୫ ବର୍ଷରେ ଗଲାଣି ୭ ଜୀବନ

ବେଗୁନିଆ,୨।୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଓ ବ୍ଲକ ଅଞ୍ଚଳର ବେଆଇନ ଭାବେ ବାଣ ପ୍ରସ୍ତୁତ କରାଯାଉଛି। ପ୍ରସ୍ତୁତକାରୀ ଏବଂ ବ୍ୟବସାୟୀଙ୍କ ଉପରେ କଟକଣା ନ ଥିବାରୁ ଗତ ୫ବର୍ଷରେ ୭ଜଣଙ୍କ ଜୀବନ ଯାଇଥିବା ବେଳେ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ସର୍ବାଧିକ ପିଲାମାନେ ରହିଛନ୍ତି। ଅନେକ ସମୟରେ ବାଣ ଅଘଟଣକୁ ପ୍ରଘଟ କରା ନ ଯାଇ ଚପାଇ ଦିଆଯାଇଛି। ବାରମ୍ବାର ଏଭଳି ଅଘଟଣ ଘଟୁଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ କିମ୍ବା ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ସୂଚନାଥାଉ କି, ବେଗୁନିଆ ବ୍ଲକ ସିକୋ ଗ୍ରାମସ୍ଥିତ କୁମ୍ଭାରସାହିରେ ୨୦୧୭ ଅଗଷ୍ଟରେ ବାଣ ବିସ୍ଫୋରଣ ହୋଇଥିଲା। ଏଥିରେ ଗାଟିଏ ପରିବାରର ମା, ୩ ଝିଅ ଓ ପଡୋଶୀ ଘରର ଜଣେ ମହିଳାଙ୍କ ସମେତ ୫ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକମାନଙ୍କୁ ଜେସିବି ମାଧ୍ୟମରେ ମାଟି ତଳୁ ବାହାର କରାଯାଇଥିଲା। ଏଥିସହ ୪ଜଣ ଆହତ ହୋଇଥିଲେ। ସେହିପରି ୨୦୧୪ ଓ ୨୦୧୬ ମସିହାରେ ପୃଥକ ବାଣ ବିସ୍ଫୋରଣ ଘଟି ୨ଜଣଙ୍କ ମୃତ୍ୟୁ ହୋଇଥିଲା। ଅନେକ ସମୟରେ ବିଭିନ୍ନ ସଭା ସମିତି ଓ ଶୋଭାଯାତ୍ରା ବେଳେ ଫୁଟି ନ ଥିବା ବାଣକୁ ଛାଡି ଦିଆଯାଉଛି। ଉକ୍ତ ବାଣକୁ ପିଲାମାନେ ସଂଗ୍ରହ କରି ଅଗ୍ନି ସଂଯୋଗ କରୁଛନ୍ତି। ଫଳରେ ବିସ୍ଫୋରଣ ଘଟି ପିଲାମାନେ ଆହତ ହେଉଛନ୍ତି। ୨୦୨୦ରେ ସିମୋର ଗ୍ରାମର ଜଣେ ଛାତ୍ର ବାଣ ଫୁଟାଇ ଆହତ ହୋଇଥିଲେ। ୨୦୨୧ ନଭେମ୍ବରରେ ଏହି ଥାନା ମାଣିବନ୍ଧ ଗ୍ରାମର ୩ଜଣ ଶିଶୁ ଅଫୁଟା ବାଣ ଫୁଟାଇ ଅକର୍ମଣ୍ୟ ହୋଇଥିଲେ। ୨୦୨୧ ଡିସେମ୍ବର ୩୦ରେ ଗଁପୁର ଗ୍ରାମର ୪ଜଣ ନାବାଳକ ଅଫୁଟା ବାଣ ଫୁଟାଇ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ସେହିପରି ବାଣ ପ୍ରସ୍ତୁତ ସମୟରେ ବିସ୍ଫୋରଣ ଘଟି ୨୦୧୩ ମସିହାରେ ୮ଜଣ, ୨୦୧୫ରେ ୪ଜଣ, ୨୦୨୧ମସିହାରେ ୩ଜଣ ଗୁରୁତର ଆହତ ହୋଇଥିଲେ। ଏ ସମ୍ପର୍କରେ ବରିଷ୍ଠ ନାଗରିକ ଅକ୍ଷୟ କୁମାର ରଥ କହିଛନ୍ତି, ଲେଖନପୁର, ପଙ୍ଗାରସିଂହ, ସିକୋ, କଣ୍ଟାବାଡ ଆଦି ଗ୍ରାମରେ ଦୀର୍ଘ ବର୍ଷ ହେବ ବିନା ଲାଇସେନ୍ସରେ ବାଣ ପ୍ରସ୍ତୁତ ହେଉଛି ବୋଲି ବାଘମାରୀ, ଜଙ୍କିଆ ଓ ବେଗୁନିଆ ଥାନା ପକ୍ଷରୁ ରେକର୍ଡ କରାଯାଇଛି। ସର୍ବସାଧାରଣ ସ୍ଥାନରେ ଏହି ବାଣ ପ୍ରସ୍ତୁତ ହେଉଥିବାବେଳେ ବାରୁଦ ନିଅଁାରେ ବହୁ ଗୃହ ପୋଡି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା। ଏହା ପରେ ବି ପ୍ରଶାସନ ନୀରବ ରହୁଛି। ସେହିପରି ବୁଦ୍ଧିଜୀବୀ ଶିବ କୁମାର ମୁନି କହିଛନ୍ତି, ପ୍ରସ୍ତୁତକାରୀଙ୍କ ନିକଟରେ ଲାଇସେନ୍ସ ଓ ଅଗ୍ନି ନିର୍ବାପକ ଯନ୍ତ୍ର ରହିଛି କି ନାହିଁ ଯାଞ୍ଚ କରାଯାଉ। ଅଘଟଣରୁ ବର୍ତ୍ତିବା ପାଇଁ ସଚେତନତାର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

