ସ୍ତ୍ରୀଙ୍କୁ ହତ୍ୟା ନ କରି ୭ ବର୍ଷ ଜେଲ

କେନ୍ଦ୍ରାପଡ଼ା ଅଫିସ,୬ା୧: ପୋଲିସ ଉପରେ ସମସ୍ତଙ୍କ ବିଶ୍ୱାସ ଥାଏ। କୌଣସି ଅପରାଧ ଘଟିଲେ ତାହାର ଉପଯୁକ୍ତ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ହେଲେ ପୋଲିସ ଠିକ୍‌ ଢଙ୍ଗରେ ତଦନ୍ତ ନ କରି ଅପରାଧ କରି ନ ଥିବା ଜଣେ ବ୍ୟକ୍ତିଙ୍କୁ ଅଭିଯୁକ୍ତ ସଜାଇ ଥିଲା। ଫଳରେ ବିନା ଅପରାଧରେ ଜଣେ ବ୍ୟକ୍ତିଙ୍କୁ ବିଚାରାଧୀନ କଏଦୀ ଭାବେ ୭ ବର୍ଷ ଜେଲ ଭୋଗିବାକୁ ପଡିଛି। ସେ ଜାମିନ ପାଇ ଏବେ ଘରେ ଅଛନ୍ତି। ଜେଲରେ ରହିଥିବା ବ୍ୟକ୍ତି ଜଣକ ଘଟଣାକୁ ନେଇ ମାନବ ଅଧିକାର କର୍ମୀଙ୍କୁ ଜଣାଇଥିଲେ। କର୍ମୀ ଜଣକ ଏ ନେଇ ଜାତୀୟ ମାନବ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ଙ୍କ ଦ୍ୱାରସ୍ଥ ହୋଇଥିଲେ। କମିଶନଙ୍କ ପକ୍ଷରୁ ଘଟଣାର ବିଚାର କରାଯାଇ ତଦନ୍ତରେ ଖିଲାପ କରିଥିବା ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ପାଟକୁରା ଥାନାରେ। ପାଟକୁରା ପୋଲିସ ୨୦୧୩ ମସିହାର ଏକ ମୃତ୍ୟୁ ମାମଲାର ଠିକ୍‌ ତଦନ୍ତ କରି ନ ଥିଲା। ସ୍ତ୍ରୀ ବଞ୍ଚତ୍ଥିଲେ ମଧ୍ୟ ମୃତ୍ୟୁ ଅଭିଯୋଗରେ ସ୍ବାମୀଙ୍କୁ ଜେଲରେ ଭର୍ତ୍ତି କରିଥିଲେ। ଏପରି ଏକ ଘଟଣାକୁ ମାନବ ଅଧିକାର କର୍ମୀ ତଥା ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ (୧୧୭୯/୨୨) ପରେ ଆଇନ ବିଭାଗ କଠୋର ହୋଇଛି। ଓଡ଼ିଶା ଡିଜିପି ଓ ମୁଖ୍ୟ ଶାସନ ସଚିବଙ୍କୁ ଏ ନେଇ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ୨୦୨୨ ଡିସେମ୍ବର ୩୦ରେ ଏନ୍‌ଏଚ୍‌ଆର୍‌ସି ଡେପୁଟି ରେଜିଷ୍ଟ୍ରାର ମୁକେଶ ନିର୍ଦ୍ଦେଶ ଦେଇଛନ୍ତି।
