ଜନଧନ ଯୋଜନାକୁ ୭ବର୍ଷ

ଭୁବନେଶ୍ୱର,୨୯।୮:  ଦେଶର ଆର୍ଥିକ ଗତିକୁ ଦ୍ରୁତ କରିବା ପାଇଁ ବ୍ୟାଙ୍କିଙ୍ଗ୍‌ କାରବାର ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା । ହେଲେ ସ୍ବାଧୀନତାର ୬୮ ବର୍ଷ ପରେ ମଧ୍ୟ ଦେଶର ଅନେକ ରାଜ୍ୟ ଓ ଲୋକଙ୍କ ନିକଟରେ ବ୍ୟାଙ୍କ ଖାତା ନ ଥିବା ମୋଦି ତାଙ୍କ ପାଳିର ପ୍ରଥମ (୨୦୧୪ ଅଗଷ୍ଟ ୧୫) ସ୍ବାଧୀନତା ଅଭିଭାଷଣରେ କହିଥିଲେ। ଏହି ପରିପ୍ରେକ୍ଷୀରେ ସେ ସମଗ୍ର ଦେଶବାସୀ ବିଶେଷକରି ମହିଳାମାନଙ୍କ ପାଇଁ ବ୍ୟାଙ୍କ ଖାତା ଖୋଲିବାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ। ଅଗଷ୍ଟ ୧୫ରେ ଘୋଷଣା କରାଯାଇଥିବା ‘ପ୍ରଧାନମନ୍ତ୍ରୀ ଜନଧନ ଯୋଜନା’ ସେହି ମାସ ୨୮ ତାରିଖରୁ ସାରା ଦେଶରେ ଲାଗୁ କରାଯାଇଥିଲା। ୨୦୧୪ରୁ ୨୦୨୧ ଏହି ୭ବର୍ଷ ମଧ୍ୟରେ ଅନେକ କିଛି ସୁବିଧା ଓ ସହାୟତା ଖାତାଧାରୀଙ୍କୁ ମିଳିଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା (ପିଏମ୍‌ଜେଡିଓ୍ବାଇ) ଆଧାରରେ ବ୍ୟାଙ୍କ ଖାତାଧାରୀଙ୍କ ସଂଖ୍ୟା ୪୩ କୋଟିରୁ ଊର୍ଦ୍ଧ୍ୱ ରହିଛି। ଏହି ସବୁ ଖାତାରେ ମୋଟ ଜମା ରାଶି ୧.୪୬ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଥିବା ଜଣାପଡ଼ିଛି।
ପ୍ରଧାନମନ୍ତ୍ରୀଙ୍କ ସ୍ବପ୍ନର ଯୋଜନାକୁ ଶନିବାର ୭ବର୍ଷ ପୂରଣ ହୋଇଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମଧ୍ୟ ଖୁସି ବ୍ୟକ୍ତି କରିଛନ୍ତି। ସେ ଦେଶର ଜନତାଙ୍କୁ ଖୁବ୍‌ ଶୀଘ୍ର ଏକ ବଡ ଉପହାର ଦେବାକୁ ଯାଉଛନ୍ତି ବୋଲି ଜଣାପଡିଛି। ଏ ନେଇ କେନ୍ଦ୍ର ସରକାରଙ୍କ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି ଚାଲିଛି। କେନ୍ଦ୍ର ସରକାର ଜନଧନ ଯୋଜନାର ଖାତାଧାରୀଙ୍କୁ ଜୀବନ ବୀମା ଓ ଦୁର୍ଘଟଣାବୀମା କଭର ଦେବା ଉପରେ ବିଚାର କରୁଛନ୍ତି ବୋଲି ସୂଚନା ମିଳିଛି। ସେହିଭଳି ଏହି ଯୋଜନାରେ ସରକାର ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଆଧାରରେ ଜନଧନ ଖାତାଧାରୀଙ୍କୁ ବୀମାରେ ଅନ୍ତର୍ଭୁକ୍ତ କରିବାକୁ ଯୋଜନା କରୁଛନ୍ତି। ଏ ସମ୍ପର୍କରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଏକ ପ୍ରେସ୍‌ ବିବୃତି ଜରିଆରେ ସୂଚନା ଦିଆଯାଇଛି। ସରକାରଙ୍କ ଏହି ପଦକ୍ଷେପ ଫଳରେ ୪୩ କୋଟି ଜନଧନ ଖାତାଧାରୀ ବେଶ୍‌ ଉପକୃତ ହେବେ ବୋଲି ଆଶା କରାଯାଉଛି। ଏ ନେଇ ମଧ୍ୟ ଆଗୁଆ ବିଭିନ୍ନ ବ୍ୟାଙ୍କକୁ ସୂଚାଇ ଦିଆଯାଇଛି ବୋଲି ଜଣାପଡିଛି। ଏହି ଯୋଜନାରେ ପ୍ରଥମ ବର୍ଷ ୧୭.୯୦ କୋଟି ଖାତା ଖୋଲାହୋଇଥିଲା, ଯାହା ବର୍ତ୍ତମାନ ୪୩.୦୪ କୋଟିରେ ପହଞ୍ଚତ୍ଛି ବୋଲି ସୂଚନା ମିଳିଛି। ବିଶେଷକରି ଏହି ସଂଖ୍ୟାର ପ୍ରାୟ ୫୫.୪୭% ମହିଳା ଖାତାଧାରୀ ଥିବାବେଳେ ୬୬.୬୯% ଗ୍ରାମୀଣ ଓ ଅର୍ଦ୍ଧସରାଞ୍ଚଳର ଖାତାଧାରୀ ରହିଛନ୍ତି। ସେହିଭଳି ଏହି ଯୋଜନା ଅଧୀନରେ ୩୧.୨୩ କୋଟି ରୂପେ କାର୍ଡ ଖାତାଧାରୀଙ୍କୁ ବ୍ୟାଙ୍କ ପକ୍ଷରୁ ବଣ୍ଟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମାର୍ଗଦର୍ଶିକା ପାଳନ ସହିତ ରାଜନୈତିକ ଦଳ ଚାହୁଁଛନ୍ତି ବିଧାନସଭା ନିର୍ବାଚନ, ସୂଚନା ଦେଲେ ଇସି…