ଯୁଦ୍ଧରେ ପାକିସ୍ତାନର ଏଣ୍ଟ୍ରି? ପାକ୍‌ ସହ ହାତ ମିଳାଇଲା ଭାରତର ବନ୍ଧୁରାଷ୍ଟ୍ର, ବିଶ୍ୱରେ ଚହଳ…

ଇସଲାମବାଦ,୭।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଅଷ୍ଟମ ଦିନ। ଏପର୍ଯ୍ୟନ୍ତ ଆମେରିକା, ଇରାନ ଏବଂ ଇସ୍ରାଏଲ ହଜାର ହଜାର କ୍ଷେପଣାସ୍ତ୍ର ଏବଂ ବୋମା ବ୍ୟବହାର କରିସାରିଛନ୍ତି। ଏହାର ପ୍ରଭାବ…

ଯୁଦ୍ଧ ହେଲା, ମିଶାଇଲ ଗର୍ଜିଲା…, ହେଲେ ବଢିବା ପରିବର୍ତ୍ତେ କାହିଁକି କମିଲା ସୁନାର ଦାମ୍‌? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟ ଉଷ୍ମ ହେଉଛି। ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣ, ବିଶ୍ୱବ୍ୟାପୀ ବଜାରରେ ଭୟ ସୃଷ୍ଟି କରିଛି। ଇତିହାସ…

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

୩ୟ ବିଶ୍ୱଯୁଦ୍ଧ ଆରମ୍ଭ, ଯୁଦ୍ଧକୁ ଡେଇଁଲା ରୁଷିଆ!

ମସ୍କୋ,୭।୩: ଆମେରିକା-ଇସ୍ରାଏଲ ଯୁଦ୍ଧରେ ରୁଷିଆ ଇରାନକୁ ସହାୟତା କରୁଛି। ଦି ୱାଶିଂଟନ ପୋଷ୍ଟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ରୁଷିଆ ଇରାନକୁ ଆମେରିକୀୟ ସାମରିକ ଘାଟି…

ବିଜୟ ଦେବରକୋଣ୍ଡାଙ୍କ ପ୍ରେମ ଆଗରେ ହାରିଗଲେ ରୋନାଲ୍ଡୋ-ମେସି, ଫୁଟବଲ ଖେଳାଳିଙ୍କ ରେକର୍ଡ ଭାଙ୍ଗିଲେ ‘ବିରୋଶ’

ଚେନ୍ନାଇ,୭।୩: ୨୬ ଫେବୃଆରୀରେ ଉଦୟପୁରରେ ଅନୁଷ୍ଠିତ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହ ଏକ ବିରାଟ କାର୍ଯ୍ୟକ୍ରମଠାରୁ କମ ନଥିଲା। ସେମାନଙ୍କ ବିବାହ ପୂର୍ବ କାର୍ଯ୍ୟକ୍ରମଠାରୁ…

ଉପମୁଖ୍ୟମନ୍ତ୍ରୀ ଯାଉଥିବା ହେଲିକପ୍ଟରରୁ ବାହାରିଲା ଧୂଆଁ: ଆଉ ତା’ପରେ…

ଲକ୍ଷ୍ନୌ,୭।୩: ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ହେଲିକପ୍ଟରକୁ ଲକ୍ଷ୍ନୌ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। କୌଶାମ୍ବୀ ଅଭିମୁଖେ ଯାଉଥିବା ସମୟରେ ହେଲିକପ୍ଟରଟି ହଠାତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri