Categories: ଜାତୀୟ

ରାଷ୍ଟ୍ରୀୟ କବି ମୈଥିଲିଶରଣଙ୍କ ନାତୁଣି ହେଲେ ସବୁଠାରୁ କମ୍ ବୟସର ଲେଖିକା

ନୂଆଦିଲ୍ଲୀ,୧୪ ।୧୧: ରାଷ୍ଟ୍ରକବି ମୈଥିଲିଶରଣ ଗୁପ୍ତାଙ୍କ ୭ ବର୍ଷର ନାତୁଣି ଅଭିଜିତା ଗୁପ୍ତା ଏବେ ସବୁଠାରୁ କମ୍ ବୟସର ଲେଖିକା ପାଲଟି ଯାଇଛନ୍ତି । ମାତ୍ର ୭ ବର୍ଷ ବୟସରେ ଅଭିଜିତା ପୁସ୍ତକ ରଚନା କରି ରେକର୍ଡ କରିଛନ୍ତି । ତାଙ୍କ ପୁସ୍ତକର ନାମ ରହିଛି ‘ହାପିନେସ୍ ଅଲ୍ ଆରାଉଣ୍ଡ’ । ଏବେସୁଦ୍ଧା ଅଭିଜିତାଙ୍କ ନାମ ଏସିଆ ବୁକ୍ ଅଫ୍ ରେକର୍ଡସ୍ ଓ ଇଣ୍ଟର ନ୍ୟାଶନାଲ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇ ସାରିଛି । ମାତ୍ର ୩ ମାସ ମଧ୍ୟରେ ସେ ଏହି ପୁସ୍ତକ ଲେଖିଥିବା ବେଳେ ତାଙ୍କର ଉନ୍ନତ କଳ୍ପନା ଏଥିରେ ସ୍ପଷ୍ଟ ବାରି ହୋଇପଡିଛି । ଅଭିଜିତାଙ୍କ ପିତା ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ହୋଇଥିବା ବେଳେ ମାତା ଜଣେ ଇଞ୍ଜିନିୟର । ମାତ୍ର ୫ ବର୍ଷ ବୟସରୁ ସେ ଲେଖାଲେଖି ଆରମ୍ଭ କରିଥିବା ବେଳେ ଏବେ ସେ ଦ୍ୱିତୀୟ ଶ୍ରେଶୀରେ ଅଧ୍ୟୟନ କରୁଛନ୍ତି । ବର୍ତ୍ତମାନ ସେ ଗାଜିଆବାଦରେ ରହୁଛନ୍ତି ।

Share