ଚିତ୍ରକୋଣ୍ଡା ଦୈନିକ ବଜାରର ୭ ଦୋକାନ ସିଲ୍‌

ଚିତ୍ରକୋଣ୍ଡା,୨୦।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଦୈନିକ ବଜାରରେ ଥିବା ୭ଟି ଦୋକାନ ଉପରେ ସୋମବାର ଚଢ଼ାଉ କରାଯାଇ ସିଲ୍‌ କରାଯାଇଛି। ତହସିଲଦାର ଟି. ପଦ୍ମନାଭ ଦୋରାଙ୍କ ନେତୃତ୍ୱରେ ଅତିରିକ୍ତ ତହସିଲଦାର ଚନ୍ଦ୍ରମଣି ସ୍ବାଇଁ ଓ ଏକ ତହସିଲ ଟିମ୍‌ ବଜାରରେ କରୋନା କଟକଣା ପାଳନ ହେଉଛିକି ନାହିଁ ଅଚାନକ ପରିଦର୍ଶନରେ ଆସିଥିଲେ। ଏହି ସମୟରେ କୋଭିଡ୍‌ ନିୟମ ମାନୁ ନ ଥିବା ୨ଟି ମୋବାଇଲ୍‌ ଦୋକାନ, ୨ କମ୍ପ୍ୟୁଟର ଦୋକାନ, ୧ ରାସନ, ସାର ଓ ପାନ ଦୋକାନରେ ଚଢ଼ାଉକରି ସିଲ୍‌ କରିଦେଇଛନ୍ତି। ଏଥିସହ ମାସ୍କ ପିନ୍ଧି ନ ଥିବା ଅମାନିଆଙ୍କଠାରୁ ୫ ହଜାର ୪ ଶହ ଟଙ୍କା ଜରିମାନା ଆଦାୟ କରିଛନ୍ତି।