ନୂଆଦିଲ୍ଲୀ, ୩୦।୧୨: ସମସ୍ତ ରାଜନୈତିକ ଦଳ କରୋନା ମାର୍ଗଦର୍ଶିକା ପାଳନ ସହିତ ଠିକ୍‌ ସମୟରେ ରାଜ୍ୟରେ ବିଧାନସଭା ନିର୍ବାଚନ ଚାହୁଁଛନ୍ତିି ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ...

ପିକେଙ୍କ ପରାମର୍ଶ, ବିରୋଧୀ ଦଳଙ୍କ ଭଳି ଆଚରଣ ଶିକ୍ଷାଲାଭ କରୁ କଂଗ୍ରେସ…

ନୂଆଦିଲ୍ଲୀ, ୧୨।୫ : ଭାରତୀୟ ରାଜନୀତିର ରଣନୀତିଜ୍ଞ ଭାବରେ ଜଣାଶୁଣା ପ୍ରଶାନ୍ତ କିଶୋର (ପିକେ) କଂଗ୍ରେସକୁ ପରାମର୍ଶ ଦେଇଛନ୍ତି। ସେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି...

ଇଭିରେ ପ୍ରବେଶ କରିବ ମାରୁତି ସୁଜୁକି

ନୂଆଦିଲ୍ଲୀ,୧୮।୪: ଭାରତରେ ଇଲେକ୍‌ଟ୍ରିକ୍‌ ଭେହିକିଲ୍‌ (ଇଭି)ର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଦେଶର ସର୍ବବୃହତ କାର୍‌ ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ (ଏମ୍‌ଏସ୍‌ଆଇ) ବର୍ତ୍ତମାନ...

ଏଏପି ସରକାର ଗଠନ ପରେ ପଞ୍ଜାବରେ ୧୪ ଚାଷୀ କଲେଣି ଆତ୍ମହତ୍ୟା…

ଚଣ୍ଡିଗଡ଼, ୨୬।୪ : ପଞ୍ଜାବରେ ଆମ ଆଦମୀ ପାର୍ଟି (ଏଏପି) ସରକାର ଗଠନ ପରେ କୃଷକ ଆତ୍ମହତ୍ୟା ଜାରି ରହିଛି। ୧ ଏପ୍ରିଲରୁ ୨୩ ଏପ୍ରିଲ୍‌...

ଜିଡିପି ୫% ଖସିବା ନେଇ ପୂର୍ବାନୁମାନ

ନୂଆଦିଲ୍ଲୀ,୨୯।୫: ବର୍ତ୍ତମାନ ଦେଶର ଅର୍ଥ ବ୍ୟବସ୍ଥାରେ ଉଭୟ ଯୋଗାଣ ଏବଂ ଚାହିଦା ପ୍ରଭାବିତ ସ୍ଥିତିରେ ରହିଛି। ଶିଳ୍ପଜଗତର କାର୍ଯ୍ୟକଳାପ ଟ୍ରାକ୍‌କୁ ଫେରି ନ ଥିବାରୁ ନିବେଶ...

୮% ଅଭିବୃଦ୍ଧି ହାସଲ ସମ୍ଭବ: ନୀତି ଆୟୋଗ

ନୂଆଦିଲ୍ଲୀ,୨୧-୯: ଜୁନ୍‌ରେ ଜିଡିପି ଅଭିବୃଦ୍ଧି ହାର ୬ ବର୍ଷର ସର୍ବନିମ୍ନ ସ୍ତର ଛୁଇଁବା ପରେ ଦେଶରେ ଅର୍ଥନୀତିକୁ ନେଇ ସୃଷ୍ଟି ହୋଇଥିବା ନକାରାମତ୍କତା ଭିତରେ ନୀତି...

ଘରକୁ ଘର ପହଞ୍ଚିବ ରାଶନ, ଗହମ ବଦଳରେ ମିଳିବ ଅଟା

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ‘ମୁଖ୍ୟମନ୍ତ୍ରୀ ଘରକୁ ଘର ରାଶନ ଯୋଜନା’ ଆରମ୍ଭ କରିବାକୁ ଯାଉଛନ୍ତି। ଦିଲ୍ଲୀ ସରକାରଙ୍କ କ୍ୟାବିନେଟରେ ମଙ୍ଗଳବାର ‘ମୁଖ୍ୟମନ୍ତ୍ରୀ ଘରକୁ ଘର ରାଶନ ଯୋଜନା’କୁ...

ଆବଶ୍ୟକ ସଦସ୍ୟ ନ ଥାଇ ବି ସରକାରଙ୍କୁ ଜଗିବେ ସୋନିଆ: ସଂସଦୀୟ ଦଳ ନେତ୍ରୀ ନିର୍ବାଚିତ

ନୂଆଦିଲ୍ଲୀ,୧।୬: କଂଗ୍ରେସର ସଂସଦୀୟ ଦଳ ନେତ୍ରୀ ଭାବେ ପୁଣି ଥରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିର୍ବାଚିତ ହୋଇଛନ୍ତି। ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍‌ରେ ଶନିବାର ପୂର୍ବାହ୍ନରେ...

Advertisement
Archives

Model This Week