଦି ପ୍ରଦାନ କରାଯାଉଛି। ଟିକରପଡାରେ ଅଗ୍ନିଶମ ଏବଂ ଏନ୍‌ଡିଆର୍‌ଏଫ ଟିମ୍‌ ବୋର୍ଟ ସହ ଉପସ୍ଥିତ ରହିଛନ୍ତି। ବନ୍ୟା ବିଭୀଷିକା ସମ୍ପୂର୍ଣ୍ଣ ନ ଟଳିବା ପର୍ଯ୍ୟନ୍ତ ଲୋକଙ୍କୁ ଅସ୍ଥାୟୀ ବନ୍ୟା ଆଶ୍ରୟ ସ୍ଥଳରେ ରଖାଯାଇ ରନ୍ଧା ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ୬ ଦିନ ହେବ ଘରଦ୍ବାର ଛାଡି ଆଶ୍ରୟସ୍ଥଳୀରେ ମୁଣ୍ଡ ଗୁଞ୍ଜିଥିବା ଲୋକେ ଘରକୁ ଫେରିବାକୁ ବ୍ୟସ୍ତ ହୋଇପଡ଼ିଛନ୍ତି। କିନ୍ତୁ ବନ୍ୟା ଦୁର୍ଦ୍ଦଶା ଥମୁ ନ ଥିବାରୁ ସେମାନେ ଚିନ୍ତାରେ ପଡ଼ିଛନ୍ତି। ବୁଧବାର ପୂର୍ବାପେକ୍ଷା ବନ୍ୟାଜଳ କମିଥିଲେ ବି ହୀରାକୁଦରୁ ଛଡ଼ାଯାଇଥିବା ଅଧିକ ପାଣି ପହଞ୍ଚୁଥିବାରୁ ସେମାନେ ଆଉ କିଛିଦିନ ଆଶ୍ରୟସ୍ଥଳୀରେ ରହିବାକୁ ପଡ଼ିବ ବୋଲି ପ୍ରଶାସନ ବୁଝାଶୁଝା କରିଛି। ଘଟଣାସ୍ଥଳରେ ଅନୁଗୋଳ ଉପଜିଲାପାଳ ବାଇତୁର ଦୀପଙ୍କ ନେତୃତ୍ୱରେ ଏକ ଟିମ୍‌ ଉପସ୍ଥିତ ଅଛନ୍ତି। ପ୍ରଭାବିତ ଲୋକଙ୍କୁ କିଭଳି ସମସ୍ତ ସୁବିଧା ପ୍ରଦାନ କରାଯିବ ସେ ନେଇ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ନେତୃତ୍ୱରେ ଏକ ଟିମ୍‌ କାର୍ଯ୍ୟ କରୁଥିବା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେହିପରି ଆଠମଲ୍ଲିକ ବ୍ଲକର ୧୩ ପଞ୍ଚାୟତ ଓ ଏନଏସି ଅଞ୍ଚଳରେ ବନ୍ୟା ପରିସ୍ଥିତି ସ୍ଥିର ରହିଛି। ତେବେ ହୀରାକୁଦର ୪୦ଟି ଗେଟ୍‌ ଖୋଲା ରହିଥିବାରୁ ବନ୍ୟାର ଭୟାବହତାକୁ ନେଇ ଆଠମଲ୍ଲିକବାସୀ ଆଶଙ୍କାରେ ଅଛନ୍ତି। ଆଠମଲ୍ଲିକ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବିଶେଷକରି ମହାନଦୀ ଗର୍ଭରେ ଥିବା କୁଦଗାଁ ଗ୍ରାମର ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଚାରିଦିନ ହେଲା ୧୫୯ ଜଣଙ୍କୁ ଅସ୍ଥାୟୀ ଶିବିରକୁ ଅଣାଯାଇଥିବା ବେଳେ ବୁଧବାର ଆଉ ୨୭ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଉପଜିଲାପାଳ ତରଣୀ ସୁନାଙ୍କ ନେତୃତ୍ୱରେ ତହସିଲଦାର ସୋଫି ସାଇନିକା, ଅତିରିକ୍ତ ତହସିଲଦାର ପ୍ରଭାତ ରଞ୍ଜନ ବିଶ୍ୱାଳ, ଆଇଆଇସି ନିରୋଦ କୁମାର ଦାସ, ବିଡିଓ ସନ୍ତୋଷ କୁମାର ସାହୁ, ସରପଞ୍ଚ ସିଦ୍ଧାର୍ଥ ଶଙ୍କର ଖେତୀ ପ୍ରମୁଖ ଉପସ୍ଥିତ ରହି ସ୍ଥାନାନ୍ତର ପ୍ରକ୍ରିୟାକୁ ପରିଚାଳନା କରୁଛନ୍ତି। ଆଠମଲ୍ଲିକ ଦମକଳ ବାହିନୀ ଓ ଜଙ୍ଗଲ ବିଭାଗର ବୋଟ ସାହାଯ୍ୟରେ କୁଦଗାଁ ଗ୍ରାମରୁ ଲୋକଙ୍କୁ ଅସ୍ଥାୟୀ ଶିବିରକୁ ଅଣାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri