ଜଣା ଗାଡ଼ି ଧକ୍କାରେ ୭ ଗୋରୁଙ୍କ ମୃତ୍ୟୁ

ଢେଙ୍କାନାଳ ଅଫିସ, ୮।୧୦: ଢେଙ୍କାନାଳ ଜିଲା କଣ୍ଟା ବଣିଆ ଥାନା ଅଞ୍ଚଳର ୫୫ ଜାତୀୟ ରାଜପଥରେ ଶନିବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଅଜଣା ଗାଡ଼ି ଧକ୍କାରେ ୭ ଗୋରୁଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ୩ ଗାଈ, ୩ ଷଣ୍ଡ, ଗୋଟିଏ ବଳଦ ଥିବା ଜଣାପଡିଛି । ରାଜପଥ ଉପରେ ଗାଇ ଗୋରୁଗୁଡ଼ିକ ଥିବା ବେଳେ କୌଣସି ଅଜଣା ଗାତି ଧକ୍କା ଦେଇ ପଳାଇଛି । ଗୋରୁ ଗୁଡ଼ିକ ନିକଟସ୍ଥ ନରେନ୍ଦ୍ରପୁର ଗ୍ରାମର କିଛି ଗ୍ରାମବାସୀ ଙ୍କର ବୋଲି ଜଣାପଡିଛି । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡିକ ରାଜପଥରୁ ହଟାଇବା ପରେ ରାଜପଥରେ ଗାଡି ଚଳାଚଳ ସ୍ବଭାବିକ ହୋଇଥିଲା ।