୭ ଟ୍ରମା କେୟାର ଫାସିଲିଟି କାମ ଶୀଘ୍ର ସାରିବାକୁ ନିର୍ଦ୍ଦେଶ

ଯାଜପୁର ଅଫିସ,୨୪ା୧୦: ରାଜ୍ୟରେ ପ୍ରତିବର୍ଷ ୧୦ ହଜାରରୁ ଊର୍ଦ୍ଧ୍ୱ ଦୁର୍ଘଟଣା ଘଟୁଛି। ମୃତ୍ୟୁହାର ୪୮%, ଯାହାକି ସାରା ଭାରତ ବର୍ଷରେ ସର୍ବାଧିକ ବୋଲି ରିପୋର୍ଟରେ ଦର୍ଶାଯାଇଛି। ତେଣୁ ସଡ଼କ ସୁରକ୍ଷା ସୁପ୍ରିମକୋର୍ଟ କମିଟି ଏହି ମୃତ୍ୟୁହାରକୁ ୧୦%କୁ କମାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ରାଜ୍ୟ ପରିବହନ ପ୍ରାଧିକରଣ, ଜାତୀୟ ରାଜପଥ ପ୍ରାଧିକରଣ, ରୋଡ ଇଞ୍ଜିନିୟରିଂ ଡିପାର୍ଟମେଣ୍ଟ, ଏନଫୋର୍ସ ଏଜେନ୍ସି, ପୋଲିସ, ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗକୁ ଦାୟିତ୍ୱ ଦିଆଯାଇଛି। ପ୍ରତି ଜିଲାରେ କିମ୍ବା ୫୦ କିମି ଦୂରତା ମଧ୍ୟରେ ଏକ ଟ୍ରମା କେୟାର ଫାସିଲିଟି (ଟିସିଏଫ୍‌) ପ୍ରତିଷ୍ଠା କରିବାକୁ କମିଟି ଗୁରୁତ୍ୱାରୋପ କରିଛି। ଏହି କ୍ରମରେ ରାଜ୍ୟରେ ନିର୍ମାଣାଧୀନ ୭ ଟିସିଏଫ୍‌ ଯେତେ ଶୀଘ୍ର କାର୍ଯ୍ୟକ୍ଷମ ହେବ, ସେହି ଅନୁପାତରେ ମୃତକଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଶା କରାଯାଇଛି। ତେଣୁ ନିର୍ମାଣାଧୀନ ଉକ୍ତ ପ୍ରକଳ୍ପଗୁଡିକୁ ଶୀଘ୍ର ସାରିବାକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଟ୍ରମା କେୟାର ସମୀକ୍ଷା ବୈଠକରେ ପରାମର୍ଶ ଦିଆଯାଇଛି।
ଓଡ଼ିଶାର ସିଆଇଡି ଓ କ୍ରାଇମବ୍ରାଞ୍ଚର ରିପୋର୍ଟ ଅନୁଯାୟୀ ରାଜ୍ୟରେ ୨୦୨୨ ଜାନୁୟାରୀରୁ ଜୁନ ମଧ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁହାର ଗତବର୍ଷ ଅପେକ୍ଷା ୧୧% ବୃଦ୍ଧି ଘଟିଛି। ରିପୋର୍ଟ ଅନୁସାରେ ୨୦୨୦ ଅପେକ୍ଷା ୨୦୨୧ରେ ଦୁର୍ଘଟଣା ଜନିତ ମୃତ୍ୟୁ ହାର ୭.୨୪% ବୃଦ୍ଧି ପାଇଥିଲା। ୨୦୨୦ରେ ମୋଟ ୯୮୧୭ଟି ଦୁର୍ଘଟଣାରୁ ୪୭୩୮ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ୨୦୨୧ରେ ମୃତ୍ୟୁ ସଂଖ୍ୟା ୫୦୮୧ରେ ପହଞ୍ଚିଥିଲା। ଏଥିରୁ ବିଭିନ୍ନ ସମୟରେ ରାଜ୍ୟ ସଡ଼କ ସୁରକ୍ଷା ପରିଷଦ ବୈଠକର ନିଷ୍ପତ୍ତିଗୁଡିକୁ ଉପଯୁକ୍ତ ଭାବେ ପାଳନ କରାଯାଉ ନ ଥିବା ସ୍ପଷ୍ଟ ମନେହେଉଛି। ଏହାକୁ ନେଇ ବାଣିଜ୍ୟ ଓ ପରିବହନ (ସି ଆଣ୍ଡ ଟି) ବିଭାଗ ପକ୍ଷରୁ ଦୁର୍ଘଟଣା ହ୍ରାସ କରିବାକୁ ବୈଷୟିକ, ଚଢାଉ, ଶିକ୍ଷା ଏବଂ ଟ୍ରମା କେୟାର ଫାସିଲିଟିରେ ଜରୁରିକାଳୀନ ଚିକିତ୍ସା ସେବା ଆଦି ତ୍ରୁଟି