୨୦୨୨ ସୁଦ୍ଧା ପୃଥିବୀର ୭୦ ପ୍ରତିଶତ ଜନସଂଖ୍ୟାଙ୍କୁ ଦିଆଯିବ କରୋନା ଟିକା: ଡବ୍ଲ୍ୟୁଏଚ୍‌ଓ

ଜେନେଭା, ୬।୧୦: ଆଉ ୨ ବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୨୨ ସୁଦ୍ଧା ପୃଥିବୀର ୭୦ ପ୍ରତିଶତ ଲୋକଙ୍କୁ କରୋନା ପ୍ରତିଷେଧକ ଟିକା ଦିଆଯିବ। ଏସମ୍ପର୍କରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)ର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ୍‌ ସୂଚନା ଦେଇଛନ୍ତି। ସମ୍ପ୍ରତି ପୃଥିବୀରେ ୪୦ରୁ ଅଧିକ କରୋନା ଟିକା ଉପରେ ପରୀକ୍ଷଣ ଜାରି ରହିଛି। କେତେକ ଟିକା ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ମଧ୍ୟ କରୁଛନ୍ତି। ପରୀକ୍ଷଣ ପରେ ଏହାର ପ୍ରୟୋଗ ଲୋକଙ୍କ ଉପରେ କରାଯିବ। ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯାଉଥିବା କରୋନା ଟିକାକୁ ୨୦୨୧ ଜୁଲାଇ ସେପ୍ଟମ୍ବର ମଧ୍ୟରେ ମାନବ ପ୍ରୟୋଗ ପାଇଁ ସ୍ବୀକୃତି ପ୍ରଦାନ କରାଯିବା ଯଥେଷ୍ଟ ସମ୍ଭାବନା ରହିଛି। ୨୦୨୨ ଶେଷ ସୁଦ୍ଧା ପୃଥିବୀର ୭୮୦ କୋଟି ଲୋକଙ୍କ ମଧ୍ୟରୁ ପ୍ରାୟ ୫୪୬ କୋଟି ଲୋକଙ୍କୁ ପ୍ରତିଷେଧକ ଟିକା ଦିଆଯିବାର ଆଶା ରହିଥିବା ସୌମ୍ୟା କହିଛନ୍ତି।

Share