Posted inଫୁରସତ

ଉତ୍ସବ ପାଳିବାକୁ ଆସି ଫସିଲେ ୭୦ ହଜାର ଲୋକ

ୱାଶିଂଟନ: ନିକଟରେ ଏକ ଉତ୍ସବ ପାଳନ କରିବାକୁ ଯାଇ ସେଠାରେ ୭୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଫସି ଯାଇଛନ୍ତି। ଆମେରିକାର ନେୱଡା ରାଜ୍ୟରେ ବର୍ନିଂ ମ୍ୟାନ୍‌ ଉତ୍ସବ ଆୟୋଜିତ ହୋଇଥାଏ। ଉତ୍ସବକୁ ମନାଇବାକୁ ୭୦ ହଜାରରୁ ଅଧିକ ଲୋକ ଏଠାରେ ପହଞ୍ଚିଥିଲେ। ହେଲେ ସେମାନେ ଏବେ ଏଠାରେ ଫସି ଯାଇଛନ୍ତି। ଦକ୍ଷିଣ ନେୱଡାର ଏକ ମରୁଭୂମିରେ ଏହି ଉତ୍ସବ ଆୟୋଜିତ ହୋଇଥିଲା। ହେଲେ ସେଠାରେ ୨-୩ ଘଣ୍ଟା ବର୍ଷା ହେଲା। ଫଳରେ ମରୁଭୂମିର ବାଲି କାଦୁଅରେ ପରିଣତ ହୋଇଯିବାରୁ ଲୋକେ ସେହି କାଦୁଅରେ ଫସି ଯାଇଛନ୍ତି। କେହି ଚାଲିବାକୁ ସକ୍ଷମ ନୁହନ୍ତି। ଉତ୍ସବରେ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ଅନେକ କୋଟିପତି ମଧ୍ୟ ଯୋଗ ଦେଇଥାନ୍ତି। ଏପରି ହେବା ଯୋଗୁ ଉତ୍ସବକୁ ବନ୍ଦ କରିଦିଆଯାଇଛି। ଏହା ପୂର୍ବରୁ ୨୦୧୮ରେ ହୋଇଥିବା ଏହି ଉତ୍ସବରେ କିଛି ଅଘଟଣ ଘଟିଥିଲା। ଫଳରେ ଲୋକଙ୍କ ଆସିବାକୁ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି। ଏହାଛଡ଼ା କରୋନା ମହାମାରୀ ସମୟରେ ମଧ୍ୟ ଏହି ଉତ୍ସବକୁ ୨ ଥର ବନ୍ଦ କରାଯାଇଛି। ଆମେରିକାର ଲ୍ୟାଣ୍ଡ ମେଜରମେଣ୍ଟ ବ୍ୟୁରୋର କହିବା ମୁତାବକ, ଅଧିକ କାଦୁଅ ହୋଇଯିବାରୁ ସେଠାରେ ଗାଡ଼ି ଚାଲିବା କଷ୍ଟକର ହୋଇପଡ଼ିଛି। ଆଗକୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଲୋକେ ତାଙ୍କ ପାଖରେ ଖାଦ୍ୟ ଓ ପାଣି ବଞ୍ଚାଇ ରଖିବାକୁ ଅନୁରୋଧ କରାଯାଇଛି। ଏପରି ଅବସ୍ଥା ସତ୍ତ୍ୱେ ଲୋକେ ମଜା କରିବାରେ ଲାଗି ପଡ଼ିଛନ୍ତି। ଏହି ଉତ୍ସବ ନେୱଡା ବ୍ଲାକ ରୋଡ୍‌ ସହରରେ କରାଯାଏ। ଏହି ମରୁଭୂମି ଦୁନିଆର ସବୁଠୁ ଖରାପ ମରୁଭୂମି ମଧ୍ୟରୁ ଅନ୍ୟତମ। ଏଠାକୁ କେବଳ ଏମର୍ଜେନ୍ସି ସମୟରେ ସେବା ଯୋଗାଇଦେଉଥିବା ଲୋକ ହିଁ ଆସିଥାନ୍ତି। ଏହାଛଡ଼ା ଏହି ମରୁଭୂମିରେ ଅନ୍ୟ ଲୋକଙ୍କ ପ୍ରବେଶ ନିଷେଧ। ଏହି ଉତ୍ସବର ଆରମ୍ଭ ୧୯୯୦ରେ ହୋଇଥିଲା। ସେତେବେଳେ ଉତ୍ସବକୁ କେବଳ ୮୦ ଜଣ ଲୋକ ହିଁ ଆସୁଥିଲେ। ପରେ ୧୯୯୩ରେ ଲୋକଙ୍କ ସଂଖ୍ୟା ବଢି ହଜାରରେ ପରିଣତ ହେଲା। ଉତ୍ସବ ଆମେରିକାର ଛୁଟି ସମୟରେ ଆୟୋଜିତ ହୋଇଥାଏ। ଉତ୍ସବରେ ଲୋକ ମୋବାଇଲ ଓ ସୋସିଆଲ ମିଡିଆଠାରୁ ଦୂରରେ ରହି ପରିବାର ସହ ନାଚ ଗୀତ କରି ଗୋଟେ ସପ୍ତାହ ବିତାଇଥାନ୍ତି। ଲୋକେ ଉତ୍ସବର ଶେଷ ଦିନ ଏଠାରେ ନିଜେ ପ୍ରସ୍ତୁତ କରିଥିବା କଳାକୃତିକୁ ପୋଡିଥାନ୍ତି। ଫଳରେ ନିଜ ଭିତରେ ଥିବା ଅହଂକାରକୁ ଦୂରେଇ ପାରିବେ। ଏଥିପାଇଁ ଉତ୍ସବର ନାମ ଏପରି ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନବରାତ୍ରୀରେ ଚମକିବ ୩ ରାଶିଙ୍କ ଭାଗ୍ୟ, ମା’ଦୁର୍ଗାଙ୍କ କୃପାରୁ ଧନଲାଭ ଯୋଗ; ଚାକିରିରେ ବଡ଼ ପଦୋନ୍ନତି