ଉପରେ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାବାଦ୍‌ ନିର୍ମାଣାଧୀନ ଏକାଧିକ ରାସ୍ତା କାମରେ ବିଳମ୍ବ, ଅତି ଖରାପ ରାସ୍ତା ଏବଂ ନୈରାଶ୍ୟଜନକ ରାସ୍ତା ମରାମତି ଦୁର୍ଘଟଣାଜନିତ ମୃତ୍ୟୁ ବୃଦ୍ଧିର କାରଣ ବୋଲି ପରିଷଦ ପକ୍ଷରୁ ମତପ୍ରକାଶ ପାଇଛି। ଏହି କ୍ରମରେ ନିର୍ମାଣାଧୀନ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଖରାପ ଅବସ୍ଥା ଥିବା ରାସ୍ତା ତୁରନ୍ତ ମରାମତି କରିବାକୁ ଭାରତ ସରକାରଙ୍କ ଜାତୀୟ ରାଜପଥ କର୍ତ୍ତୃପକ୍ଷ(ଏନ୍‌ଏଚ୍‌ଏଆଇ)ର ସିଜିଏମ୍‌ଙ୍କୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ୧୬ା୯ା୨୦୨୨ ପରିଷଦ ବୈଠକର ଉପରୋକ୍ତ ନିଷ୍ପତ୍ତିଗୁଡିକୁ କାର୍ଯ୍ୟକାରୀ କରିବାକୁ ସି ଆଣ୍ଡ ଟି ବିଭାଗର ଯୁଗ୍ମ ସଚିବ କିଶୋର ଚନ୍ଦ୍ର ଦାସ ୨୭ା୯ା୨୦୨୨ରେ କଟକ ପରିବହନ ସଚିବଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ତେବେ ଏହିସବୁ ନିଷ୍ପତ୍ତି କାର୍ଯ୍ୟକାରିତା ଉପରେ ବିଭାଗୀୟ କାର୍ଯ୍ୟଦକ୍ଷତା ଏବଂ ସ୍ବଚ୍ଛତା ନିର୍ଭର କରିବ ବୋଲି ମତପ୍ରକାଶ ପାଇଛି। ଦୁର୍ଘଟଣାଜନିତ ଗୁରୁତର ଆହତମାନଙ୍କୁ ଠିକ ସମୟରେ ଟ୍ରମା କେୟାରରେ ଚିକିତ୍ସା କରାଗଲେ ଭଲ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ। କିନ୍ତୁ ରାଜ୍ୟରେ ବର୍ତ୍ତମାନ ମାତ୍ର ୪୪ଟି ଟ୍ରମା କେୟାର ସେଣ୍ଟର ରହିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷେ ରାଜଧାନୀ ହସ୍ପିଟାଲରେ ଏଲ ଆଣ୍ଡ ଟି ପକ୍ଷରୁ ଗୃହ ନିର୍ମାଣ ହେଉଥିବାବେଳେ ଯାଜପୁର ଜିଲା ପାଣିକୋଇଲିଠାରେ ନିର୍ମାଣାଧୀନ ଗୃହ କାମ ୫୦% ସରିଛି। ନୂଆପଡ଼ାରେ ଏଯାଏ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନ ଥିବା ବେଳେ ରାୟଗଡ଼ାର ନିର୍ମାଣ କାମ ନିମିଟାଲ ପର୍ଯ୍ୟନ୍ତ ହୋଇଛି। ଏହାସହ ନୂତନ ମେଡିକାଲ କଲେଜରେ ୨୫ଟି ଲେଖାଏ ଟ୍ରମା କେୟାର ବେଡ ସୁବିଧା କରାଯିବ। କଟକ ମେଡିକାଲ କଲେଜ ଏବଂ ଏମ୍ସରେ ମଧ୍ୟ ଟ୍ରମା କେୟାର ୟୁନିଟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ହୋଇଛି। ହେଲେ ଯେଉଁସବୁ ନିଷ୍ପତ୍ତି ଗ୍ରହଣ କରାଯାଉଛି, ସେସବୁର କାମ ମନ୍ଥର ଗତିରେ ଚାଲିଥିବାରୁ ରାଜ୍ୟରେ ଦୁର୍ଘଟଣା ସଂଖ୍ୟା ହ୍ରାସ ଲକ୍ଷ୍ୟ ପରାହତ ହେଉଛି ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri