୭ ମହିଳାଙ୍କ ସମେତ ୧୯ ଗିରଫ

ବ୍ରହ୍ମଗିରି,୧୩।୧୦(ଡି.ଏନ୍‌.ଏ.): ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଡିମିରିସେଣା ଡିହ ଭୋଇସାହିରେ ରବିବାର ପାଣି ପାଇପ ସଂଯୋଗକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ପୋଲିସ ଦୁଇଟି ମାମଲା(ନଂ.୧୬୭, ୧୬୮/୨୦) ରୁଜୁ କରିଥିବାବେଳେ ୭ ମହିଳା ଓ ୧୨ ଜଣ ପୁରୁଷଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି।
ସୂଚନା ଅନୁଯାୟୀ, ଡିହ ଭୋଇସାହିରେ ନିରଞ୍ଜନ ଭୋଇ ଓରଫ ନୀଳା ଓ ମହେନ୍ଦ୍ର ଭୋଇଙ୍କ ପରିବାର ମଧ୍ୟରେ ଏକ ଜାଗାକୁ ନେଇ ପୂର୍ବରୁ ବିବାଦ ରହିଥିଲା। ରବିବାର ସକାଳୁ ମହେନ୍ଦ୍ର ଘରକୁ ପାଣି ସଂଯୋଗ କରିବାକୁ ଗାତ ଖୋଳୁଥିବା ବେଳେ ଦୁଇ ପରିବାରର ମହିଳାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ବଚସା ବଢ଼ିବାରୁ ପୁରୁଷମାନେ ଏଥିରେ ସାମିଲ ହୋଇ ଖଣ୍ଡା, ଭୁଜାଲି, କୁରାଢ଼ି ଓ ତେଣ୍ଟା ଧରି ଆକ୍ରମଣ କରିଥିଲେ। ଏଥିରେ ଉଭୟ ପରିବାରର ସୁରେନ୍ଦ୍ର ଓ କାଳୁଙ୍କ ମୃତ୍ୟୁ ହେବା ସହ ୧୪ଜଣ ଗୁରୁତର ହୋଇଥିଲେ। ଖବରପାଇ ପୋଲିସ ଓ ପୁରୀ ଏସପି ଅଖିଳେଶ୍ୱର ସିଂ ଘଟଣାସ୍ଥଳରେ ପହଞ୍ଚତ୍ ସଂଘର୍ଷରେ ବ୍ୟବହୃତ ମାରଣାସ୍ତ୍ରକୁ ଜବତ କରିଥିଲେ। ଉଭୟ ପକ୍ଷର ଅଭିଯୋଗକ୍ରମେ ୨ଟି ମାମଲା ରୁଜୁ କରି ୧୯ଜଣଙ୍କୁ ଗିରଫ କରାଯାଇଥିଲା। ଏବେ ଉକ୍ତ ଗୋଷ୍ଠୀର ସମସ୍ତ ସଦସ୍ୟ ଜେଲ ଓ ସ୍ବାସ୍ଥ୍ୟ କେନ୍ଦ୍ରରେ ରହିଥିବା ଯୋଗୁ ସାହିଟି ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇପଡ଼ିଛି।

 

୨ ପୁତୁରାଙ୍କୁ ହରାଇ କାନ୍ଦୁଛନ୍ତି ଲତା, ନାବନା

ନିଜ ଜିଦ୍‌ ପାଇଁ ମଣିଷ କିପରି ହିଂସ୍ର ହୋଇ ଉଠେ ଏବଂ ନିଜ ସମ୍ପର୍କୀୟଙ୍କ ଜୀବନ ନେଇଯାଏ, ତାହାର ନିଚ୍ଛକ ଚିତ୍ର ଡିହ ଭୋଇସାହିରେ ଦେଖିବାକୁ ମିଳିଛି। ସାମାନ୍ୟ ପାଣି ସଂଯୋଗକୁ ନେଇ ହୋଇଥିବା ରକ୍ତ ସଂଘର୍ଷରେ ଦୁଇ ପରିବାରର ୨ଜଣ ଭେଣ୍ଡିଆ ପୁଅଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ ପରିବାର କେତେଜଣ ସଦସ୍ୟ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବାବେଳେ ଆଉ କେତେଜଣଙ୍କୁ ପୋଲିସ ବାନ୍ଧି ନେଇଯାଇଛି। ଫଳରେ ଏହି ଘଟଣାଠାରୁ ଦୂରରେ ଥିବା ୨ପରିବାରର ଲତା ଭୋଇ (୭୫) ଓ ନାବନା ବେୱା (୯୦) ନିଜର ୨ ପୁତୁରାଙ୍କୁ ହରାଇ ଗୁମୁରି କାନ୍ଦୁଛନ୍ତି। ଲତା ହେଉଛନ୍ତି ମହେନ୍ଦ୍ରଙ୍କ ପରିବାରର। ସଂଘର୍ଷରେ ତାଙ୍କର ପୁତୁରା ସୁରେନ୍ଦ୍ରଙ୍କ ମୃତ୍ୟୁ ହୋଇଛି। ସୁରେନ୍ଦ୍ରଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ, ପୁଅକୁ ପୋଲିସ ଗିରଫ କରିଛି। ପାଖରେ ରହିଛି କେବଳ ୭ ବର୍ଷର ନାତୁଣୀ ପ୍ରଭାତି ା ଘରେ ଅନ୍ୟ କେହି ନ ଥିବାରୁ ନାତୁଣୀଙ୍କୁ ଧରି ପିଲାଙ୍କ କଥା ଭାବି କେବଳ ବାହୁନି କାନ୍ଦୁଛନ୍ତି। ସେହିପରି ନୀଳାଙ୍କ ପରିବାରର କାଳୁ ଭୋଇଙ୍କ ମୃତ୍ୟୁ ପରେ ସମସ୍ତ ସଦସ୍ୟଙ୍କୁ ପୋଲିସ ଗିରଫ କରିନେଇଛି। ଘରେ ଜଗି ରହିଛନ୍ତି ପକ୍ଷାଘାତରେ ପୀଡ଼ିତ ଥିବା ନାବନା। ନିଜର ଏକ ପୁତୁରା ମରିଯାଇଥିଲେ ମଧ୍ୟ ସେ ଘଟଣା ସମ୍ପର୍କରେ କିଛି ଜାଣି ପାରି ନାହାନ୍ତି। ଉଠିବାର ସାମର୍ଥ୍ୟ ନ ଥିବା ସମୟରେ ଘରେ କୌଣସି ସଦସ୍ୟ ନ ଥିବାରୁ ଭୋକ ଉପାସରେ ଆଉଟ ପାଉଟ ହେଉଛନ୍ତି। ପରିବାରର କାହାକୁ ନ ପାଇ କେବଳ ଗୁମୁରି କାନ୍ଦୁଥିବା ଦୃଶ୍ୟ ହୃଦୟ ବିଦାରକ ହୋଇପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?