Categories: ଜାତୀୟ

୭ ଜଣଙ୍କ ହତ୍ୟାକାରୀଙ୍କୁ ମୃତ୍ୟୁଦଣ୍ଡାଦେଶ

ଗାଜିଆବାଦ,୩ା୮: ୨୦୧୩ରେ ଜଣେ ବ୍ୟବସାୟୀ ଓ ତାଙ୍କ ପରିବାରର ୬ ଜଣ ସଦସ୍ୟଙ୍କୁ ହତ୍ୟା କରିଥିବା ଡ୍ରାଇଭର ରାହୁଲ ବର୍ମାଙ୍କୁ ସୋମବାର ଗାଜିଆବାଦର ଏକ କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ବ୍ୟବସାୟୀ ସତୀଶ ଚନ୍ଦ୍ର ଗୋଏଲ୍‌ ଓ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା ମାମଲାରେ ଅତିରିକ୍ତ ସେସନ୍ସ ଜଜ୍‌ ନିର୍ମଳ ଚନ୍ଦ୍ର ସେମଓ୍ବାଲ ଦୋଷୀସାବ୍ୟସ୍ତ କରିଥିଲେ। ୨୦୧୩ ମେ’ ୨୨ରେ ବ୍ୟବସାୟୀଙ୍କ ପରିବାରର ୩ ପିଢ଼ିଙ୍କୁ ହତ୍ୟା କରାଯାଇଥିଲା ବୋଲି ବିଚାରପତି କହିଛନ୍ତି। ସରକାରୀ ଓକିଲ ରାଜେଶ ଚନ୍ଦ୍ର ଶର୍ମାଙ୍କ କହିବା ଅନୁଯାୟୀ ବ୍ୟବସାୟୀ ଗୋଏଲଙ୍କ ଘରୁ ୪.୫ ଲକ୍ଷ ଟଙ୍କା ଗାଏବ ହେବା ପରେ ଡ୍ରାଇଭର ବର୍ମାଙ୍କୁ ସେ ଚାକିରିରୁ ବାହାର କରିଦେଇଥିଲେ। ଏହାର ୧୫ ଦିନ ପରେ ହତ୍ୟାକାଣ୍ଡ ଘଟିଥିଲା।

Share