ପ୍ରଣବଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ

ଭୁବନେଶ୍ୱର, ୧।୯ (ବ୍ୟୁରୋ): ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ରାଜ୍ୟ ସରକାର ୭ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରିବାକୁ ଘୋଷଣା କରିଛନ୍ତି। ଅଗଷ୍ଟ ୩୧ ତାରିଖରୁ ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ଏହି ଶୋକ ପାଳନ କରାଯିବ। ଏହି ସମୟରେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଉଡ଼ୁଥିବା ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ସୋମବାର ଏକ ବିଜ୍ଞପ୍ତି ଜାରି କରାଯାଇଛି। ଶୋକ ପାଳନ କରିବା ପାଇଁ ଗୃହ ବିଭାଗର ଅତିରିକ୍ତ ସଚିବ ଏସ୍‌.କେ. ମିଶ୍ର ରାଜସ୍ବ ପର୍ଷଦ ସଭ୍ୟ, ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ଆଇଜି, ସମସ୍ତ ବିଭାଗର ସଚିବ, ଗୋଇନ୍ଦା ବିଭାଗର ନିର୍ଦ୍ଦେଶକ, ରାଜ୍ୟପାଳଙ୍କ ସଚିବ, କଟକ-ଭୁବନେଶ୍ୱର ପୋଲିସ କମିଶନର, ସମସ୍ତ ରାଜସ୍ବ କମିଶନର, ଜିଲାପାଳ, ଏସ୍‌ପିଙ୍କୁ ଏ ନେଇ ଜଣାଇଛନ୍ତି।