ଆଇନଜୀବୀ ରାଧାକାନ୍ତଙ୍କ ସୂଚନା ଅନୁଯାୟୀ, ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଥାନା ସମାଗୋଳ ଗ୍ରାମର ପ୍ରହଲ୍ଲାଦ ମହାରଣା ୨୦୧୩ ମେ ୧୪ରେ ପାଟକୁରା ଥାନାରେ ଏକ ଅଭିଯୋଗ ପତ୍ର ଦେଇଥିଲେ। ଏଥିରେ ସେ ଦର୍ଶାଇଥିଲେ ଯେ, ତାଙ୍କ ଝିଅ ମିଲି ପାଟକୁରା ଥାନା ଅଞ୍ଚଳର ଚାଉଳିଆ ଗଁାର ଅଭୟ ସୂତାରଙ୍କୁ ବିବାହ କରିଥିଲେ। ଫେବୃୟାରୀ ୨୨ରେ ମିଲି ତାଙ୍କ ବାପା ପ୍ରହଲ୍ଲାଦଙ୍କୁ ଶାଶୁଘର ପକ୍ଷରୁ ଯୌତୁକ ନିର୍ଯାତନା ଦିଆଯାଉଥିବା ନେଇ ସୂଚନା ଦେବା ପରଦିନ ନିଖୋଜ ହୋଇଯାଇଥିଲେ। ଦ୍ୱିତୀୟ ବିବାହ ଉଦ୍ଦେଶ୍ୟରେ ଝିଅକୁ ସ୍ବାମୀ ଅଭୟ ମାରି ଦେଇଥିବା ନେଇ ସେ ଅଭିଯୋଗ କରିଥିଲେ। ଏହି ମାମଲାରେ ଅଭୟଙ୍କୁ ପାଟକୁରା ପୋଲିସ ଆଇପିସି ଦଫା ୪୯୮ (କ), ୪୯୪, ୩୦୨, ୩୦୪ (ଖ), ୩୪ ଓ ଡାଉରି ପ୍ରୋଟେକ୍ସନ ଆକ୍ଟ ୪ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମିଲିଙ୍କୁ ଅଭୟ ମାରି ନ ଥିବା ସେ ସମୟରେ ପୋଲିସକୁ ଜଣାଇଥିଲେ ମଧ୍ୟ ଏ ନେଇ କିଛି ସୁଫଳ ମିଳି ନ ଥିଲା। ତେବେ ଚାର୍ଜଶିଟ ସମୟରେ ଆଇପିସିର ଦଫା ୩୦୨ ଓ ୩୦୪କୁ ଉଠାଇ ଦେଇଥିଲେ। ଏହି ମାମଲା ପାଇଁ ଅଭୟଙ୍କୁ ୭ ବର୍ଷ ବିଚାରାଧୀନ କଏଦୀ ଜୀବନ ବିତାଇବାକୁ ପଡିଛି। ଅପରପକ୍ଷରେ ୨୦୨୦ ଫେବୃୟାରୀରେ ମିଲିଙ୍କୁ ପାଟକୁରା ଥାନା ଅଧିକାରୀ ସୁଜିତ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍‌ ପୁରୀ ଜିଲା ପିପିଲିରୁ ଉଦ୍ଧାର କରିଥିଲା। ମିଲି ପୂର୍ବତନ ପ୍ରେମିକ ସହ ମହାରାଷ୍ଟ୍ରକୁ ୭ବର୍ଷ ଧରି ପଳାଇ ଯାଇଥିବା ଥାନା ଅଧିକାରୀଙ୍କୁ କହିଥିଲେ। ଏଥିସହ ଅଭୟଙ୍କ ଘରେ ଯୌତୁକ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ରେକର୍ଡ କରାଇଥିଲେ। ଏହି ଘଟଣାରେ ଅଭୟଙ୍କୁ ୭ ବର୍ଷ ସ୍ବାଧୀନ ଭାବେ ବଞ୍ଚତ୍ବା ଅଧିକାର ଛଡାଇ ନିଆଯାଇଥିବା ଓ ୩ ଲକ୍ଷ ଟଙ୍କା କ୍ଷତିପୂରଣ ନେଇ ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ ହୋଇଥିଲା। ଏହାକୁ ଶୁଣାଣି କରି ସମ୍ପୃକ୍ତ ତଦନ୍ତକାରୀ ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଥିବା ଆଇନଜୀବୀ ତ୍ରିପାଠୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri