ବନ୍ୟାରେ ୭ ପଞ୍ଚାୟତ ପ୍ରଭାବିତ: ୩ ଦିନ ରନ୍ଧାଖାଦ୍ୟ ଯୋଗାଇବାକୁ ବିଧାୟକଙ୍କ ପରାମର୍ଶ

ନିଶ୍ଚିନ୍ତକୋଇଲି,୧୮ା୮(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ସମ୍ମିଳନୀ କକ୍ଷରେ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଗୁରୁବାର ବନ୍ୟା ସମ୍ପର୍କିତ ସମୀକ୍ଷା ବୈଠକ କରିଥିଲେ। ଏହି ବୈଠକରେ ବିଡିଓ, ଏବିଡିଓ, ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀ ଯୋଗ ଦେଇଥିଲେ। ୩ ଦିନ ରନ୍ଧାଖାଦ୍ୟ ଦେବା ପାଇଁ ବିଧାୟକ ପରାମର୍ଶ ଦେଇଥିଲେ। ଏହି ବ୍ଲକରେ ୭ଟି ପଞ୍ଚାୟତର ୧୨ଟି ଗ୍ରାମର ଲୋକେ ୧୨୩୪ ଜଣ ପ୍ରଭାବିତ ହୋଇଛନ୍ତି। ୭୮୩ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି। ଗୃହପାଳିତ ପଶୁମାନଙ୍କୁ ତୁରନ୍ତ ଖାଦ୍ୟ ଯୋଗାଇ ଦେବାକୁ ବିଧାୟକ ପରାମର୍ଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ରମେଶ ଚନ୍ଦ୍ର ସ୍ବାଇଁ,ବ୍ଲକ ଅଧ୍ୟକ୍ଷ ରୋଜି ସେଠୀ, ଗିରିଶ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।