ଜନଧନ ଯୋଜନାକୁ ୭ବର୍ଷ

ଭୁବନେଶ୍ୱର,୨୯।୮:  ଦେଶର ଆର୍ଥିକ ଗତିକୁ ଦ୍ରୁତ କରିବା ପାଇଁ ବ୍ୟାଙ୍କିଙ୍ଗ୍‌ କାରବାର ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା । ହେଲେ ସ୍ବାଧୀନତାର ୬୮ ବର୍ଷ ପରେ ମଧ୍ୟ ଦେଶର ଅନେକ ରାଜ୍ୟ ଓ ଲୋକଙ୍କ ନିକଟରେ ବ୍ୟାଙ୍କ ଖାତା ନ ଥିବା ମୋଦି ତାଙ୍କ ପାଳିର ପ୍ରଥମ (୨୦୧୪ ଅଗଷ୍ଟ ୧୫) ସ୍ବାଧୀନତା ଅଭିଭାଷଣରେ କହିଥିଲେ। ଏହି ପରିପ୍ରେକ୍ଷୀରେ ସେ ସମଗ୍ର ଦେଶବାସୀ ବିଶେଷକରି ମହିଳାମାନଙ୍କ ପାଇଁ ବ୍ୟାଙ୍କ ଖାତା ଖୋଲିବାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ। ଅଗଷ୍ଟ ୧୫ରେ ଘୋଷଣା କରାଯାଇଥିବା ‘ପ୍ରଧାନମନ୍ତ୍ରୀ ଜନଧନ ଯୋଜନା’ ସେହି ମାସ ୨୮ ତାରିଖରୁ ସାରା ଦେଶରେ ଲାଗୁ କରାଯାଇଥିଲା। ୨୦୧୪ରୁ ୨୦୨୧ ଏହି ୭ବର୍ଷ ମଧ୍ୟରେ ଅନେକ କିଛି ସୁବିଧା ଓ ସହାୟତା ଖାତାଧାରୀଙ୍କୁ ମିଳିଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା (ପିଏମ୍‌ଜେଡିଓ୍ବାଇ) ଆଧାରରେ ବ୍ୟାଙ୍କ ଖାତାଧାରୀଙ୍କ ସଂଖ୍ୟା ୪୩ କୋଟିରୁ ଊର୍ଦ୍ଧ୍ୱ ରହିଛି। ଏହି ସବୁ ଖାତାରେ ମୋଟ ଜମା ରାଶି ୧.୪୬ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଥିବା ଜଣାପଡ଼ିଛି।
ପ୍ରଧାନମନ୍ତ୍ରୀଙ୍କ ସ୍ବପ୍ନର ଯୋଜନାକୁ ଶନିବାର ୭ବର୍ଷ ପୂରଣ ହୋଇଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମଧ୍ୟ ଖୁସି ବ୍ୟକ୍ତି କରିଛନ୍ତି। ସେ ଦେଶର ଜନତାଙ୍କୁ ଖୁବ୍‌ ଶୀଘ୍ର ଏକ ବଡ ଉପହାର ଦେବାକୁ ଯାଉଛନ୍ତି ବୋଲି ଜଣାପଡିଛି। ଏ ନେଇ କେନ୍ଦ୍ର ସରକାରଙ୍କ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି ଚାଲିଛି। କେନ୍ଦ୍ର ସରକାର ଜନଧନ ଯୋଜନାର ଖାତାଧାରୀଙ୍କୁ ଜୀବନ ବୀମା ଓ ଦୁର୍ଘଟଣାବୀମା କଭର ଦେବା ଉପରେ ବିଚାର କରୁଛନ୍ତି ବୋଲି ସୂଚନା ମିଳିଛି। ସେହିଭଳି ଏହି ଯୋଜନାରେ ସରକାର ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଆଧାରରେ ଜନଧନ ଖାତାଧାରୀଙ୍କୁ ବୀମାରେ ଅନ୍ତର୍ଭୁକ୍ତ କରିବାକୁ ଯୋଜନା କରୁଛନ୍ତି। ଏ ସମ୍ପର୍କରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଏକ ପ୍ରେସ୍‌ ବିବୃତି ଜରିଆରେ ସୂଚନା ଦିଆଯାଇଛି। ସରକାରଙ୍କ ଏହି ପଦକ୍ଷେପ ଫଳରେ ୪୩ କୋଟି ଜନଧନ ଖାତାଧାରୀ ବେଶ୍‌ ଉପକୃତ ହେବେ ବୋଲି ଆଶା କରାଯାଉଛି। ଏ ନେଇ ମଧ୍ୟ ଆଗୁଆ ବିଭିନ୍ନ ବ୍ୟାଙ୍କକୁ ସୂଚାଇ ଦିଆଯାଇଛି ବୋଲି ଜଣାପଡିଛି। ଏହି ଯୋଜନାରେ ପ୍ରଥମ ବର୍ଷ ୧୭.୯୦ କୋଟି ଖାତା ଖୋଲାହୋଇଥିଲା, ଯାହା ବର୍ତ୍ତମାନ ୪୩.୦୪ କୋଟିରେ ପହଞ୍ଚତ୍ଛି ବୋଲି ସୂଚନା ମିଳିଛି। ବିଶେଷକରି ଏହି ସଂଖ୍ୟାର ପ୍ରାୟ ୫୫.୪୭% ମହିଳା ଖାତାଧାରୀ ଥିବାବେଳେ ୬୬.୬୯% ଗ୍ରାମୀଣ ଓ ଅର୍ଦ୍ଧସରାଞ୍ଚଳର ଖାତାଧାରୀ ରହିଛନ୍ତି। ସେହିଭଳି ଏହି ଯୋଜନା ଅଧୀନରେ ୩୧.୨୩ କୋଟି ରୂପେ କାର୍ଡ ଖାତାଧାରୀଙ୍କୁ ବ୍ୟାଙ୍କ ପକ୍ଷରୁ ବଣ୍ଟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

‘ଭାଇ! ଯଦି ତୁମକୁ…’ଯୁଦ୍ଧବିରତି ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୯।୪: ଯେତେବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ବିଶ୍ୱର ବିଭିନ୍ନ ଦେଶ ତୈଳ ଅଭାବର ସମ୍ମୁଖୀନ ହେଉଥିଲେ, ସେତେବେଳେ ରୁଷିଆ ଭାରତକୁ ତେଲ ଯୋଗାଇଥିଲା। ଏବେ, ରୁଷିଆ ମଧ୍ୟ…

ଆକ୍ସନ ମୋଡରେ ବନବିଭାଗ, ବେଆଇନ କରତକଳ ଉପରେ ଚଢ଼ାଉ, ମାଲିକ ଫେରାର

ଧାମନଗର,୯।୪(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ଅଞ୍ଚଳରେ ଚାଲୁଥିବା ବେଆଇନ କରତକଳ ଗୁଡିକୁ ଧରିବା ପାଇଁ ବନ ବିଭାଗ ଅଣ୍ଟା ଭିଡିଛି । ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri