୭ ବିସ୍ଥାପିତ ପରିବାରକୁ ମିଳିଲା ଜମି

ପୁରୀ ଅଫିସ,୨୭ା୮: ଶ୍ରୀମନ୍ଦିର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ଯେଉଁମାନେ ମହାପ୍ରଭୁଙ୍କ ପ୍ରତି ସମର୍ପଣ ଭାବ ରଖି ସେମାନଙ୍କ ଶହ ଶହ ବର୍ଷର ଭିଟାମାଟି ଦେଇଥିଲେ ସେମାନଙ୍କ ମଧ୍ୟରୁ ୭ ବିସ୍ଥାପିତ ପରିବାରକୁ ଜମି ପ୍ରଦାନ କରାଯାଇଛି। ବୁଧବାର ଏହି ବିସ୍ଥାପିତ ପରିବାର ସେମାନଙ୍କର ଭୂମି ପୂଜା କରିଛନ୍ତି। ପ୍ରତ୍ୟେକ ପରିବାରକୁ ୧୦୦୦ ବର୍ଗଫୁଟ ଲେଖାଏ ଜମି ଦିଆଯାଇଛି। ସେମାନେ କ୍ଷତିପୂରଣ ବାବଦ ଟଙ୍କା ନ ନେଇ ଜମି ନେବାକୁ ଚାହିିଁଥିଲେ। ମଙ୍ଗଳବାର ସେମାନଙ୍କ ନଁାରେ ବିକ୍ରି କବଲା କରାଯାଇଥିଲା। ତେଣୁ ସରକାରଙ୍କ ପ୍ରତିଶ୍ରୁ୍ରୁତି ମୁତାବକ ସମ୍ପୃକ୍ତ ପରିବାରଙ୍କୁ ଜମି ପ୍ରଦାନ କରାଯାଇଥିବା ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି। ଭୂମି ପୂଜନ ସମୟରେ ତହସିଲଦାର ରବୀନ୍ଦ୍ର ପ୍ରଧାନ, ଆର୍‌ଆଇ, ଜମି ଅଧିଗ୍ରହଣ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।