ଭୂକମ୍ପରେ ୭୦ ଲକ୍ଷ ଶିଶୁ ପ୍ରଭାବିତ

ଡେନ୍‌ମାର୍କ/ ଜେନେଭା, ୧୫।୨: ତୁର୍କୀ, ସିରିଆରେ ଭୟଙ୍କର ଭୂମିକମ୍ପକୁ ମଙ୍ଗଳବାର ଆଠ ଦିନ ବିତିଯାଇଛି। ଭଗ୍ନାବଶେଷ ତଳେ ଫସିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ରେସ୍କ୍ୟୁ ଟିମ୍‌। ପାଖାପାଖି ୨୦୦ ଘଣ୍ଟାର ଅପରେଶନ୍‌ ପରେ ମଙ୍ଗଳବାର ୪ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ୩୮,୦୦୦ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ତୁର୍କୀରେ ୩୧,୯୭୪ ଏବଂ ସିରିଆରେ ୫,୭୧୪ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ମଙ୍ଗଳବାର ତୁର୍କୀର ସାଉଥର୍ନ ସିଟି ହତାୟରେ ବିଲ୍ଡିଂର ଭଗ୍ନାବଶେଷତଳୁ ୨୦୩ ଘଣ୍ଟା ପରେ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି।
ଉଭୟ ତୁର୍କୀ ଓ ସିରିଆରେ ୭୦ ଲକ୍ଷରୁ ଊର୍ଦ୍ଧ୍ୱ ଶିଶୁ ପ୍ରଭାବିତ ହୋଇଥିବା ଜାତିସଂଘ କହିଛି। ଭୂକମ୍ପ ଫଳରେ ତୁର୍କୀର ୧୦ ସହର କ୍ଷତିଗ୍ରସ୍ତ ହୋଇଛି। ତୁର୍କୀରେ ୪୬ ଲକ୍ଷ ଏବଂ ସିରିଆରେ ମୋଟ ୨୫ ଲକ୍ଷ ଶିଶୁ ଭୂକମ୍ପ ଦ୍ୱାରା ପ୍ରଭାବିତ ହୋଇଥିବା ଜାତିସଂଘ ଚିଲ୍‌ଡ୍ରେନ୍ସ ଏଜେନ୍ସି ୟୁନିସେଫ୍‌ ମୁଖପାତ୍ର ଜେମ୍ସ ଏଲ୍‌ଡର କହିଛନ୍ତି। ଅନେକ ଶିଶୁ ସେମାନଙ୍କ ଅଭିଭାବକଙ୍କୁ ହରାଇଥିବାବେଳେ ବହୁ ଲୋକଙ୍କଠାରୁ ଭୟଙ୍କର ଭୂମିକମ୍ପ ସେମାନଙ୍କ ସନ୍ତାନମାନଙ୍କୁ ଛଡ଼ାଇ ନେଇଥିବା ସେ କହିଛନ୍ତି। ଅନେକେ ବାସହରା ଲୋକ ଏବେବି ଖାଦ୍ୟ ଓ ଆଶ୍ରୟସ୍ଥଳୀ ପାଇଁ ସଂଘର୍ଷ କରୁଛନ୍ତି। ଅନ୍ୟପକ୍ଷେ ମଲ୍‌, ସ୍କୁଲ, ରାସ୍ତାକଡ଼, ମସ୍‌ଜିଦ୍‌ ଏବଂ ବସ୍‌ ଷ୍ଟେଶନ୍‌ଗୁଡ଼ିକରେ ଲୋକେ ଆଶ୍ରୟ ନେଇଛନ୍ତି। ତୁଷାରପାତ ହେବା ଯୋଗୁ ସ୍ଥାନୀୟ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ଅନୁଭୂତ ହେଉଛି। ଫଳରେ ଛୋଟପିଲାମାନେ ଶ୍ୱାସକ୍ରିୟା ଜନିତ ସଂକ୍ରମଣ ଏବଂ ହାଇପୋଥେମିଆ ରୋଗରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି।
ସପ୍ତାହରେ ତୁର୍କୀରେ ହୋଇଥିବା ପ୍ରଳୟଙ୍କରୀ ଭୂକମ୍ପ ସବୁଠାରୁ ଭୟଙ୍କର ପ୍ରାକୃତିକ ବିପଯ୍ୟୟ ବୋଲି ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ୍‌ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ମଙ୍ଗଳବାର କୁହାଯାଇଛିି। ୧୦୦ ବର୍ଷରେ ପ୍ରଥମ ଥର ପାଇଁ ପ୍ରକୃତିର ଏପ୍ରକାର କରାଳ ରୂପ ଦେଖିବାକୁ ମିଳିଛି। ୭.୮ ତୀବ୍ରତା ଭୂକମ୍ପ ପରେ ତୁର୍କୀ ଓ ସିରିଆର ନକ୍‌ସା ବଦଳିଯାଇଥିବାବେଳେ ଏହାର ପ୍ରଭାବ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଥିବା ୟୁରୋପ ପାଇଁ ଡବ୍ଲ୍ୟୁଏଚ୍‌ଓ ରିଜିଓନାଲ ଡିରେକ୍ଟର ହାନ୍ସ କ୍ଲୁଜ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri