Categories: ଜାତୀୟ

୭ ହଜାର ଛାତ୍ରୀଛାତ୍ର କଲେ ମାନବ ତ୍ରିରଙ୍ଗା…

ଚଣ୍ଡିଗଡ଼, ୧୩।୮ : ଦେଶ ସ୍ବାଧୀନତାର ୭୫ ବର୍ଷ ପାଳନ କରୁଛି। ଏନେଇ ଚଣ୍ଡିଗଡ଼ରେ ୭ ହଜାର ଛାତ୍ରୀଛାତ୍ର ଏବ ବିଶାଳ ମାନବ ତ୍ରିରଙ୍ଗା କରି ବିଶ୍ୱ ରେକର୍ଡ କରିଛନ୍ତି। ଏହା ସହିତ ସ୍ଥାନୀୟ କ୍ରିକେଟ ଷ୍ଟାଡ଼ିୟମରେ ମାନବ ଶୃଙ୍ଖଳ ସହିତ ତ୍ରିରଙ୍ଗା ଉତ୍ତୋଳନ କରାଯାଇଛି। ସେକ୍ଟର-୧୬ ସ୍ଥିତ କ୍ରିକେଟ ଷ୍ଟାଡ଼ିୟମରେ ଛାତ୍ରୀଛାତ୍ରମାନେ ଏଭଳି କରିଛନ୍ତି।

କେନ୍ଦ୍ରୀୟ ମନ୍ତ୍ରୀ ମିନାକ୍ଷୀ ଲେଖି, ଚଣ୍ଡିଗଡ଼ ରାଜ୍ୟପାଳ ବନଓ୍ବାରିଲାଲ୍‌ ପୁରୋହିତ ଅଲମ୍ପିକ ପଦକ ବିଜେତା କୁସ୍ତି ଯୋଦ୍ଧା ଯୋଗୋଶ୍ୱର ଦତ୍ତ ଏହି ଅବସରରେ ଉପସ୍ଥିତ ଥିଲେ। ଏନଆଇଡ଼ି ଫାଉଣ୍ଡେଶନ ଏବଂ ଚଣ୍ଡିଗଡ଼ ବିଶ୍ୱ ବିଦ୍ୟାଳୟ ଦ୍ୱାରା ଏହି ଧ୍ୱଜାରୋହଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡ ଟିମଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡର ଅଧିକାରୀ ସ୍ବପ୍ନିଳ ଡାଙ୍ଗରିକର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ପୂର୍ବର ରେକର୍ଡ ୨୦୧୭ରେ ୟୁଏଇରେ ୪୧୩୦ ଲୋକ ଏକତ୍ରିତ ହୋଇ ମାନବ ରାଷ୍ଟ୍ରୀୟ ଧ୍ୱଜ ପ୍ରସ୍ତୁତ କରିଥିଲେ।

Share