ଚଳିତ ବର୍ଷ ଶାରଦୀୟ ନବରାତ୍ରୀ ଅକ୍ଟୋବର ୧୧, ୨୦୨୬ରୁ ଆରମ୍ଭ ହେବ। ଏଥର ମା’ ଦୁର୍ଗା ହାତୀ ଉପରେ ସବାର ହୋଇ ଆସୁଛନ୍ତି। ଜ୍ୟୋତିଷୀୟ ବିଶ୍ୱାସ ଅନୁଯାୟୀ,…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ କେମିତି ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

୩ ଦିନ ଧରି ଚାଲିଥିବା ଅଙ୍ଗନ କି ଉତ୍ସବ ଉଦଯାପିତ, ଶିଶୁ ତଥା ଅଭିଭାବକଙ୍କୁ ନେଇ ସରିଲା କାର୍ଯ୍ୟକ୍ରମ

ଦାରିଙ୍ଗବାଡି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟର ସିଡିପିଓ ସାଂରାଣୀ ପଣ୍ଡାଙ୍କ ତତ୍ୱାବଧାନରେ, ଉଭୟ କେନ୍ଦ୍ର…

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

ଭାଙ୍ଗିଗଲା ସମସ୍ତ ରେକର୍ଡ; ରାଙ୍କିଙ୍ଗରେ ନୂଆ ଇତିହାସ ରଚିଲେ ଭାରତୀୟ ବୋଲର

ନୂଆଦିଲ୍ଲୀ,୨୯।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର୍‌ ସ୍ପିନର୍‌ ଶ୍ରୀ ଚରଣୀ ଇତିହାସ ସୃଷ୍ଟି କରିଛନ୍ତି। ମଙ୍ଗଳବାର (ସେପ୍ଟେମ୍ବର ୨୯) ପ୍ରକାଶିତ ସର୍ବଶେଷ ଟି-୨୦ ମାନ୍ୟତାରେ, ସେ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ମୁଖ୍ୟ ଅଭିଯୁକ୍ତ କ୍ଷୀତିଶଙ୍କୁ ପୋଲିସର ମାରାଥନ ଜେରା, ଫିଟିବ ରହସ୍ୟ…

ବଲାଙ୍ଗୀର,୨୯।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କୁ…

ବର୍ଷାପବନରେ ଉଡ଼ି ଯାଇଥିଲା ଟିଣ ଛପର, ଅସହାୟ ମହିଳାଙ୍କୁ ହାତ ବଢାଇଲେ…

ଗଞ୍ଜାମ,୨୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ.୭ ବାଲି ସାହିରେ ରୁହନ୍ତି ସନ୍ତୋଷୀ ନାୟକ ଏବଂ ତାଙ୍କ ଛୋଟ ପରିବାର l ପରିବାର କହିଲେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?