ବିସ୍ଫୋରଣରେ ୭ ମୃତ

କାବୁଲ,୭।୧୨: ଆଫଗାନିସ୍ତାନର ମଜାର-ଇ-ଶରିଫରେ ମଙ୍ଗଳବାର ବିସ୍ଫୋରଣରେ ୭ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ସ୍ଥାନୀୟ ପେଟ୍ରୋଲିୟମ୍‌ କମ୍ପାନୀ କର୍ମଚାରୀ ହୋଇଥିବା ଜଣାପଡ଼ିଛି। ମଜାର-ଇ-ଶରିଫଠାରେ ଥିବା ନୀଳ ମସ୍‌ଜିଦ୍‌ ନିକଟରେ ସକାଳ ପ୍ରାୟ ୭ଟାବେଳେ ଏହି ଅଘଟଣ ଘଟିଥିବା ସ୍ଥାନୀୟ ପୋଲିସ କହିଛି। ରାସ୍ତାକଡ଼ରେ ଏକ କାର୍ଟରେ ବୋମା ରଖାଯାଇଥିବା କୁହାଯାଉଛି। ଚଳିତ ମାସରେ ଆଇବାକ ମଦ୍ରାସାରେ ବିସ୍ଫୋରଣ ଫଳରେ ୧୯ ଜଣ ନିହତ ହୋଇଥିଲେ।

Share