ଭୁବନେଶ୍ୱର,୨୪।୨ (ବ୍ୟୁରୋ): ୨୦୨୦ରେ ରାଜ୍ୟରେ ୭,୫୪,୬୩୧ ଜଣ କେନ୍ଦୁପତ୍ର ତୋଳାଳି ପଞ୍ଜୀକୃତ ହୋଇଛନ୍ତି। ୨୦୨୧ରେ ତୋଳାଳିଙ୍କୁ କେନ୍ଦୁପତ୍ର ମୂଲ୍ୟ ବାବଦକୁ ବନ୍ଧେଇ ପ୍ରତି କେରି ପିଛା ୧ଟଙ୍କା ୨୦ ପଇସା ଦିଆଯାଉଥିବା ବେଳେ ଫାଳ କେରି ପ୍ରତି ୨ ଟଙ୍କା ୪୦ ପଇସା ଦିଆଯାଉଛି। ୨୦୨୦-୨୧ରେ ରାଜ୍ୟର ୧୫ଟି ବନଖଣ୍ଡରୁ ୨ ଲକ୍ଷ ୪୫ ହଜାର ୯୫୦ କୁଇଣ୍ଟାଲ ଶାଳପତ୍ର ସଂଗ୍ରହ କରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ଶାଳପତ୍ରରେ ତିଆରି ସାମଗ୍ରୀ ଦେଶ ବିଦେଶରେ ତଥା ଅନ୍ୟ ରାଜ୍ୟରେ ବିକ୍ରି କରିବା ପାଇଁ ଗତ ୫ ବର୍ଷ ମଧ୍ୟରେ ୨୦୧୬-୧୭ ଠାରୁ ୨୦୨୦-୨୧ ମଧ୍ୟରେ ସମୁଦାୟ ୭,୦୭,୮୧୮ କୁଇଣ୍ଟାଲ ଶାଳପତ୍ର ଚାଲାଣ କରି ବଜାର ସୃଷ୍ଟି କରାଯାଇଛି। ମଙ୍ଗଳବାର ବିଧାନସଭା ପ୍ରଶ୍ନକାଳ ବେଳେ ବିଜେଡି ସଭ୍ୟ ଅଙ୍ଗଦ କଅଁରଙ୍କ ମୂଳ ପ୍ରଶ୍ନରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ସୂଚନା ଦେଇଛନ୍ତି। ମୂଳ ପ୍ରଶ୍ନକର୍ତ୍ତା କେଉଁ ଜିଲାରେ କେତେ କେନ୍ଦୁପତ୍ର ସଂଗ୍ରହ ହେଉଛି। ଏଥିରେ କେତେ ଜଣ ନିୟୋଜିତ ଅଛନ୍ତି ଓ ପଡିଘର ସଂଖ୍ୟା କେତେ ବୋଲି ପଚାରିଥିଲେ। ମନ୍ତ୍ରୀ କହିଥିଲେ, ରାଜ୍ୟର ୨୨ଟି ଜିଲାରେ କେନ୍ଦୁପତ୍ର ସଂଗ୍ରହ କରାଯାଉଛି। ଏଥିରେ ୮.୫ ଲକ୍ଷ ଲୋକ ନିୟୋଜିତ ଅଛନ୍ତି। ୧୮ ହଜାର ବନ୍ଧେଇ ଶ୍ରମିକ ଥିବା ବେଳେ ୧୮ ହଜାର ଋତୁକାଳୀନ ଶ୍ରମିକ ରହିଛନ୍ତି। ୧୦୭୮ଟି କେନ୍ଦ୍ରୀୟ ଗୋଦାମ ଗୃହ ରହିଛି। କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି ପଚାରିଲେ, କେନ୍ଦୁପତ୍ର ଉନ୍ନୟନ ପାଣ୍ଠି କେବେ ଗଠନ ହୋଇଥିଲା। ଏହା କେତେ ଥର ବସୁଛି। ତୋଳାଳିଙ୍କ ବିକାଶ ପାଇଁ କ’ଣ କରାଯାଇଛି। ମନ୍ତ୍ରୀ କହିଲେ, କେନ୍ଦୁପତ୍ର ବିକ୍ରିରୁ ଯେଉଁ ଅର୍ଥ ଆସୁଛି ତାହା ତୋଳାଳି ଓ ବନ୍ଧାଳିଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଯାଉଛି। ୨୦୧୫ରୁ ଏହି ବ୍ୟବସ୍ଥା ଲାଗୁ ହୋଇଛି। ଭିତ୍ତିଭୂମି ବିକାଶ ସହ ତୋଳାଳିଙ୍କୁ ବୋନସ, ପଢିବା ପାଇଁ ସୁବିଧା, ଝିଅ ବାହାଘର ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯାଉଛି। କେନ୍ଦୁପତ୍ର ଉନ୍ନୟନ ପାଣ୍ଠି ବୈଠକ ନିୟମିତ ବସୁଛି। ବିଜେଡି ସଭ୍ୟ ପ୍ରଦୀପ ଅମାତ, ରୋହିତ ପୂଜାରୀ, କିଶୋର ନାୟକ, ରମେଶ ସାଏ, ମହିଧର ରଣା ପ୍ରମୁଖ କେନ୍ଦୁପତ୍ର ତୋଳାଳିଙ୍କ ବିକାଶ ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି ସେ ନେଇ ପ୍ରଶ୍ନ କରିଥିଲେ ।
ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’
ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…
ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…
ଭୁବନେଶ୍ୱର,୨।୪: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…
ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….
ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…
ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର
ଭୁବନେଶ୍ବର,୨ା୪: ଖୁଵ୍ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…
ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ
ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…
ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା
ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍ପି ଅନନ୍ତ ନାୟକଙ୍କ ଅବକାରୀ…
ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା
ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…
ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….
ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…
Archives

