ଉଚ୍ଚ ସରକାରୀ ପଦରେ ଚାକିରି କରିଥିବା ୭ ଭାରତୀୟ କ୍ରିକେଟର୍‌

ନୂଆଦିଲ୍ଲୀ, ୬।୭- କ୍ରିକେଟ୍‌ ଭାରତରେ ଏକ ଲୋକପ୍ରିୟ ଖେଳ। ଶ୍ରେଷ୍ଠ ଖେଳାଳିଙ୍କୁ ଭାରତୀୟ ଯୁବପୀଢ଼ି ନିଜର ଆଦର୍ଶ ଭାବେ ଗ୍ରହଣ କରନ୍ତି। ଫିଲ୍ମ ଷ୍ଟାର୍‌ ଓ ରାଜନେତାଙ୍କ ପରି କ୍ରିକେଟର୍‌ମାନେ ମଧ୍ୟ ସାଧାରଣରେ ବହୁତ ଲୋକପ୍ରିୟ ହୋଇଥାନ୍ତି। ତେବେ ଅନେକ ହୁଏତ ଜାଣି ନ ଥିବେ ଯେ କିଛି ଲୋକପ୍ରିୟ କ୍ରିକେଟର୍‌ଙ୍କୁ ସରକାର ଉଚ୍ଚ ପଦ ପଦବୀରେ ଚାକିରି ପ୍ରଦାନ କରି ପୁରସ୍କୃତ କରିଛନ୍ତି। ଭାରତ ସରକାରଙ୍କ ଅଧିନରେ ବଡ଼ ପଦ ପଦବୀରେ ଚାକିରି କରିଥିବା କିଛି ଭାରତୀୟ କ୍ରିକେଟର୍‌ଙ୍କ ସମ୍ପର୍କରେ ସଂକ୍ଷେପରେ…।


କ୍ରିକେଟ୍‌ ଦଳର ସବୁଠାରୁ ସଫଳ ଅଧିନାୟକ ବିବେଚିତ ହୋଇଥିବା ମହେନ୍ଦ୍ର ସିଂ ଧୋନୀ ୧ ନଭେମ୍ବର ୨୦୧୧ରେ ଇଣ୍ଡିଆନ ଟେରିଟୋରିଆଲ୍‌ ଆର୍ମିରେ ଯୋଗ ଦେଇଥିଲେ। ତାଙ୍କୁ ଲ୍ୟୁଟ୍‌ନାଣ୍ଟ କଲୋନେଲ ର଼୍ୟାଙ୍କରେ ନିଯୁକ୍ତି ମିଳିଥିଲା। କପିଳ ଦେବଙ୍କ ପରେ ଦ୍ୱିତୀୟ ଭାରତୀୟ କ୍ରିକେଟର୍‌ ଭାବେ ଧୋନୀ ଏହି ସମ୍ମାନର ଅଧିକାରୀ ହୋଇଥିଲେ। ୨୦୧୯ ବିଶ୍ୱକପ୍‌ ପରେ ଧୋନୀ ଜମ୍ମୁ-କଶ୍ମୀର ଯାଇ ୨ ସପ୍ତାହ ଆର୍ମିରେ ସେବା କରିଆସିଥିଲେ। ଧୋନୀଙ୍କ ପୂର୍ବରୁ ୧୯୮୩ ବିଶ୍ୱକପ୍‌ ବିଜେତା ଅଧିନାୟକ କପିଳ ଦେବ ଇଣ୍ଡିଆନ ଟେରିଟୋରିଆଲ ଆର୍ମିରେ ୨୦୦୮ରେ ଯୋଗ ଦେଇଥିଲେ। କପିଳଙ୍କୁ ମଧ୍ୟ ଲ୍ୟୁଟ୍‌ନାଣ୍ଟ କଲୋନେଲ ପଦରେ ନିଯୁକ୍ତି କରାଯାଇଥିଲା। ଅଫିସର ଭାବେ ଇଣ୍ଡିଆନ ଆର୍ମିରେ ଚାକିରି କରିବାରେ କପିଳ ପ୍ରଥମ କ୍ରିକେଟର୍‌ ଥିଲେ। ସେହିଭଳି ଭାରତୀୟ କ୍ରିକେଟ୍‌ର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ୨୦୧୦ରେ ଇଣ୍ଡିଆନ ଏୟାର ଫୋର୍ସରେ ସମ୍ମାନଜନକ ଗ୍ରୁପ୍‌ କ୍ୟାପଟେନ୍‌ ପଦରେ ନିଯୁକ୍ତ ହୋଇଥିଲେ। ଦେଶର ପ୍ରଥମ କ୍ରୀଡ଼ାବିତ୍‌ ଭାବେ ସଚିନ ଇଣ୍ଡିଆନ ଏୟାର ଫୋର୍ସରେ ଏହି ସମ୍ମାନଜନକ ର଼୍ୟାଙ୍କ ପାଇଥିଲେ। ୨୦୧୪ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ଲୋକେଶ ରାହୁଲ ମଧ୍ୟ ଏକ ବଡ଼ ପଦରେ ଚାକିରି କରିଛନ୍ତି। ରାହୁଲ ୨୦୧୮ରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ)ରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ ନିଯୁକ୍ତି ପାଇଥିଲେ। ଅନ୍ୟତମ ଭାରତୀୟ କ୍ରିକେଟର୍‌ ତଥା ଦ୍ରୁତ ବୋଲର ଉମେଶ ଯାଦବ ମଧ୍ୟ ଆର୍‌ବିଆଇରେ ଚାକିରି କରିଛନ୍ତି। ରାହୁଲଙ୍କ ଭଳି ଉମେଶ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ ୨୦୧୭ରେ ନାଗପୁର ବ୍ରାଞ୍ଚ୍‌ରେ ଚାକିରି ଆରମ୍ଭ କରିଥିଲେ। ସେହିଭଳି ୨୦୦୭ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ଅନ୍ତିମ ଓଭର ବୋଲିଂ କରି ରାତାରାତି ଚର୍ଚ୍ଚାକୁ ଆସିଥିବା ଯୋଗିନ୍ଦର ଶର୍ମା ମଧ୍ୟ ଉଚ୍ଚ ପଦବୀରେ ଚାକିରି କରିଛନ୍ତି। ଯୋଗିନ୍ଦର ବର୍ତ୍ତମାନ ହରିୟାଣାରେ ଡିଏସ୍‌ପି ଭାବେ କାର୍ଯ୍ୟରତ। ୨୦୦୭ରେ ଭାରତକୁ ବିଶ୍ୱକପ୍‌ ଜିତାଇବାରେ ଯୋଗିନ୍ଦରଙ୍କ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ଏହି କାରଣରୁ ହରିୟାଣା ସରକାର ତାଙ୍କୁ ଡିଏସ୍‌ପି ର଼୍ୟାଙ୍କରେ ନିଯୁକ୍ତି ଦେଇଥିଲା। ବର୍ତ୍ତମାନ ଭରତୀୟ ଦଳରେ ଖେଳୁଥିବା ସ୍ପିନର ୟୁଜବେନ୍ଦ ଚହଲ ମଧ୍ୟ ଭାରତ ସରକାରଙ୍କ ଅଧିନରେ ଉଚ୍ଚ ପଦରେ ଚାକିରି କରିଛନ୍ତି। ଚହଲ ୨୦୧୮ରେ ଇନ୍‌କମ୍‌ ଟ୍ୟାକ୍ସ ଅଫିସର ଭାବେ ନିଯୁକ୍ତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri