ଛାତ୍ରୀ ମୃତ୍ୟୁ ଘଟଣା ଚପାଇବାକୁ ୭୦ ହଜାର ଟଙ୍କା ଡିଲ୍‌

ମାହାଙ୍ଗା,୧୪ା୮(ଯଯାତୀ ସିଂହ): ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକଙ୍କ ସହ ଅନୈତିକ ସମ୍ପର୍କ ପାଇଁ ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କ ଜୀବନ ଯାଇଛି। ଏହି ଘଟଣା ସମ୍ପର୍କରେ ପୋଲିସର କେତେଜଣ ଅଧିକାରୀଙ୍କ ସହ ଜନ ପ୍ରତିନିଧି ଅବଗତ ଥିଲେ। ମାତ୍ର ଘଟଣାକୁ ଚପାଇ ଦେବା ପାଇଁ ଜୋରଦାର ପ୍ରୟାସ ହୋଇଥିଲା। କିନ୍ତୁ ସବୁ କିଛି ଫସର ଫାଟିଯାଇଛି। ନାବାଳିକାଙ୍କ ମୃତ୍ୟୁର ୫୭ ଦିନ ପରେ ଏକ ଅଡିଓ କଲ ଭାଇରାଲ୍‌ ହେବାରେ ଲାଗିଛି। ସେଥିରେ ମୃତ୍ୟୁ ପଛର କାହାଣୀ ସହ ଜଡ଼ିତ ଥିବା ସମସ୍ତ ଘଟଣା ସାମ୍‌ନାକୁ ଆସିଛି। ଏ ସମ୍ପର୍କରେ ଫୋନ ମାଧ୍ୟମରେ ଜଣେ  ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଖାଣିଛନ୍ତି।
ସୂଚନାମୁତାବକ,  କଟକ ଜିଲା ମାହାଙ୍ଗା ବ୍ଲକର ଏକ ବିଦ୍ୟାଳୟରେ ସମ୍ପୃକ୍ତା ନାବାଳିକା ଦଶମ ଶ୍ରେଣୀରେ ପଢ଼ୁଥିଲେ। ଉକ୍ତ ବିଦ୍ୟାଳୟର କ୍ରୀଡା ଶିକ୍ଷକଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଘଟଣା ସମ୍ପର୍କରେ ଛାତ୍ରୀଙ୍କ ପରିବାର ଲୋକେ ଜାଣିବା ପରେ ଏହା ନୂଆ ମୋଡ଼ ନେଇଥିଲା।  ଏହାପରେ ଗତ ଜୁନ୍‌ ୧୮ରେ  ନାବାଳିକା ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ ଅବଗତ ଥିଲେ ମଧ୍ୟ ମୃତ୍ୟୁର କାରଣ ଖୋଜାଯାଇ ନ ଥିଲା।  ଅତି ତରବରିଆ ଭାବେ ମୃତଦେହ ପୋଡ଼ି ଦିଆଯାଇଥିଲା।  ପ୍ରମାଣ ନଷ୍ଟ କରିବା ପାଇଁ ପୋଡା ଯାଇଥିବା ସ୍ଥାନରୁ ମାଟି ପାଉଁଶ ତାଡିନେଇ ନିକଟସ୍ଥ ନଦୀ ଗର୍ଭକୁ ଫୋପାଡି ଦିଆଯାଇଥିଲା। ଏହାପଛରେ ବ୍ଲକର ଜଣେ  ପୂର୍ବତନ ଅଧ୍ୟକ୍ଷଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିିଛି। ସେ ଫୋନରେ ସତ ବଖାଣୁଥିବା ଅଡିଓ କଲ ଶୁକ୍ରବାର  ଭାଇରାଲ ହେବାରେ ଲାଗିଛି। ଏ ପ୍ରସଙ୍ଗକୁ ଚପାଇ ଦେବା ପାଇଁ କ୍ରୀଡା ଶିକ୍ଷକଙ୍କ ମା’ଙ୍କୁ ଘଟଣା ଦିନ ସେ ଫୋନ କରିଥିଲେ। ଏଥିପାଇଁ ଉଭୟଙ୍କ ମଧ୍ୟରେ ୭୦ ହଜାର ଟଙ୍କାର ଡିଲ୍‌ ହୋଇଥିଲା। ଏପରିକି ଘଟଣାକୁ ଆଗକୁ ନ ବଢ଼ାଇବା ପାଇଁ ସ୍ଥାନୀୟ ପୋଲିସକୁ ହାତବାରିଶ କରାଯାଇଥିବା ଅଡିଓ କଲରେ ସ୍ପଷ୍ଟ ହୋଇଛି। ଏବେ ଘଟଣା  ସାମ୍‌ନାକୁ ଆସିବା ପରେ ଏହାପଛରେ କେବଳ ପୂର୍ବତନ ବ୍ଲକ ଅଧ୍ୟକ୍ଷ ନା ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଠିକ୍‌ ଭାବେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହୋଇଛି।

Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri