ସାନିଟାଇଜର ପିଇ ୭ ମୃତ

ୟବତମାଲ, ୨୫ା୪: ମହାରାଷ୍ଟ୍ରରେ କର୍ଫ୍ୟୁ ଯୋଗୁ ମଦ ଦୋକାନ ବନ୍ଦ ଥିବାବେଳେ ସାନିଟାଇଜର ପିଇ ୟବତମାଲ ଜିଲାର ୭ ଜଣଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ସମସ୍ତଙ୍କ ବୟସ ୩୫ରୁ ୪୭ ବର୍ଷ ମଧ୍ୟରେ ହେବ। ରାତିରେ ପାର୍ଟି କରିବାକୁ ଏକାଠି ହୋଇଥିବାବେଳେ କେହି ଜଣେ ୨୫୦ ମିଲିଲିଟର ମଦ ବଦଳରେ ୩୦ ମିଲି ସାନିଟାଇଜର ପିଇହେବ ବୋଲି ସେମାନଙ୍କୁ କହିଥିଲେ। ସାନିଟାଇଜରରେ ଆଲକହଲ ଥିବାରୁ ସେମାନେ ୫ ଲିଟର ସାନିଟାଇଜର କିଣିଥିଲେ। ଏହା ପିଇସାରିବା ପରେ ସେମାନେ ଗୁରୁତର ହୋଇପଡ଼ିଥିଲେ। ସ୍ଥାନୀୟ ହସ୍ପିଟାଲରେ ଜଣେ ପରେ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରୁ ୩ ଜଣଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଥିବାବେଳେ ସାନିଟାଇଜର ପିଇ ସେମାନଙ୍କ ମୃତ୍ୟୁ ଘଟିଥିବା ପୋଲିସ କହିଛି। ଅନ୍ୟ ୪ ଜଣଙ୍କ ମୃତଦେହ ପରିବାର ଲୋକେ ସତ୍କାର କରିଦେଇଥିବାରୁ ବ୍ୟବଚ୍ଛେଦ ହୋଇପାରିନାହିଁ।

Share